ହେଡଲାଇନସ୍:

ବାଚସ୍ପତି ଚାହିଁଲେନି ନା ବାଚସ୍ପତିଙ୍କ କଥା ଅଫିସର ଶୁଣିଲେନି ?

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

12-07-18-simun-1.jpg - 112.58 kB

ବାଚସ୍ପତିଙ୍କ ପ୍ରତିଶ୍ରୁତି ସତ୍ତ୍ୱେ ସମୁଦି ଘର ଗାଁକୁ ରାସ୍ତା ହୋଇ ପାରିଲାନି 

ଶେଷରେ ନିଜ ରାସ୍ତା ନିର୍ମାଣ ପାଇଁ ଅଣ୍ଟା ଭିଡିଲେ ଗ୍ରାମବାସୀ

ବୌଦ୍ଧ ( ସିମୁନ୍ ନାଏକ ) ; ଦିର୍ଘ ୧୦ ବର୍ଷ ହେଲା ଗାଁ ରେ ରାସ୍ତାର ଉନ୍ନତିକରଣ ପାଇଁ ବାରମ୍ବାର ଜଣାଇବା ପରେ ମଧ୍ୟ ଏ ଦିଗରେ ପ୍ରଶାସନ କିମ୍ବା ନିର୍ବାଚିତ ଜନପ୍ରତିନିଧି ଆଦୌ ଦୃଷ୍ଟି ଦେଇନଥିଲେ । ଗତ ଦୁଇ ଦିନ ହେଲା ଲାଗିରହିଥିବା ବର୍ଷା ଯୋଗୁଁ ଅତ୍ୟାଧିକ କାଦୁଅ ହୋଇ ଗ୍ରାମ ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହେବାରୁ ବାଧ୍ୟ ହୋଇ ଗ୍ରାମବାସୀ ମାନେ ସାମୁହିକ ଭାବେ ଶ୍ରମଦାନ କରି ନିଜରାସ୍ତା ନିଜେ ନିର୍ମାଣ କରିବାକୁ ଆଗେଇ ଆସିବା ଭଳି ଏକ ଦୃଷ୍ଟାନ୍ତ ମୂଳକ ନଜିର ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ତିଲେଶ୍ୱର ପଂଚାୟତ ଅନ୍ତର୍ଗତ କୁଟୁଣିଆପଡା ଗ୍ରାମରେ । ପ୍ରାପ୍ତ ଅଭିଯୋଗ ମତେ ହରଭଙ୍ଗା ବ୍ଲକ ତିଲେଶ୍ୱର ପଂଚାୟତ ମୁଖ୍ୟ କାର୍ଯ୍ୟଳୟ ଠାରୁ ମାତ୍ର ୧ କିମି ଦୂରରେ କୁଟୁଣିଆପଡା ଗ୍ରାମଟି ଅବସ୍ଥିତ । ଏହି ଗ୍ରାମରେ ୬୦ ପରିବାରର ପ୍ରାୟ ୩୦୦ ରୁ ଉର୍ଦ୍ଧ ସଦସ୍ୟ ବସବାସ କରିଆସୁଛନ୍ତି । ପ୍ରତ୍ୟେକ ବର୍ଷ ବର୍ଷାଦିନେ ଅତ୍ୟାଧିକ ପାଣିକାଦୁଅ ହେବା ଯୋଗୁଁ ଗାଁକୁ ଯିବାଆସିବାରେ ପ୍ରମୁଖ ସମସ୍ୟା ହୋଇପଡିଥାଏ । ଏନେଇ ଗ୍ରାମବାସୀ ମାନେ ସ୍ଥାନୀୟ ପଂଚାୟତ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ଓ ନିର୍ବାଚିକ ସ୍ଥାନୀୟ ବିଧାୟକଙ୍କ ବହୁବାର ଦୃଷ୍ଟି ଆକର୍ଷଣ କରି ଆସୁଥିଲେ ମଧ୍ୟ ସେମାନଙ୍କୁ କେବଳ ପ୍ରତିସୃତି ରେ ହିଁ ସନ୍ତୁଷ୍ଟି ହେବାକୁ ପଡିଆସୁଥିଲା । ତେବେ ଗତ ଦୁଇଦିନ ତଳେ ହୋଇଥିବା ବର୍ଷା ଯୋଗୁଁ ଯାତାୟାତ ଏକ ପ୍ରକର ଠପ୍ ହୋଇଗଲା ଭଳି ସ୍ଥିତି ଦେଖାଯିବା ପରେ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା । ହେଲେ ଏଭଳି ସମସ୍ୟାର କିଭଳି ତତକାଳ ପ୍ରତିକାର କରାଯିବ ସେ ସମ୍ପର୍କରେ ଏକ ଆଲୋଚନା କରିବା ପାଇଁ ମଙ୍ଗଳବାର  ସନ୍ଧ୍ୟାରେ ଏକ ବୈଠକ ବସିଥିଲା । ସର୍ବସମ୍ମତିକ୍ରମେ ଉକ୍ତ ବୈଠକରେ ସାମୁହିକ ଶ୍ରମଦାନ ଓ ଅର୍ଥଦାନ କରି ରାସ୍ତା ନିର୍ମାଣ କରିବା ପାଇଁ ନିଷ୍ପତି ନିଆଯାଇଥୃଲା । ବୁଧବାର ସକାଳେ ଗ୍ରାମବାସୀମାନେ ଏକତ୍ରୀତ କରି ଟ୍ରାକ୍ଟର ଯୋଗେଁ ଲକ୍ଷ୍ମି ନାଳରୁ ବାଲି ଓ ପଥର ଆଣି ରାସ୍ତା ନିର୍ମାଣ ଆରମ୍ଭ କରିଥିଲେ । ସବୁଠାରୁ ମହତ୍ୱପୁର୍ଣ କଥା ଏହି ଗ୍ରାମର ସମସ୍ୟା ପ୍ରତି ପ୍ରଶାସନ ଦୃଷ୍ଟି ନଦେବା ଘଟଣା ସ୍ଥାନୀୟ ଅଂଚଳରେ ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଛି । ତୁରନ୍ତ ସବୁ ଦିନିଆ ପକ୍କାରାସ୍ତା ନିର୍ମାଣ କରାନଯାଏ ତେବେ ଆଗାମୀ  ସାଧାରଣ ନିର୍ବାଚନରେ ଗ୍ରାମବାସୀ ମାନେ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି । ହେଲେ ଲୋକଙ୍କ ଭିତରେ ଚର୍ଚ୍ଚା ଯେ  ବାଚସ୍ପତିଙ୍କ ପ୍ରତିଶ୍ରୁତି ସତ୍ତ୍ୱେ ସମୁଦି ଘର ଗାଁକୁ ରାସ୍ତା ହୋଇ ପାରିଲାନି ଯେତେବେଳେ, ବାଚସ୍ପତି ଚାହିଁଲେନି ନା ବାଚସ୍ପତିଙ୍କ କଥା ଅଫିସର ଶୁଣିଲେନି ?

0
0
0
s2sdefault