ହେଡଲାଇନସ୍:

କମ୍ପାଉଣ୍ଡରଙ୍କ ହାତରେ ବାଲେଶ୍ୱରର ସ୍ୱାସ୍ଥ୍ୟ ବିଭାଗ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

11-07-18-bls-zp.jpg - 76.63 kB

ବିପର୍ଯ୍ୟସ୍ଥ ସ୍ୱାସ୍ଥ୍ୟସେବାକୁ ନେଇ ଜିଲ୍ଲା ପରିଷଦ ସଦସ୍ୟଙ୍କ ଉଦ୍ବେଗ

ବାଲେଶ୍ୱର(ଉଜ୍ଜ୍ୱଳ କର ): ବାଲେଶ୍ୱରର ପଞ୍ଚମ ଜିଲ୍ଲା ପରିଷଦର ଷଷ୍ଠ  ବୈଠକ ସ୍ଥାନୀୟ ଜିଲ୍ଲା ପରିଷଦ ସଭାଗୃହରେ ଅନୁଷ୍ଠିତ  ହୋଇଯାଇଛି । ଜିଲ୍ଲା ପରିଷଦ ଅଧ୍ୟକ୍ଷା ନିବେଦିତା ମହାନ୍ତି ଏଥିରେ ଅଧ୍ୟକ୍ଷତା କରିବା ସହିତ ବୈଠକର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ଭଦ୍ରକ ସାଂସଦ ଅର୍ଜୁନ ଚରଣ ସେଠୀ, ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁ, ସୋର ବିଧାୟକ ପର୍ଶୁରାମ  ଧଡ଼ା, ସିମୁଳିଆ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ଜିଲ୍ଲାପାଳ ରମେଶ ଚନ୍ଦ୍ର ରାଉତ ପ୍ରମୁଖ ଏଥିରେ ଯୋଗଦେଇ ସମଗ୍ର ବାଲେଶ୍ୱର ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ସରକାରୀ ଓ ବେସରକାରୀ ଯୋଜନାର ରୂପରେଖ ଓ ଅଗ୍ରଗତି ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ତେବେ ବୈଠକ ଆୟୋଜନ ସମ୍ପର୍କରେ ବିଳମ୍ବରେ ଅବଗତ କରାଯାଉଥିବା ନେଇ ସଦସ୍ୟମାନେ ଅଭିଯୋଗ ଉଠାଇଥିଲେ । ପ୍ରଶାସନ ପକ୍ଷରୁ ଜିଲ୍ଲା ପରିଷଦ ସଦସ୍ୟମାନଙ୍କୁ ବେଖାତିର କରାଯାଉଥିବା ସେମାନେ ଆରୋପ କରିଥିଲେ । ଏହି ଘଟଣାର ଯେପରି ପୁନରାବୃତ୍ତି  ନହୁଏ ସେଥିପ୍ରତି ଯତ୍ନବାନ ହେବାକୁ ଉପସ୍ଥିତ ଲୋକପ୍ରତିନିଧିମାନେ ପରାମର୍ଶ ଦେଇଥଲେ । ଅନ୍ୟାନ୍ୟ ବିଷୟ ଅପେକ୍ଷା ଜିଲ୍ଲାର ବିପର୍ଯ୍ୟସ୍ଥ ସ୍ୱାସ୍ଥ୍ୟସେବାକୁ ନେଇ ସଦସ୍ୟମାନେ ଉଦବେଗଗ ପ୍ରକାଶ କରିଥିଲେ । ସଦର ହସପିଟାଲ ସମେତ ଜିଲ୍ଲାର ୧୭ଟି ଗୋଷ୍ଠୀ  ସ୍ୱାସ୍ଥ୍ୟକେନ୍ଦ୍ର, ୬୯ଟି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ୨୩ଟି ପ୍ରସବ କେନ୍ଦ୍ରରେ ଡାକ୍ତରଙ୍କ ଅଭାବ ଯୋଗୁଁ ସାଧାରଣ ଲୋକେ ଭୋଗୁଥିବା ଦୁର୍ଦ୍ଧଶା ସମ୍ପର୍କିତ ତଥ୍ୟେ ସମାନେ ଉପସ୍ଥାପନ କରିଥିଲେ । ସାମ୍ପ୍ରତିକ ସ୍ଥିତିରେ ଜିଲ୍ଲାରେ ଆବଶ୍ୟକ ୨୭୮ ଜଣ ଡାକ୍ତରଙ୍କ ମଧ୍ୟରୁ ୪୬  ପ୍ରତିଶତ ଅର୍ଥାତ ୧୨୮ ଜଣରେ ରୋଗୀସେବା ଚାଲିଥିବା ସିଡିଏମଓ ଡାକ୍ତର ମୀନାକ୍ଷୀ ରାୟ ସୂଚନା ଦେଇଥିଲେ । ଜିଲ୍ଲାର ଅଧିକାଂଶ ଡାକ୍ତରଖାନାରେ ଜଣେ ହେଲେ ଡାକ୍ତର ନଥିବା ବେଳେ କମ୍ପାଉଣ୍ଡରମାନେ ରୋଗୀସେବା କରୁଛନ୍ତି । ଏନେଇ ପ୍ରତି ବୈଠକରେ ଆଲୋଚନା ହେଉଥିବା ବେଳେ ଜିଲ୍ଲାର ସାଂସଦ ଓ ବିଧାୟକମାନେ ଏଥିପ୍ରତି ଗୁରୁତ୍ୱ ନଦେବା ଦୁର୍ଭାଗ୍ୟର ବିଷୟ ବୋଲି ସଦସ୍ୟମାନେ ମନ୍ତବ୍ୟ ଦେଇଥିଲେ । ଅନ୍ୟପକ୍ଷରେ ଡାକ୍ତରଖାନାମାନଙ୍କରେ ଥାଲାସେମିଆ ରୋଗୀଙ୍କୁ ପ୍ରଦାନ କରାଯାଉଥିବା ରକ୍ତର ମାନକୁ ନେଇ ସଦସ୍ୟମାନେ ପ୍ରଶ୍ନ ଉଠାଇଥିଲେ । ବିନା ପରୀକ୍ଷାରେ ରକ୍ତ ପ୍ରଦାନ ଯୋଗୁଁ ରେମୁଣା ଅଞ୍ଚଳରେ ୫ ଜଣ ଥାଲାସେମିଆ ଶିଶୁଙ୍କ ଶରୀରରେ ଏଚଆଇଭି ଭୂତାଣୁ ଚିହ୍ନଟ ହୋଇଥିବା ସେମାନେ ସୂଚନା ଦେଇଥଲେ । ତେବେ ଜନସାଧାରଣଙ୍କ ମୌଳିକ ଆବଶ୍ୟକତା ଭାବେ ସ୍ୱାସ୍ଥ୍ୟ ସେବା ପ୍ରତି ସରକାରଙ୍କ ଉଦାସୀନତା ଆଗାମୀ ଦିନରେ ଭୟଙ୍କର ରୂପ ନେଇପାରେ ବୋଲି କେତେକ ସଦସ୍ୟ ଚେତାବନୀ ଦେଇଥିଲେ । ସେହିଭଳି ସୁଲଭ ଖାଉଟି ସମାଗ୍ରୀ ବଣ୍ଟନ ବ୍ୟବସ୍ଥାରେ ଜିଲ୍ଲା ଯୋଗାଣ ବିଭାଗରେ ଚାଲିଥିବା ଅନିୟମିତତା ସମ୍ପର୍କରେ ସଦସ୍ୟମାନେ ତଥ୍ୟ ଉତ୍ଥାପନ କରିଥିଲେ । ବିଶେଷ କରି ସରକାରୀ ଡିପୋରେ ରିଟେଲରମାନଙ୍କୁ କିଭଳି ମାପରେ ଚଞ୍ଚକତା କରି କମ୍ ପରିମାଣର କିରାସିନୀ ପ୍ରଦାନ କରାଯାଉଥିବା  ସେମାନେ ସୂଚନା ଦେଇଥିଲେ । ସରକାରଙ୍କ ନିର୍ଦ୍ଦେଶକୁ ଅବମାନନା କରି ଯୋଗାଣ ବିଭାଗ କିରାସିନୀ କଳାବାଜାରୀକୁ ପ୍ରୋତ୍ସାହିତ କରୁଥିବା ନେଇ ବୈଠକରେ ଆଲୋଡ଼ନ ସୃଷ୍ଟି ହୋଇଥିଲା । ଅନୁରୂପ ଭାବେ କୃଷି, ଜଳ ସେଚନ,ମତ୍ସ୍ୟ  ଚାଷ, ପୂର୍ତ୍ତ, ଗ୍ରାମ୍ୟ ଉନ୍ନୟନ, ବିଦ୍ୟୁତ, ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଓ ପରିମଳ ବିଭାଗର ମନ୍ଥର କାର୍ଯ୍ୟଧାରା ଏବଂ ଅନିୟମିତତା ସମ୍ପର୍କରେ ଏହି ବୈଠକରେ ଆଲୋଚନା କରାଯାଇଥିଲା । ସରକାରୀ ଯୋଜନାର ସଫଳ ରୂପାୟନରେ ସ୍ୱଚ୍ଛତା ଅବଲମ୍ବନ ପାଇଁ ଯତ୍ନବାନ ହେବାକୁ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦିଆଯାଇଥିଲା । ଅନୁପସ୍ଥିତ ମନ୍ତ୍ରୀ, ବିଧାୟକ ଓ ସାଂସଦଙ୍କ ପ୍ରତିନିଧିଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଏବଂ ଜିଲ୍ଲା ପରିଷଦ ସଦସ୍ୟମାନେ ଏଥିରେ ଯୋଗଦେଇ  ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସା ପ୍ରକଳ୍ପ ପ୍ରକଳ୍ପ ନିର୍ଦ୍ଦେଶକ  ତ୍ରିଲୋଚନ ପ୍ରଧାନ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।   

 

 

 

0
0
0
s2sdefault