ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ରକ୍ଷା ବନ୍ଧନ ପର୍ବ ସହ ପ୍ରକୃତି ବନ୍ଧନ କାର୍ଯ୍ୟକ୍ରମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି (ବାଳକୃଷ୍ଣ ପାଣିଗ୍ରାହୀ) : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ରକ୍ଷା ବନ୍ଧନ ପର୍ବ ସହ ପ୍ରକୃତି ବନ୍ଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଏହି ଅବସରରେ ପ୍ରଥମେ ବିଦ୍ୟାଳୟ ପରିସରରେ ଅବସର ପ୍ରାପ୍ତ ସେନା କର୍ମଚାରୀ ପ୍ରକୃତି ପ୍ରେମୀ ଶ୍ରୀ ମନୋଜ କୁମାର ଦାସ ଏବଂ ବିଦ୍ୟାଳୟର ପ୍ରଧାନଆଚାର୍ଯ୍ୟଙ୍କ କର କମଳରେ ବୃକ୍ଷ ରୋପଣ କରାଯାଇଥିଲା ।

ଦଶମ ଶ୍ରେଣୀ ଭଉଣୀ ଭାଇ ମାନେ ବିଦ୍ୟାଳୟ ପରିସରରେ ଥିବା ସମସ୍ତ ବୃକ୍ଷ ଗୁଡିକୁ ଫୁଲ,ଚନ୍ଦନ ସିନ୍ଦୁର, ଅକ୍ଷତ, ଦୀପ ଦେଇ ପୂଜା କରିଥିଲେ। ନିଜ ହାତରେ ତିଆରି କରିଥିବା ରକ୍ଷା ସୂତ୍ର ରାକ୍ଷୀ ବୃକ୍ଷ ଗୁଡିକୁ ବାନ୍ଧି ଥିଲେ। ବିଦ୍ୟାଳୟ ତରଫରୁ ଆର୍. ସୀତାପୁର ସ୍ଥିତ ଜଗନ୍ନାଥ ନିକେତନ ଅନାଥ ଆଶ୍ରମ ଠାରେ ବୃକ୍ଷ ରୋପଣ କରିବା ସହ ସେଠାରେ ରହୁଥିବା ଅନ୍ତେବାସୀ ମାନଙ୍କୁ ରକ୍ଷା ସୂତ୍ର ବନ୍ଧନ କରିବା ସହ, ମିଷ୍ଟାନ୍ନ , କଲମ ଓ ଖାତା ବଣ୍ଟନ କରାଯାଇଥିଲା।
ଗଜପତି ଜିଲ୍ଲାର ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡା ଏବଂ ମାନନୀୟ ବିଧାୟକ ଶ୍ରୀ ଯୁକ୍ତ କେ.ନାରାୟଣ ରାଓଙ୍କୁ ରକ୍ଷା ବନ୍ଧନର ଡୋରି ବନ୍ଧା ଯାଇଥିଲା। ଆମକୁ ସୁରକ୍ଷା ପ୍ରଦାନ କରୁଥିବା ପୋଲିସ କର୍ମଚାରୀ , ଟ୍ରାଫିକ କର୍ମଚାରୀ , ଶୁଭେଚ୍ଛୁ ଓ ସାମ୍ବାଦିକ ଭାଇ ମାନଙ୍କୁ ରକ୍ଷା ସୂତ୍ର ବନ୍ଧା ଯାଇଥିଲା।
ସମସ୍ତ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ସରୋଜ କୁମାର ପଣ୍ଡା ପରିଚାଳନା କରିଥିବାବେଳେ ସମସ୍ତ ଗୁରୁଜୀ ଗୁରୁମା ସହଯୋଗ କରିଥିଲେ।

0
0
0
s2sdefault