ହେଡଲାଇନସ୍:

ଅରଖପଦର ଏବଂ ଅରାଗଡ଼ ସଂରକ୍ଷିତ ଜଙ୍ଗଲରେ ୨୦୦୦୦ ଚାରା ରୋପଣ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପୁରୁଣାକଟକ ବନାଂଚଳରେ ସାମୁହିକ ବୃକ୍ଷ ରୋପଣ ଓ ବନ ମହୋତ୍ସବ  ପାଳିତ

11-07-16-baud.jpg - 94.92 kB

ବୌଦ୍ଧ (ସିମୁନ୍ ନାଏକ)-ବୌଦ୍ଧ ଜିଲ୍ଲା ପୁରୁଣାକଟକ ବନାଂଚଳ ର କୁଶଙ୍ଗ ବିଟ୍ ଏବଂ ଶଙ୍କୁଲେଇ ବିଟ୍ ରେ ଶନିବାର ୬୯ତମ ବନ ମହୋତ୍ସବ  ପାଳିତ ହୋଇଯାଇଛି ।ଏହି ଅବସରରେ ସାମୁହିକଭାବେ  ପାଖାପାଖି ୨୦ ହଜାର ଚାରାରୋପଣ କରାଯାଇଛି  ।ପ୍ରତ୍ୟକ ବର୍ଷ ୧ଜୁଲାଇରୁ ୭ଜୁଲାଇ ପର୍ଯ୍ୟନ୍ତ ସାରା ରାଜ୍ୟରେ ପାଳନ ହେଉଥିବା ବନମହୋତ୍ସବ  ଭଳି ସବୁଜ କାର୍ଯ୍ୟକ୍ରମ ଚଳିତ ବର୍ଷ କୁଶଙ୍ଗ ସେକ୍ସନର କୁଶଙ୍ଗ ବିଟରେ  ବନବିଭାଗ ପକ୍ଷରୁ ଆୟୋଜିତ ହୋଇଥିଲା ।ଏହି କାର୍ଯ୍ୟକ୍ରମରେ କୁଶଙ୍ଗ ବନ୍ୟପ୍ରାଣୀ ବନାଂଚଳ ଅଧିକାରୀ ଦୟାନିଧି ସେଠୀ, ପୁରୁଣାକଟକ ବନଂଚଳ ଅଧିକାରୀ ରଣଜିତ୍ ମହାନ୍ତି, କୁଶଙ୍ଗ ଜଣାଶୁଣା ସମାଜସେବୀ ସଂଜିତ ଦେହୁରୀ, ବରିଷ୍ଠ  ନାଗରିକ ପ୍ରାଣକୃଷ୍ଣ ଗୁରୁ, କୁଶଙ୍ଗ ହାଇସ୍କୁଲ ଖେଳ ଶିକ୍ଷକ ଉମାଶଙ୍କର ରାଉତ, ସ୍ଥାନୀୟ ଫରେଷ୍ଟର ପୁଷ୍ପାଞଳୀ ମେହେର, ଚାରିଛକ ବନପାଳ ଏମ୍.ପ୍ରସାଦ ରାଓ, ବନରକ୍ଷୀ ଶତିସ ରଂଜନ କମ୍ପ, ଗୌରୀ ଶଙ୍କର ପୁରୋହିତ୍, ସାନ୍ତୋଷ କୁମାର ମଲ୍ଲିକ ଏବଂ ପଂଚାୟତର ଓାର୍ଡସଭ୍ୟ ପ୍ରମୁଖ ଯୋଗଦାନ କରିଥିଲେ । ଏହି ଅବସରରେ ସ୍ଥାନୀୟ ହାଇସ୍କୁଲର ଛାତ୍ରୀଛାତ୍ରଙ୍କୁ ନେଇ ଏକ ସଚେତନାତା ଶୋଭାଯାତ୍ରା ଲି  ଅନୁଷ୍ଠିତ ହୋଇଥିଲା । ଶେଷରେ କୁଶଙ୍ଗ ବିଟ ଅର୍ନ୍ତଗତ ଅରଖପଦର ସଂରକ୍ଷିତ ଜଙ୍ଗଲର କଂ.ନଂ-୯ ରେ ୪ ହଜାର ଚାରାରୋପଣ କରାଯାଇଥିଲା ।ସେହିପରି ହରଭଙ୍ଗା ସେକ୍ସନର ଶଙ୍କୁଲେଇ ବିଟରେ ବନମୋହସôବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସଂରପଚ ରଶ୍ମିତା ମହାକୁଡ ମୁଖ୍ୟଅତିଥିଭାବେ ଯୋଗଦାନ କରିଥିଲେ । ଅନ୍ୟତମ ଅତିଥିଭାବେ କମ୍ଭୁନାଥପୁର ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ବେହେରା, ହରିହରପୁର ପ୍ରଧାନ ଶିକ୍ଷକ ରୋହିତ କୁମାର ବାରିକ , ପୁରୁଣାକଟକ ବନାଂଚଳ ଅଧିକାରୀ ରଣଜିତ ମହାନ୍ତି ,ହରଭଙ୍ଗା ଫରେଷ୍ଟର ରଂଜନ କୁମାର ସେଠୀ,ବନରକ୍ଷୀ ଟିଙ୍କୁ ବେହେରା, ଲାଲ୍କ୍ରିଷ୍ଣ ସାହୁ ପ୍ରମୁଖ ଯୋଗଦାନ କରିଥିଲେ ।ଶଙ୍କୁଲେଇ ବିଟର ଆରାଗଡ ସଂରକ୍ଷିତ ଜଙ୍ଗଲର କଂ. ନଂ-୬ରେ ୧୬ହଜାର ଚାରାରୋପଣ କରାଯାଇଥିଲା ।

 

0
0
0
s2sdefault