ମୁଁ ଗୁଣ୍ଡୁଚି ମୂଷା : ବୈଷ୍ଣବ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜନ ଆଶୀର୍ବାଦ ଯାତ୍ରା ରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନ ବୈଷ୍ଣବ।

ଟିଟିଲାଗଡ, (ଗୌରବ ଦର୍ଜୀ)- କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନ ବୈଷ୍ଣବ ଜନ ଆଶୀର୍ବାଦ ଯାତ୍ରା ରେ ବାହାରି ଆଜି ଟିଟିଲାଗଡ ରେ ପହଂଚିଛନ୍ତି। କୋରାପୁଟ, କଳାହାଣ୍ଡି ପରେ ଆଜି ବଲାଙ୍ଗୀର ଜିଲ୍ଲା କୁ ଗସ୍ତ କରିଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ। ଟିଟିଲାଗଡ ବ୍ଲକ ଲୁଥୁରବନ୍ଧ ରେ ବଲାଙ୍ଗୀର ଜିଲ୍ଲା କୁ ପ୍ରବେଶ କରି ଜନ ଆଶୀର୍ବାଦ ଯାତ୍ରା ରେ ସାମିଲ ହୋଇଥିବା କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଟିଟିଲାଗଡ଼ ସହର ରେ ପହଂଚିଛନ୍ତି। ଟିଟିଲାଗଡ ଭାଜପା ଓ ଯୁବ ମୋର୍ଚ୍ଚା, ଛାତ୍ର ସଂଗଠନ ମିଳିତ ଭାବେ ଆୟୋଜନ କରିଥିବା ରୋଡ଼ ସୋ ରେ ଅଂଶ ଗ୍ରହଣ କରି ଟିଟିଲାଗଡ ପୋଲିସ ଷ୍ଟେସନ ସମ୍ମୁଖ ରେ ପଥ ପ୍ରାନ୍ତ ସଭା ରେ ସାମିଲ ହୋଇଥିଲେ। ଏହି ସଭା ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଓଡ଼ିଶା ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ରହିଥିବା କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାତ ଗୋଟି ମୁଖ୍ୟ ବିଭାଗ କୁ ଓଡିଶା ହାତରେ ନ୍ୟସ୍ତ କରି ଏହି ସ୍ୱତନ୍ତ୍ର ବିଚାରଧାରା କୁ ପ୍ରତିପାଦନ କରିଥିବା କହିଛନ୍ତି। ପ୍ରଥମ ପର୍ଯ୍ୟାୟ ରେ କେନ୍ଦ୍ର ରେଳ ମନ୍ତ୍ରୀ ଙ୍କୁ ଓଡିଶା ର ପଛୁଆ ଅଞ୍ଚଳ ତଥା ପଶ୍ଚିମାଞ୍ଚଳ ର କେବିକେ ଭାବରେ ଥିବା ଟିଟିଲାଗଡ଼ ଅଞ୍ଚଳର ଲୋକଙ୍କ ସମସ୍ୟା ତଥା ଜୀବନ ଜୀବିକା କୁ ଅନୁଧ୍ୟାନ କରିବା ପାଇଁ ପଠାଇଥିବା କହିଛନ୍ତି। ମୁଁ ରାମ ସେତୁ ନିର୍ମାଣ ରେ ସହଯୋଗ କରିଥିବା ଗୁଣ୍ଡୁଚି ମୂଷା ସହିତ ସମାନ ବୋଲି କହିଥିଲେ  ଅଶ୍ୱିନ ବୈଷ୍ଣବ| କେନ୍ଦ୍ର ରେଳ ମନ୍ତ୍ରୀ ଙ୍କୁ ଏହି ଅବସରରେ ବିଭିନ୍ନ ସଂଗଠନ ମାନ ସହରରେ ଦେଖା ଦେଉଥିବା ସମସ୍ୟା, ରେଳ ଷ୍ଟେସନ ରେ ଦେଖା ଦେଉଥିବା ସମସ୍ୟା ତଥା ପର୍ଯ୍ୟାପ୍ତ ପରିମାଣରେ ରେଳ ବିଭାଗ ର ଜମି ରହିଥିବାରୁ ଏକ ୱାଗନ କାରଖାନା ନିର୍ମାଣ, ଟିଟିଲାଗଡ ରେ କେନ୍ଦ୍ରୀୟ ବିଦ୍ୟାଳୟ ଆରମ୍ଭ କରିବା ଆଦି ଦାବୀ ନେଇ ଦାବୀପତ୍ର ମାନ ଦେଇଥିଲେ। ବଲାଙ୍ଗୀର ସାଂସଦ ସଂଗୀତା ସିଂ ଦେଓ ମଧ୍ୟ ରେଳ ମନ୍ତ୍ରୀ ଙ୍କୁ ଟିଟିଲାଗଡ଼ ରେଳ ଷ୍ଟେସନ, କଣ୍ଟାବାଞ୍ଜି ରେଳ ଷ୍ଟେସନ ର ଆଧୁନିକି କରଣ , ୱାଗନ ନିର୍ମାଣ ନେଇ ଦାବୀ ଉପସ୍ଥାପନ କରିଥିଲେ। କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ଅବସରରେ ବଲାଙ୍ଗୀର ଖୋର୍ଦ୍ଧା ରେଳ ପଥ ପାଇଁ ସମସ୍ତ ପ୍ରକାର ଅର୍ଥ ବ୍ୟବସ୍ଥା କରିବା ସହ ଟିଟିଲାଗଡ଼ ଅଞ୍ଚଳବାସୀ ଙ୍କ ଦାବୀ ପ୍ରତି ଆଗାମୀ ସମୟରେ ବିଚାର କରାଯାଇ ଅନୁଧ୍ୟାନ କରି ସମସ୍ତ ଦାବୀ ଗୁଡିକୁ ପୂରଣ କରିବାକୁ ସହଯୋଗ କରିବେ ବୋଳି ପ୍ରତିଶ୍ରୁତି ଦେଇଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ। ଏହା ସହ ଅନେକ ଦାବୀ ଉଭୟ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ଙ୍କ ମଧ୍ୟରେ ଅନୁଧ୍ୟାନ କରାଯାଇ ମିଳିତ ଭାବେ ସମସ୍ୟାର ସମାଧାନ ପାଇଁ ବ୍ୟବସ୍ଥା କରାଯିବ ବୋଳି ନିଜ ପ୍ରତିକ୍ରିୟା ରେ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି।

ପରେ ଟିଟିଲାଗଡ଼ ଡ଼ି ଏ ଭି କଲେଜ ପରିସରରେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିଥିଲେ। ଏହି ଜନ ଆଶୀର୍ବାଦ ଯାତ୍ରା ରେ ତାଙ୍କୁ ଅନେକ ସମର୍ଥନ ତଥା ଶୁଭେଚ୍ଛା ମିଳୁଥିବାରୁ ଧନ୍ୟବାଦ ଦେଇଛନ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଅନ୍ୟ ମାନଙ୍କ ମଧ୍ୟରେ ପାଟଣାଗଡ଼ ପୂର୍ବ ବିଧାୟକ ତଥା ପୂର୍ବ ମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ, ମୁକେଶ ଜୈନ, ମହେନ୍ଦ୍ର ଠାକୁର, ପ୍ରଶାନ୍ତ ଷଡ଼ଙ୍ଗୀ, ଆଲୋକ ନାୟକ, ସୁନ୍ଦର୍ ଲାଲ ଶର୍ମା, ଶିବାଜୀ ମହାନ୍ତି, ଲିଙ୍ଗରାଜ ନାୟକ ସମେତ ଭଜପା ର ବହୁ ନେତା, ଦଳୀୟ କର୍ମୀ ଉପସ୍ଥିତ ଥିଲେ।

0
0
0
s2sdefault