ହେଡଲାଇନସ୍:

ଯେପରି ହିତାଧିକାରୀ ଊପକୃତ  ହୋଇପାରିବେ ସେଥିପ୍ରତି ଊତ୍ତରଦାୟୀ ଭାବେ କାର୍ଯ୍ୟ କରିବା ଉଚିତ : ପ୍ରମିଳା 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଞ୍ଚମ ଜିଲ୍ଲା ପରିଷଦର ଚତୁର୍ଥ ସାଧାରଣ ବୈଠକ 

ଯାଜପୁର, (ଜୟଶଙ୍କର ଦାଶ) ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ଅଭାବ ଯେ କୈାଣସି ଯୋଜନାକୁ ପ୍ରଭାବିତ କରିଥାଏ ।  ତେଣୁ ପ୍ରତ୍ୟେକ ବିଭାଗ ମଧ୍ୟରେ ସମନ୍ୱୟ ରଖାଯାଇ ଯେପରି ହିତାଧିକାରୀ ଊପକୃତ  ହୋଇପାରିବେ ସେଥିପ୍ରତି ଊତ୍ତରଦାୟୀ ଭାବେ କାର୍ଯ୍ୟ କରିବାକୁ ବିଧାୟିକା ପ୍ରମିଳା ମଲ୍ଲିକ ପରାମର୍ଶ ଦେଇଚ୍ଥନ୍ତି ।  ବୁଧବାର ପୂର୍ବାହ୍ନରେ ଜିଲ୍ଲାଗ୍ରାମ୍ୟ ଊନ୍ନୟନ ସଂସ୍ଥା ସମ୍ମିଳନୀ ଗୃହରେ ପଞ୍ଚମ ଜିଲ୍ଲାପରିଷଦର ଚତୁର୍ଥ ସାଧାରଣ ବୈଠକ ଜିଲ୍ଲା ପରିଷଦ ପକ୍ଷରୁ ଅନୁଷ୍ଠିତ  ହୋଇଥିଲା ।  ଏଥିରେ ଯୋଗଦେଇ ବିଧାୟିକା ଶ୍ରୀମତୀ ମଲ୍ଲିକ କୃଷି ପ୍ରଧାନ ଅଂଚଳ ଭାବେ ଯାଜପୁର ର ସ୍ଥାନ ସ୍ୱତନ୍ତ୍ର ।  ତେବେ କୃଷି ବିଭାଗ ଓ ଜଳସେଚନ ବିଭାଗ ମଧ୍ୟରେ ଊତ୍ତମ ସମନ୍ୱୟ ରହିଲେ ଏହା ଅଧିକ ସୁପଂଳ ମିଳିପାରନ୍ତା ।  ଲୋକ ମାନଙ୍କର ଆବଶ୍ୟକତାକୁ ଚାହିଁ  ପ୍ରକଳ୍ପ ଚୟନ କରାଗଲେ ତାହାର ସୁପଂଳ ଲୋକମାନେ ପାଇବା ସହ ସରକାରଙ୍କର ଊଦେ୍ଧଶ୍ୟ ଓ ଯୋଜନା ସପଂଳ ହେବ ଓ ଆମ ଜିଲ୍ଲା ୧ ନମ୍ୱର ଜିଲ୍ଲା ହୋଇପାରିବ   ବୋଲି  କହିଥିଲେ । ସାଂସଦ ରୀତା ତରାଇ ଲୋକ ପ୍ରତିନିଧି ମାନଙ୍କ ସହ ପରାମର୍ଶ କରାଯାଇ ପ୍ରକଳ୍ପ ଚୟନ ଓ ବୈଠକର ଆଲୋଚନାକୁ କାର୍ଯ୍ୟରେ ପରିଣତ କରିବା ପାଇଁ ପରାମର୍ଶ ଦେଇଥିଲେ ।  ବିଧାୟକ ଆକାଶ ଦାସନାୟକ ସରକାରୀ ଯୋଜନାର ସପଂଳ ରୂପାୟନ,  ପ୍ରକଳ୍ପ ଚୟନରେ ହିତାଧିକାରୀଙ୍କର ଊପକୃତକୁ ଗୁରୁତ୍ୱ, ଜନ ପ୍ରତିନିଧି ମାନଙ୍କୁ ସାମିଲ ଓ ଆଗାମୀ ବର୍ଷ ଜିଲ୍ଲାରେ ୧୦ ଲକ୍ଷ ଚାରା ଲଗାଇବାକୁ ଏବେ ଠାରୁ ବ୍ୟବସ୍ଥା କରିବାକୁ ଗୁରୁତ୍ୱ ଦେଇଥିଲେ । ଜିଲ୍ଲା ପରିଷଦ ସଭାପତି ନରେଶ ଚନ୍ଦ୍ର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ  ଏହି ବୈଠକରେ ଜିଲ୍ଲା  ଗ୍ରାମ୍ୟ ଊନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ବ୍ରଜଗୋପାଳ ଆଚାର୍ଯ୍ୟ ସମସ୍ତଙ୍କୁ ସ୍ୱାଗତ କରିବା ସହ କାର୍ଯ୍ୟସୂଚୀ ଅନୁଯାୟୀ ଆଲୋଚନା କରିଥିଲେ । ଯାଜପୁର ଜିଲ୍ଲାରେ ଓଡିଆ ବିଶ୍ୱ ବିଦ୍ୟାଳୟ ପ୍ରତିଷ୍ଠା ଜିଲ୍ଲା ପରିଷଦ ସଦସ୍ୟଙ୍କ ଅନରାରିୟମ ବୃଦ୍ଧି ଓ ଧାନର ସହାୟକ ମୂଲ୍ୟ  ଟ.୨୯୩୦ କୁ ବୃଦ୍ଧି ପାଇଁ ସରକାରଙ୍କୁ ଅବଗତ କରାଇବାକୁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା  । ଯାଜପୁର ଜଳ ନିକାଶ ବିଭାଜନ ମାଧ୍ୟମରେ ୩୪ ଟି ମୁଖ୍ୟ ନାଳ ଓ ତାହାର ଶାଖା ନାଳ ଅନ୍ତର୍ଭୁକ୍ତ ।  ଏହି ବିଭାଗ ଅଧିନରେ ଚ୍ଥୋଟ ଗେଙ୍ଗୁଟି ନାଳ ଯାହାର ଲମ୍ୱ ୪୭ କି.ମି. ।  ଏହା ମଙ୍ଗୁଳି ଠାରୁ ବାହାରି ବଡ ଗେଙ୍ଗୁଟିରେ ପଡିଚ୍ଥି ।  ଏହାର ମୁଖ୍ୟ ନାଳ ୩୬ କିମି ଓ ତିନୋଟି ଶାଖା ନାଳ ବନ୍ଦାଳୋ ଯୋର  ୧୦.୨ କି.ମି.  ସପେଂଇ ୪ କି.ମି.  ଓ ଭୁବନପୁର ପାଟନାଳୀ ୨ କି.ମି.  ।  ୨ ଟି ପୋଲ ଗାର୍ଡୱାଲ ଓ ପଥର ପ୍ୟାକିଂ କାର୍ଯ୍ୟ ଚାଲୁ ରହିଚ୍ଥି ।  ଗାଗରପାଟିଆ ମୁଖ୍ୟ ନାଳ ଖରସ୍ରୋତାର ରାଊତରା ଏସ୍କେପ ଠାରୁ ବାହାରି ୧୪.୨  କି.ମି. ପ୍ରବାହିତ ହୋଇ ଭୋଙ୍ଗରା ନାଳରେ ପଡିଚ୍ଥି ।  ଏହି ନାଳରେ ୪ ଟି ପୋଲ ଗାର୍ଡୱାଲ ଓ ପଥର ପ୍ୟାକିଂର ପ୍ରସ୍ତାବ ରହିଚ୍ଥି ।  ସେହିପରି କାଣି ନାଳର ଲମ୍ୱ ୨୫.୨ କି.ମି. ମଧ୍ୟରୁ ଡ୍ରେନେଜ ବିଭାଗ ଅଧିନରେ ୨୦.୦୨ କି.ମି. ଲମ୍ୱ ରହିଚ୍ଥି ଓ ଏହା କୟାଁଗୋଲାରେ ବୈତରଣୀ ନଦୀରେ ପଡିଚ୍ଥି ।  ଏଥିରେ ୧୪ ଟି ଶାଖା ନାଳ ଖନନର ପ୍ରସ୍ତାବ ରହିଚ୍ଥି, ଯାହାର ଲମ୍ୱ ୨୧ କି.ମି. ।  ଗଡଗଡି ମାହାରା ମୁଖ୍ୟ ନାଳର ଲମ୍ୱ ୧୪.୨୨  କି.ମି. ଓ ଏଥିରେ ୨ ଟି ଶାଖା ନାଳର ଲମ୍ୱ ୭.୫୭୨  କି.ମି. ।  ଏଥିରେ ପୋଲ ଓ ଗାର୍ଡୱାଲର ନିର୍ମାଣ ପାଇଁ ପ୍ରସ୍ତାବ ରହିଚ୍ଥି ।  ଏହି ନାଳ ଗୁଡିକର ଗୋଟିଏ ପାଶ୍ୱର୍ରୁ ଅନ୍ୟ ପାଶ୍ୱର୍କୁ ଯିବା ଆସିବା ପାଇଁ ପାଦଚଲା ରାସ୍ତା ନିର୍ମାଣ କରାଯାଇଚ୍ଥି ଓ କରାଯାଊଚ୍ଥି ।  ନାଳ ମାନଙ୍କରେ ଚେକ୍ ଡ୍ୟାମ ନିର୍ମାଣ କରାଯାଇ ଚାଷର ଊପଯୋଗରେ ବ୍ୟବହାର କରାଯାଊଚ୍ଥି । ବୈତରଣୀ ନଦୀର ଜଳ ଧାରଣ କ୍ଷେତ୍ରପଂଳ ୧୦ ହଜାର ବର୍ଗ   କି.ମି. ।  କେନାଲ ପ୍ରଣାଳୀ ଦ୍ୱାରା ଜିଲ୍ଲାରେ ୧୩୦୯୯ ହେକ୍ଟର ଜମିକୁ ଖରିପଂ ଜଳ ଓ ୩୨୩୮ ହେକ୍ଟର ଜମିକୁ ରବି ଜଳ ସେଚନର ବ୍ୟବସ୍ଥା ହୋଇଚ୍ଥି ।  ସେହିପରି ଭଦ୍ରକ ଜିଲ୍ଲାରେ ହାଇ ଲେବୁଲ କେନାଲ ଦ୍ୱାରା ୧୯୬୬୯ ହେକ୍ଟର ଜମିକୁ ଖରିପଂ  ଓ ୮୦୯ ହେକ୍ଟର ଜମିକୁ ରବି ଜଳ ସେଚନ କରାଯାଇଚ୍ଥି ।  ଜଳ ସେଚନର ସୁପରିଚାଳନା ପାଇଁ ଯାଜପୁର କେନାଲରେ ୨୮ ଟି ଓ ହାଇ ଲେବୁଲ କେନାଲରେ ୪୧ ଟି ପାଣି ପଞ୍ଚାୟତ ଗଠନ କରାଯାଇଚ୍ଥି । ଜାରକା ଜଳ ସେଚନ ବିଭାଗ ଅଧିନରେ ୩ ଟି ଜଳ ସେଚନ ଊପଖଣ୍ଡ ବରୀ, ଜାରକା ଓ ଚଣ୍ଡିଖୋଲ କାର୍ଯ୍ୟ କରୁଥିବା ବେଳେ ଏହାର ନଦୀ ବନ୍ଧର ଦୈର୍ଘ୍ୟ ୩୫୦  କି.ମି. ।  ଏହା ବ୍ୟତୀତ ହାଇ ଲେବୁଲ କେନାଲ ୪୨.୬୦  କି.ମି. ସହ ଅନ୍ୟ ମାଇନର ଦୈର୍ଘ୍ୟ ୧୨୦ କି.ମି.ର ପରିଚାଳନା ଓ ରକ୍ଷଣା ବେକ୍ଷଣ କାର୍ଯ୍ୟ କରୁଚ୍ଥି ।  ତତ୍ ସହିତ କଳିଙ୍ଗନଗରରେ ଥିବା କାରଖାନା ଗୁଡିକରେ ବ୍ୟବହାର ହେଊଥିବା ନଦୀ ଜଳ ଓ ଭୂ ତଳ ଜଳର ଜଳକର ଆଦାୟ ଦାୟିତ୍ୱ ମଧ୍ୟ ବିଭାଗ ତୁଲାଊଚ୍ଥି ।  କ୍ଷୁଦ୍ର ଜଳ ସେଚନ ବିଭାଗ ଅଧିନରେ ୧୧୧ ଗୋଟି ପ୍ରକଳ୍ପ ମାଧ୍ୟମରେ ୧୫୧୫୯ ହେକ୍ଟର ଖରିପଂ ଋତୁରେ ଓ ୨୪୨୮ ହେକ୍ଟର ରବି ଋତୁରେ ଜଳସେଚିତ ହେଊଚ୍ଥି ।  ଖରିପଂ ଋତୁରେ ୧୪୨୭୫୦ ହେକ୍ଟର ଜମିରେ ଚାଷ ଲକ୍ଷ୍ୟ ଧାର୍ଯ୍ୟ ହୋଇଚ୍ଥି ।  ସେଥି ମଧ୍ୟରୁ ଧାନ ୧୧୦୫୦୦ ହେକ୍ଟର, ମକା ୨୫୦୦ ହେକ୍ଟର, ଡାଲି ଜାତୀୟ ୩୫୦୦ ହେକ୍ଟର, ତୈଳବୀଜ ଜାତୀୟ ୧୨୦୦ ହେକ୍ଟର, ତନ୍ତୁ ଜାତୀୟ ୧୧୦୦ ହେକ୍ଟର, ପନିପରିବା ୨୦୨୭୦ ହେକ୍ଟର, ମସଲା ଜାତୀୟ ୧୨୦୦ ହେକ୍ଟର  ଏବଂ ଆଳୁ ୧୬୦୦ ହେକ୍ଟର ଅନ୍ତର୍ଭୁକ୍ତ ।  ଚଳିତ ବର୍ଷ ମୃତ୍ତିକା ପରୀକ୍ଷା ପାଇଁ ଧାର୍ଯ୍ୟ ଲକ୍ଷ୍ୟ ୧୦୫୫୦ ସଂଖ୍ୟକ ମାଟିର ନମୁନା ସଂଗ୍ରହ ହୋଇ ୮୦୪୦ ଟି ପରୀକ୍ଷା ହୋଇଚ୍ଥି ।  ଧାର୍ଯ୍ୟଲକ୍ଷ୍ୟ ୫୬୫୮ କ୍ୱିଣ୍ଟାଲ ବିଭିନ୍ନ କିସମର ଧାନ ବିହନ ମଧ୍ୟରୁ ୨୯୩୮ କ୍ୱିଣ୍ଟାଲ ବିହନ ବିକ୍ରୟ ହୋଇଚ୍ଥି ।  ସେହିପରି ଖରିପଂ ଋତୁରେ ଜିଲ୍ଲାରେ ୩୨୦୮୦ ମେଟ୍ରିକ ଟନ୍ ବିଭିନ୍ନ ସାର ବ୍ୟବହାରର ଲକ୍ଷ୍ୟ ରଖାଯାଇଚ୍ଥି ।  ସେହିପରି ଊଦ୍ୟାନ କୃଷି, ସାଧାରଣ ବଣ୍ଟନ, ଗ୍ରାମ  ବିଦ୍ୟୁତିକରଣ, (ସୈାଭାଗ୍ୟ ଯୋଜନା) ସଂପର୍କରେ ଆଲୋଚନା କରାଯାଇ ହିତାଧିକାରୀଙ୍କୁ ଯୋଜନା ମାଧ୍ୟମରେ ଊପଯୁକ୍ତ ସେବା ଯୋଗାଇବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ନିଦେ୍ର୍ଧଶ ଦିଆଯାଇଥିଲା । ପ୍ରାରମ୍ଭରେ  ପ୍ରାକ୍ତନ ବିଧାୟକ ସୂର୍ଯ୍ୟମଣି ଯେନା ଓ ଜିଲ୍ଲା ପରିଷଦ ୩୦  ନମ୍ୱର ଜୋନର ସଦସ୍ୟ ଭାଗବତ ପ୍ରସାଦ ମିଶ୍ରଙ୍କ ବିୟୋଗରେ ସଦସ୍ୟ ମାନେ ଶୋକବ୍ୟକ୍ତ ସହ ନୀରବ ପ୍ରାର୍ଥନା କରିଥିଲେ । ନବ ନିର୍ବାଚିତ ୩୦ ନମ୍ୱର ଜୋନର ସଦସ୍ୟ ବିଶ୍ୱ ପ୍ରତାପ ମିଶ୍ରଙ୍କୁ ଶପଥ ପାଠ କରାଯିବା ସହ ସ୍ୱାଗତ କରାଯାଇଥିଲା ।  

ଅନ୍ୟ ମାନଙ୍କ ମଧ୍ୟରେ ଊପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ, ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ  ଇନ୍ଦ୍ରମଣି ନାୟକ, ଜିଲ୍ଲା  ପରିଷଦ ଊପସଭାପତି ଅମୂଲ୍ୟବାଳା ପାତ୍ର ସମସ୍ତ ଜିଲ୍ଲା  ପରିଷଦ ସଦସ୍ୟ, ସଦସ୍ୟା , ବିଭିନ୍ନ ପଞ୍ଚାୟତ ସମିତି ଅଧ୍ୟକ୍ଷ, ଅଧ୍ୟକ୍ଷା, ସମସ୍ତ ବିଡିଓ, ବିଭିନ୍ନ ବିଭାଗର ଅଧିକାରୀ , ଲାଇନ୍ ଡିପାର୍ଟମେଣ୍ଟ ଅଧିକାରୀ, ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । 

 

 

 

0
0
0
s2sdefault