ନିୟମଗିରି ସୁରକ୍ଷା ସମିତିର ବୈଠକ : "ଓପିଲିପିରେ ପାତର ଅନ୍ତର ହେଲେ କାର୍ଯ୍ୟାଳୟରେ ପକାଇବୁ ତାଲା"

User Rating: 2 / 5

Star ActiveStar ActiveStar InactiveStar InactiveStar Inactive
 

କଲ୍ୟାସିଂହପୁର /ପ୍ରଦୀପ ଦଳାଇ : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପାର୍ସାଲି ପଞ୍ଚାୟତର ସାନଡେଙ୍ଗିଲେଲି ଗାଁରେ ନିୟମଗିରି ସୁରକ୍ଷା ସମିତି ର ବୈଠକ ଅନୁଷ୍ଠିତ ହୋଇଛି ।ଏଥିରେ ନିୟମଗିରି ସୁରକ୍ଷା ସମିତିର ଆବାହକ ଲଦ ସିକକାଙ୍କ ଅଧକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଛି । ଏହାର ମୁଖ୍ୟ ଉଦେଶ୍ୟ ପାରସଲି ଓ ସୁନାଖଣ୍ଡି ପଞ୍ଚାୟତରେ ବସବାସ କରୁଥିବା ଡଙ୍ଗରିଆ କନ୍ଧ, ଦଳିତ,ଆଦିବାସୀ ପରିବାର ଙ୍କ ପାଇଁ ସରକାର ତରଫରୁ କାର୍ଯ୍ୟ କରୁଥିବା ଓପିଲିପି ସଂସ୍ଥା ନିୟମଗିରିରେ କେଉଁ କେଉଁ ଉନ୍ନୟନ ମୂଳକ କାର୍ଯ୍ୟ କରୁଛି ସେବିଷୟରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରାଯାଇଛି । ଓପିଲିପି ନିୟମଗିରି ଅଞ୍ଚଳକୁ ଯେଉଁ ଅଦା, ହଳଦୀ, ଆମ୍ବ ଚାର, କଦଳୀ,କାନ୍ଦୁଲ, ମାଣ୍ଡିଆ କୁକୁଡ଼ା ପାଳନ, ଛେଳି ପାଳନ,ଚାଷ ପାଇଁ ଯାହା ଆବଶ୍ୟକ ତାହା ସମସ୍ତଙ୍କୁ ସମାନ ଭାବରେ ଯୋଗାଉନାହାନ୍ତି ।ଏହାକୁ ନେଇ ତଳ ଦିନରେ ଜିଲାପାଳ ଙ୍କ ଠାରେ ଲିଖିତ ଅଭିଯୋଗ କରିଥିଲେ । ଯଦି ଓପିଲିପି ସମସ୍ତଙ୍କୁ ସମାନ ଭାବରେ ଦିଆ ଯାଉ, ଯଦି ପାତର ଅନ୍ତର କରନ୍ତି ତାହା ହେଲେ କାର୍ଯ୍ୟାଳୟରେ ତାଲା ପକାଇବା ସହିତ କାର୍ଯ୍ୟ କରିବାକୁ ଦେବୁନାହିଁ ବୋଲି ବୈଠକରେ ନିଷ୍ପତ୍ତି ନେଇଛନ୍ତି । ନିୟମଗିରି ପାହାଡ ରେ ୧୧୨ଖଣ୍ଡ ଗାଁରେ ବୈଠକ କରିବା ପରେ ଜିଲାପାଳ ଓ ଉପ ଜିଲ୍ଲାପାଳ ଙ୍କୁ ଡକାଇବୁ ବୋଲି ନିଷ୍ପତ୍ତି ନେଇଛନ୍ତି ।ଏଥିରେ ଯୁବ ସଭାପତି ସମ୍ବରୁ ହୁଈକା, ଯୁବ ସମ୍ପାଦକ ଦାସୁରୁ କାଡ୍ର।କା, ନିୟମ ଗିରି ର କର୍ମୀ ଉପେନ୍ଦ୍ର ଦ୍ରାବିଡ଼, ସମେତ ବହୁ ଡଙ୍ଗରିଆ କନ୍ଧ ଉପସ୍ଥିତ ଥିଲେ ।

0
0
0
s2sdefault