ହେଡଲାଇନସ୍:

ପରିବେଶ ସୁରକ୍ଷା ପାଇଁ  ନିଆରା ଉଦ୍ୟମ : ଜନ୍ମଦିନରେ ଲାଗିଲା ୫୦୦ ଗଛ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

11-07-18-sanjib.jpg - 158.19 kB

Nawarangpur : ଏକ ନିଆରା ଉଦ୍ୟମ ପରିବେଶ ସୁରକ୍ଷା ଦିଗରେ  । ଗୋଟିଏ ଗଛ ଗୋଟିଏ ସ୍ଲୋଗାନ କେବଳ ସ୍ଲୋଗାନ ଭିତରେ ରହିଯାଇଥିବା ବେଳେ, ଅନେକ କ୍ଷେତ୍ରରେ ଚାରା ରୋପଣ ଗଣମାଧ୍ୟମ କ୍ୟାମେରା ଭିତରେ ସୀମିତ ହୋଇ ରହିଯାଇଥିବା ବେଳେ  ନିଜ ଜନ୍ମଦିନରେ ଏହାକୁ ବାସ୍ତବରେ ପରିଣତ କରିଛନ୍ତି ଯୁବ ସମାଜସେବୀ ସଞ୍ଜୀବ ସୁବୁଦ୍ଧି । ଜନ୍ମଦିନରେ ଚାକଚକ୍ୟ ତଥା ଆଡମ୍ବରପୂର୍ଣ୍ଣ ସେଲିବ୍ରେସନଠୁ ପାଦେ ଘୁଂଚି  ତାକୁ ଭିନ୍ନ ଢଙ୍ଗରେ ବିତାଇଛନ୍ତି ସଞ୍ଜୀବ  ।  ଆଉ ନିଜ ଶୁଭେଚ୍ଛୁ, ସ୍ଥାନୀୟ ଜନସାଧାରଣ ତଥା ସ୍ଥାନୀୟ ଜଙ୍ଗଲ ବିଭାଗ ଅଧିକାରୀ-କର୍ମଚାରୀଙ୍କ ଗହଣରେ ଉମରକୋଟ ବ୍ଲକ ସିଂଶାରୀ ପଞ୍ଜାୟତ ଅଞ୍ଚଳରେ ବୃକ୍ଷରୋପଣ କରି ପାଳିଛନ୍ତି ତାଙ୍କ ଜନ୍ମଦିନ ନିଆରା ଢଙ୍ଗରେ | 

ସଞ୍ଜିବଙ୍କ ପ୍ରଚେଷ୍ଟାରେ ଉମରକୋଟ ବ୍ଲକ ଛତିଶଗଡ ସୀମାନ୍ତ ସଂଶାରୀ ପଞ୍ଚାୟତ ସଂଶାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,  ସିଉନି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ଜାମପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସହିତ ଗ୍ରାମର ମନ୍ଦିର ଓ ରାସ୍ତାଗଡ ବିଭିନ୍ନ ଖୋଲାଯାଗାରେ ପ୍ରାୟ ସମସ୍ତେ ମିଶି  ଲଗାଇଥିଲେ ପ୍ରାୟ ୫୦୦ ଚାରା  । ଏହି ଉପଲକ୍ଷେ ଆୟୋଜିତ ଏକ ସଚେତନତା ସଭାରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଉମରକୋଟ ବ୍ଲକ ୍ରଅଧ୍ୟକ୍ଷ ଲାଇବନ ଭକ୍ତ ଚାରାରୋପଣ କାର୍ଯ୍ୟର ଭୂୟସୀ ପ୍ରଶଂସା କରିବା ସହ ଏହା ପରିବେଶ ସୁରକ୍ଷାରେ ସହାୟକ ହେବ ବୋଲି କହିଥିଲେ  । ମୁଖ୍ୟବକ୍ତା ଭାବେ ଉମରକୋଟ ରାମକୃଷ୍ଣ ମିଶନର ଶାଖା ସଭାପତି ମନମୋହନ ସେନାପତି ଯୋଗ ଦେଇ ଗୋଟିଏ ବୃକ୍ଷରୁ ଆମେ ୮ କେଜି ଅମ୍ଳଜାନ ଗ୍ରହଣ କରିଥାଉ ବୋଲି କହିଥିଲେ  । ଜୀବନକାଳ ଭିତରେ ଗୋଟିଏ ବୃକ୍ଷ ୨୪କୋଟି ଟଙ୍କା ମୂଲ୍ୟର ଅମ୍ଲଜାନ ଦେଇଥାଏ ବୋଲି ସେ ସୂଚାଇ ଦେଇଥିଲେ  । ଅନତ୍ୟତ ମମ୍ମାନିତ ଅତିଥି ଡେପୁଟି ରେଞ୍ଜର ଲକ୍ଷ୍ମୀପ୍ରସାଦ ବିଷୋୟୀ ବନ ବିଭାଗ ଦ୍ୱାରା ଚଳିତମାସରେ ସମଗ୍ର ଜିଲ୍ଲାରେ ଚାରାରୋପଣ ଓ ସଚେତନତା ଶିବିର କରାଯାଉଥିବା ସୂଚନା ଦେଇଥିଲେ  । ବିଜେଡି ବ୍ଲକ୍ ସଭାପତି ଅଜିତ ପ୍ରଧାନ ବୃକ୍ଷହିଁ ଜୀବନ ଓ ସମସ୍ତେ ଚାରା ଲଗାଇବା ଉଚିତ ବୋଲି ମତ ଦେଇଥିଲେ  । ବ୍ଲକ ବିଜେପି ସଭାପତି ସୁରଜ ତ୍ରିପାଠୀ, କୃଷ୍ଣଚନ୍ଦ୍ର ଶତପଥୀ, ଗୌରୀଶଙ୍କର ଦାସ, ପ୍ରଧାନଶିକ୍ଷକ ଉମା ଭତରା, ମନୋଜ ନାୟକ, ପୂର୍ଣ୍ଣ ଆଚାରୀ, ବନ ବିଭାଗର ମଳୟ  ମଲ୍ଲିକଙ୍କ ସହ ବନପାଳ, ଗାର୍ଡ, ଗ୍ରାମବାସୀ ଓ ଛାତ୍ରଛାତ୍ରୀ ଯୋଗ ଦେଇ ଏହି ସମୂହ ଚାରାରୋପଣ କାର୍ଯ୍ୟକ୍ରମେୀ ସାମିଲ ହୋଇଥିଲେ   । 

0
0
0
s2sdefault