ହେଡଲାଇନସ୍:

ବିଲାବାଡି ଆବାସିକ ବିଦ୍ୟାଳୟରେ ନିର୍ଯାତନା : ସ୍କୁଲରୁ ଲୁଚି  ୩୦ କିମି ଦୁର୍ଗମ ପାହାଡିଆ ରାସ୍ତା ଦେଇ ଚାଲି ଆସିଲେ ୪ ଛାତ୍ରୀ !

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଶିକ୍ଷକ ନିଜର ପିନ୍ଧିବା ବସ୍ତ୍ର ଓ ଜୋତା ସଫା କରାଉଥିବା  ଅଭିଯୋଗ

11-07-18-Sisu-1.jpg - 92.83 kBବୌଦ୍ଧ (ସିମୁନ୍ ନାଏକ) ; ଆମକୁ ସ୍କୁଲରେ ଶିକ୍ଷକ ପ୍ରବଳ ମାଡ ମାରିବା ସହିତ ବାସନ ମଜାଉଥିବା । ଏଥିସହ ଶିକ୍ଷକ ନିଜର ପିନ୍ଧା ବସ୍ତ୍ର ଓ ଜୋତା ସଫା କରିବାକୁ ବାଧ୍ୟ କରୁଥିଲେ । ଏଭଳି ଏକ ସାଂଘାତିକ ଅଭିଯୋଗ ଆଣିଛନ୍ତି ବିଲାବାଡି ସେବାଶ୍ରମ ରୁ ଲୁଚି ପଳାଇ ଆସିଥିବା ୪ ଜଣ ଛାତ୍ରୀ । ମିଳିଥିବା ସୂଚନା ଅନୁଯାଇ କନ୍ଧମାଳ ଜିଲ୍ଲା ଖଜୁରିପଡା ବ୍ଲକ ବିଲାବାଡି ସେବାଶ୍ରମର ଛାତ୍ରୀମାନଙ୍କୁ ଶିକ୍ଷକ ଓ ସିନିଅର ଛାତ୍ରୀ ମାନେ ନିର୍ଯାତନା ଦେଉଥିବା ଅଭିଯୋଗ ହେଉଛି । ସେମାନେ ନିର୍ଯାତନାର ଅସହ୍ୟ ହେବାରୁ ଗତ ରବିବାର ରାତିରେ ସେବା ଶ୍ରମର ୪ ଜଣ ଛାତ୍ରୀ ସ୍କୁଲରୁ ଲୁଚି ପଳାଇ ଆସୁଥିବା ବେଳେ ଗତକାଲି ସେମାନଙ୍କୁ ବୌଦ୍ଧ ରୁ ଉଦ୍ଧାର କରାଯାଇଛି । ଛାତ୍ରୀମାନଙ୍କ କହିବାନୁଯାଇ ବିଲାବାଡି ସେବାଶ୍ରମରେ ନିର୍ଯାତନା  ଦିଆଯାଉଥିବାରୁ ସଂପୃକ୍ତ ୪ଜଣ ଛାତ୍ରୀ ରାତିରେ ସେବାଶ୍ରମରୁ ବାହାରି ୩ ଟି ପାହାଡ ଡେଇଁ ଘଂଚ ଜଙ୍ଗଲ ରାସ୍ତା ଦେଇ ଗାଁକୁ ଆସୁଥିଲେ ବର୍ଷାକୁ ମଧ୍ୟ ଖାତିରି ନକରି ସେମାନେ ଓଦା ହୋଇ ନିଜର ବ୍ୟବହାର୍ଯ୍ୟ ସାମଗ୍ରୀ ଧରି ଆସୁଥିବା ବେଳେ ସେମାପାଜୁ ଗାଁ ନିକଟରେ କିଛି ଲୋକ ତାଙ୍କୁ ଦେଖି ତାଙ୍କ ଠିକଣା ପଚାରିଥିଲେ  । ଏହାପରେ ଛାତ୍ରୀ ମାନେ କିଛି ଖାଇ ନଥିବା କହିବାରୁ ସେମାନଙ୍କୁ ଗାଁଲୋକେ ଖାଇବାକୁ ଦେଇଥିଲେ । ସେମାନଙ୍କୁ ସ୍କୁଲରେ ଶିକ୍ଷକ ପ୍ରବଳ ମାଡ ମାରିବା ସହିତ ବାସନ ମଜାଉଥିବା । ଏଥିସହ ଶିକ୍ଷକ ନିଜର ପିନ୍ଧା ବସ୍ତ୍ର ଓ ଜୋତା ସଫା କରିବାକୁ ସେମାନଙ୍କୁ ବାଧ୍ୟ କରୁଥିବା ଅଭିଯୋଗ କରିଥିଲେ । ସେହିପରି ସିନିୟର ଛାତ୍ରୀ ମାନେ ସେମାନଙ୍କୁ ବିଭିନ୍ନ କାମ କରେଇବା ସହିତ ବିଭିନ୍ନରେ ପ୍ରକାର ନିର୍ଯାତନା ଦେଉଥିବା ମଧ୍ୟ କହିଥିଲେ । ନିର୍ଯାତନା ଆସହ୍ୟ ହେବାରୁ ଛାତ୍ରୀମାନେ ଶେଷରେ ସ୍କୁଲ ଛାଡିଥିବା କହିଥିଲେ । ଗ୍ରାମବାସୀ ସେମାନଙ୍କ ଘରଲୋକଙ୍କୁ ଖବର ଦେଇଥିବା ବେଳେ ସେମାନଙ୍କୁ ବଘିଆପଡା ଫାଣ୍ଡିକୁ ଆଣାଯାଇଥିଲା । ସେଠାରେ ବୌଦ୍ଧ ଶିଶୁ ସୁରକ୍ଷା ବିଭାଗର ଏକ ଟିମ ପହଁଚି ବୌଦ୍ଧ ଶିଶୁ ସୁରକ୍ଷା କାର୍ଯ୍ୟଳୟକୁ ଆଣିଥିଲେ । ତୁରନ୍ତ ଏହି ଘଟଣାର ତଦନ୍ତ କରିବାକୁ ଅଭିଭାବକ ମହଲରେ ଦାବି ଦେଉଛି ।

 

0
0
0
s2sdefault