ଯୋଡ଼ା(ପାର୍ଥ ସାରଥୀ ଷଢଙ୍ଗି) : ଯୋଡ଼ା ମୁନିସିପାଲିଟି ଏରିଆର ବଜରଙ୍ଗ ଦଳର ସଦସ୍ୟ ମାନେ ଦଳ ଛାଡ଼ି ବିଜେଡି ରେ ଯୋଗ ଦେଇଥିବା ଆଜି ଦେଖିବାକୁ ମିଳିଛି । ବଜରଙ୍ଗ ଦଳର କର୍ମୀମାନଙ୍କ ଯୋଗଦାନ ରେ ବିଜେଡି ଅଧିକ ମଜବୁତ୍ ହେବା ଆଶା ନେଇ ଆଜି ଚମ୍ପୁଆ ବିଧାୟିକା ମିନାକ୍ଷୀ ମହାନ୍ତ ଙ୍କ ସହ କେନ୍ଦୁଝର ବିଜେଡି ସଭାପତି ମାଧବ ସର୍ଦ୍ଦାର, ଉପସଭାପତି ଆର କେ ଦାସ ଓ ଯୋଡ଼ା ନଗର ସଭାପତି ଚତୁର୍ଭୁଜ ପଲେ଼ଇ ସନ୍ତୋଷ ବ୍ୟକ୍ତ କରିଛନ୍ତି | ଗତ ସାଧାରଣ ନିର୍ବାଚନ ରେ ଯୋଡ଼ା ପୌରାଞ୍ଚଳ ରେ ବିଜେଡି ବହୁତ୍ କମ୍ ଭୋଟ ପାଇଥିଲା , ଯାହା କି ବିଜେପି ର ଭୋଟ ଠାରୁ ପାଖା ପାଖି ଅଧାରୁ ବି କମ୍ ଥିଲା । କିନ୍ତୁ ଆଜିର ମିଶ୍ରଣ ପର୍ବ ରେ ବିଜେଡି ନେତା ମାନେ ଉତ୍ଫୁଲିତ ଅଛନ୍ତି | ବହୁ ବଜରଙ୍ଗ ଦଳ ଓ ବିଜେପି କାର୍ଯ୍ୟକର୍ତ୍ତା ଯୋଗଦାନ କରିଥିବା ହଗୁ ଆଗାମୀ ପୌର ନିର୍ବାଚନ ରେ ସେମାନଙ୍କ ଜିତାପଟ୍ ହବ ବୋଲି ସେମାନେ ଆଶାବ୍ୟକ୍ତ କରିଛନ୍ତି |
କିନ୍ତୁ ବିଜେପି ଯୋଡ଼ା ନଗର ସଭାପତି ସୁଶାନ୍ତ କୁମାର ବେବର୍ତ୍ତାଙ୍କୁ ପଚାରିବାରୁ ସେ ଏ କଥା କୁ ଖଣ୍ଡନ କରି କହିଛନ୍ତି ଯେ ବିଜେପି ର କୌଣସି କାର୍ଯ୍ୟକର୍ତା ବିଜେଡି ରେ ଯୋଗଦାନ କରି ନାହାନ୍ତି । ଆଉ ଯୋଉ ମାନଙ୍କୁ ଏମାନେ ମିଶାଇଲେ ବୋଲି ଦମ୍ଭୋକ୍ତି କରୁଛନ୍ତି ସେମାନେ କେବେ ବି ବିଜେପି କିମ୍ବା ବଜରଙ୍ଗ ଦଳ ରେ ନଥିଲେ । ସେମାନେ କେବଳ ନିଜ ସ୍ବାର୍ଥ ପାଇଁ ଆଜି ବିଜେଡି କାଲି ବିଜେପି, ସ୍ଵାଧୀନ ପାର୍ଟି ହେଇ କେବଳ ସ୍ବାର୍ଥ ସାଧନ ହିଁ କରନ୍ତି । ତେଣୁ ଏଥିରେ ବିଜେପି ବିଚଳିତ ହେଇ ନାହିଁ | ଆଉ ସମୟ ଅନୁସାରେ ମିଶ୍ରଣ କିମ୍ବା ଅନ୍ୟାନ୍ୟ କାର୍ଯକ୍ରମଗୁଡ଼ିକ ଯୋଡ଼ା ନଗରରେ କରାଯାଇ ଆଗାମୀ ରଣ ନୀତି ସ୍ଥିର କରାଯିବ।
ରାଜ୍ୟ
ବିଜେଡିରେ ବଜରଙ୍ଗ ଦଳ କର୍ମକର୍ତ୍ତାଙ୍କ ମିଶ୍ରଣ
- Hits: 716








