ହେଡଲାଇନସ୍:

ସାଧାରଣ ନିର୍ବାଚନ ପାଇଁ ପ୍ରାକପ୍ରସ୍ତୁତି,  ଭିଭିପେଟର କ୍ଷମତା ଅନୁସାରେ ବଢିବ ୧୯୩ ମତଦାନ କେନ୍ଦ୍ର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

12-07-18-baripada.jpg - 77.91 kB

 ବାରିପଦା(ଦିଲ୍ଲୀପ ମହାନ୍ତି )- ୨୦୧୯ ସାଧାରଣ ନିର୍ବାଚନ ନିମନ୍ତେ ନିର୍ବାଚନ କମିଶନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ନିର୍ବାଚନକୁ ଅବାଧ ଓ ନିରପେକ୍ଷ ଭାବେ ସମ୍ପନ୍ନ କରାଇବାର ଲକ୍ଷ ନେଇ ନିର୍ବାଚନ ପ୍ରକ୍ରିୟାରେ ଓଡ଼ିଶାରେ ପ୍ରାୟତଃ ସମସ୍ତ ବୋଥଗୁଡ଼ିକରେ ଭିଭିପେଟ ମାଧ୍ୟମରେ ଭୋଟ ଗ୍ରହଣ କରାଯିବାର ଲକ୍ଷ ରଖାଯାଇଛି । ତେଣୁ ମତଦାନକୁ ସହଜ ସରଳ କରାଇବା ଉଦେ୍ଧଶ୍ୟରେ ଭୋଟ ଗ୍ରହଣ କେନ୍ଦ୍ରଗୁଡ଼ିକୁ ସରଳିକରଣର ପ୍ରକ୍ରୟା ଆରମ୍ଭ ହୋଇଅଛି । ମୟୂରଭଞ୍ଜ ଜିଲ୍ଲାରେ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜଙ୍କ ନିର୍ଦ୍ଦେଶ  କ୍ରମେ ୯ ଗୋଟି ନିର୍ବାଚନ ମଣ୍ଡଳୀରେ ମତଦାନ କେନ୍ଦ୍ରଗୁଡ଼ିକୁ ଭିଭିପେଟର କ୍ଷମତା ଅନୁସାରେ ଗଠନ କରାଯିବା ନିମନ୍ତେ ପ୍ରସ୍ତୁତି ଆରମ୍ଭ ହେବା ପରେ ଜିଲ୍ଲାର ପାଞ୍ଚପୀଢ଼, ବାମନଘାଟୀ, କପ୍ତିପଦା(ଉଦଳା) ଓ ବାରିପଦା ଉପଜିଲ୍ଲାପାଳ ତଥା ନିର୍ବାଚନ ରିଟର୍ଣ୍ଣିଂ ଅଧିକାରୀଙ୍କ ଦ୍ୱାରା ପ୍ରସ୍ତାବ ଚିଠା ପ୍ରସ୍ତୁତି ଶେଷ ହେବା ପରେ ଜୁଲାଇ ୧୨ ଗୁରୁବାର ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲାପାଳ ଗଙ୍ଗାଧର ନାୟକଙ୍କ ଅଧ୍ୟକ୍ଷତାରେ ତାଙ୍କର କାର୍ଯ୍ୟାଳୟ ପ୍ରକୋଷ୍ଠରେ ଏକ ସର୍ବଦଳୀୟ ବୈଠଳରେ ଉକ୍ତ ପ୍ରସ୍ତାବକୁ ଆଗତ କରାଯାଇ ସୁବିଧା ଅସୁବିଧା ଆଦିଗୁଡ଼ିକ ଉପରେ ମତାମତ ଲୋଡ଼ାଯାଇଥିଲା । ଭିଭିପେଟର କ୍ଷମତା ଅନୁସାରେ ମତଦାନ କେନ୍ଦ୍ରଗୁଡ଼ିକରେ ସର୍ବାଧିକ ଭୋଟର ୧୨ ଶହ ମଧ୍ୟରେ ସୀମିତ ରଖାଯାଇଥିବାରୁ ଓଡ଼ିଶା ବିଧାନସଭା ତଥା ମୟୂରଭଞ୍ଜ ଜିଲ୍ଲାର ୨୬ନଂ ଆସନ ଯଶୀପୁର(ଏସଟି) ନିର୍ବାଚନ ମଣ୍ଡଳୀରେ ମୋଟ ୨,୦୧,୨୭୯ ଭୋଟର ରହିଥିବା ଫଳରେ ୧୮ଟି ନୂଆ ମତଦାନଦାନ କେନ୍ଦ୍ରକୁ ଯୋଡ଼ା ଯିବାର ପ୍ରସ୍ତାବ ନିଆଗଲା  ଏବଂ ମତଦାନ କେନ୍ଦ୍ର ୨୭୯ରୁ ବୃଦ୍ଧି ହୋଇ ୨୯୭ରେ ପହଁଞ୍ଚିଲା । ସେହିପରି ୨୭ନଂ ସାରସକଣା ବିଧାନସଭା କ୍ଷେତ୍ରରେ ୧,୯୮,୦୩୨ ଭୋଟରଙ୍କ ନିମନ୍ତେ ପୂର୍ବର ୨୫୪ ମତଦାନ କେନ୍ଦ୍ରକୁ ବୃଦ୍ଧି କରାଯାଇ ୨୬୧, ୨୮ନଂ ରାଇରଙ୍ଗପୁର ବିଧାନସଭା କ୍ଷେତ୍ରରେ ୨,୨୭,୦୪୬ ମତଦାତାଙ୍କ ନିମନ୍ତେ ପୂର୍ବର ୨୭୪ ଭୋଟଗ୍ରହଣ କେନ୍ଦ୍ରକୁ ବୃଦ୍ଧି କରାଯାଇ ୨୮୬, ୨୯ନଂ ବାଙ୍ଗିରିପୋଷି ଆସନରେ ୨,୦୨,୧୮୪ ମତଦାତାଙ୍କ ନିମନ୍ତେ ପୂର୍ବର ୨୩୮ କେନ୍ଦ୍ରକୁ ବୃଦ୍ଧି କରାଯାଇ ୨୬୧, ୩୦ନଂ କରଞ୍ଜିଆ ଆସନରେ ୧,୭୯,୧୯୬ ମତଦାତାଙ୍କ ନିମନ୍ତେ ପୂର୍ବରୁ ରହିଥିବା ୨୧୭ ମତଦାନ କେନ୍ଦ୍ରକୁ ବୃଦ୍ଧି କରାଯାଇ ୨୫୩, ୩୧ନଂ ଉଦଳା ଆସନରେ ୧,୮୫, ୭୦୪ ମତଦାତାଙ୍କ ନିମନ୍ତେ ପୂର୍ବରୁ ଥିବା ୨୨୯ ମତଦାନ କେନ୍ଦ୍ରକୁ ବୃଦ୍ଧି କରାଯାଇ ୨୫୭, ୩୨ନଂ ବଡ଼ସାହି ବିଧାନସଭା ଆସନରେ ୧,୮୩,୯୧୭ ଭୋଟରଙ୍କ ନିମନ୍ତେ ପୂର୍ବରୁ ରହିଥିବା ୨୨୮ଟି କେନ୍ଦ୍ରକୁ ବୃଦ୍ଧି କରାଯାଇ ୨୪୭, ୩୩ନଂ ବାରିପଦା ଆସନରେ ଥିବା ୨,୦୮,୦୧୮ ଭୋଟରଙ୍କ ନିମନ୍ତେ ପୂର୍ବରୁ ରହିଥିବା ୨୬୫ କେନ୍ଦ୍ରକୁ ବୃଦ୍ଧି କରାଯାଇ ୨୫୮ ଓ ୩୪ ନଂ ମୋରଡ଼ା ବିଧାନସଭା କ୍ଷେତ୍ରରେ ଥିବା ମୋଟ ୨,୧୫.୬୫୧ ମତଦାତାଙ୍କ ନିମନ୍ତେ ପୂର୍ବରୁ ରହିଥିବା ୨୬୫ଟି ମତଦାନ କେନ୍ଦ୍ରକୁ ବୃଦ୍ଧି କରାଯାଇ ୨୮୯ଟି ଭୋଟ ଗ୍ରହଣ କେନ୍ଦ୍ରରେ ପରିଣତ କରାଯିବାର ପ୍ରସ୍ତାବ ଆଗତ କରାଯାଇଛି । ଏହିପରି ଜିଲ୍ଲାର ୯ଟି ବିଭାନସଭା ଆସନରେ ରହିଥିବା ମୋଟ ୧୮, ୦୧, ୦୨୭ ମତଦାତାଙ୍କ ସୁବିଧା ଦୃଷ୍ଟିରୁ ୧୯୩ଟି ନୂତନ ଭୋଟ ଗ୍ରହଣ କେନ୍ଦ୍ର ଯୋଡ଼ା ଯିବାର ପ୍ରସ୍ତାବ ଆଗତ ହେବା ଫଳରେ ଏହି ସଂଖ୍ୟା ୨୨୧୬ରୁ ବୃଦ୍ଧିପାଇ ୨୪୦୯ରେ ପହଁଞ୍ଚିବ । ନୂତନ ଭାବେ ପ୍ରସ୍ତାବିତ ମତଦାନ କେନ୍ଦ୍ରଗୁଡ଼ିକର ତାଲିକାକୁ ସର୍ବଦଳୀୟ ବୈଠକରେ ଉପସ୍ଥାପନ ସହିତ ସବିଶେଷ ବିବରଣୀର ନକଲ ଉପସ୍ଥିତ ନେତା, ଗଣମାଧ୍ୟମର ପ୍ରତିନିଧି  ଓ ବୁଦ୍ଧିଜୀବୀମାନଙ୍କୁ ପ୍ରଦାନ କରାଯାଇଥିଲା । ବୈଠଳରେ ଅନ୍ୟମାନଙ୍କ ମଧ୍ୟରେ ବାରିପଦା ଉପଜିଲ୍ଲାପାଳ ମହମ୍ମଦ ଅବ୍ଦୁଲ ଅଖତାର , ପାଞ୍ଚପୀଢ଼ ଉପଜିଲ୍ଲାପାଳ ଶରତ କୁମାର ପୁରୋହୀତ, ଉଦଳା ଉପଜିଲ୍ଲାପାଳ ପ୍ରଭାତ କୁମାର ମହାପାତ୍ର, ରାଇରଙ୍ଗପୁର ଉପଜିଲ୍ଲାପାଳ ଜ୍ଞାନରଞ୍ଜନ ଭଞ୍ଜଦେଓ ପ୍ରମୁଖଙ୍କ ସମେତ ଅନ୍ୟ ନିର୍ବାଚନ ସହିତ ଜଡ଼ିତ ଅଧିକାରୀମାନେ ଉପସ୍ଥିତ ରହିଥିଲେ । 

0
0
0
s2sdefault