ହେଡଲାଇନସ୍:

୨ ମାସର ମହଲତ ଦେଲେ ସର୍ବୋଚ୍ଚ ନ୍ୟାୟାଳୟ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଲୋକାୟୁକ୍ତ ନିଯୁକ୍ତି ନେଇ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କଲେ ରାଜ୍ୟ ସରକାର 

ନୂଆଦିଲ୍ଲୀ:ଲୋକାୟୁକ୍ତ ଗଠନ ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି ରାଜ୍ୟ ସରକାର  । ରାଜ୍ୟ ସରକାରଙ୍କୁ ୨ ମାସ ମହଲତ ଦେଇଛନ୍ତି ସୁପ୍ରିମକୋର୍ଟ  । ୨ ମାସ ମଧ୍ୟରେ ପ୍ରକ୍ରିୟା ଶେଷ କରି ଲୋକାୟୁକ୍ତ ନିଯୁକ୍ତି ନେଇ ସୁପ୍ରିମକୋର୍ଟରେ ୩ ଜଣିଆ ଖଣ୍ଡପୀଠ ନିର୍ଦ୍ଦେଶ  ଦେଇଛନ୍ତି  ।  ଜୁଲାଇ ୧୦ ତାରିଖ ସୁଦ୍ଧା ଲୋକାୟୁକ୍ତ ନିଯୁକ୍ତି ନେଇ ସତ୍ୟପାଠ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟ ନୋଟିସ କରିଥିଲେ  । ୨୦୧୪ ଫେବୃୟାରୀ ୧୪ ରେ ବିଧାନସଭାରେ ଲୋକାୟୁକ୍ତ ବିଲ ପାରିତ ହୋଇଥିଲା   । ସେତେବେଳେ ଏଭଳି ବିଲ ପାରିତ କରିବାରେ ଓଡିଶା ଦେଶର ପ୍ରଥମ ରାଜ୍ୟ ବୋଲି ଦାବି କରିଥିଲା  । ରାଜ୍ୟ ସରକାର  ସେହିବର୍ଷ ଡିସେମ୍ବର ମାସରେ ରାଷ୍ଟ୍ରପତି ଏହି ଆଇନକୁ ଅନୁମୋଦନ ଦେଇଥିଲେ  । ତେବେ ଏହାର ନିୟମାବଳୀ ପ୍ରଣୟନ ସହ ଗେଜେଟ ବିଜ୍ଞପ୍ତି ପ୍ରକାଶ ପାଇନଥିଲା  । ଏହି ପ୍ରସଙ୍ଗରେ ଗତ ବିଧାନସଭାରେ ହଟ୍ଟଗୋଳ କରିଥିଲେ ବିରୋଧୀ ଦଳ  । ରାଜ୍ୟ ସରକାର ସୁପ୍ରିମକୋର୍ଟରେ ମିଥ୍ୟା ସତ୍ୟପାଠ ଦାଖଲ କରିଥିବା ଅଭିଯୋଗ କରି ଗୃହ ଅଚଳ କରିଥିଲେ ବିରୋଧୀ  । ସୁପ୍ରିମକୋର୍ଟଙ୍କ ନୋଟିସ ପରେ ଲୋକାୟୁକ୍ତ ନିଯୁକ୍ତି ନେଇ ଆରମ୍ଭ ହୋଇଛି ବିଧିବଦ୍ଧ ପ୍ରକ୍ରିୟା  । ଏଥିପାଇଁ ଏକ ସର୍ଚ୍ଚ କମିଟି ଗଠନ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି ସାଧାରଣ ପ୍ରଶାସନ ବିଭାଗ  । ଲୋକାୟୁକ୍ତ ନିଯୁକ୍ତି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକ ଚୟନ କମିଟି ଗଠନ ହେବ  । ଏଥିରେ ବିଧାନସଭାରେ ବାଚସ୍ପତି, ବିରୋଧୀ ଦଳ ନେତା ବି ରହିବେ  । ଏହି ତିନିଜଣ ମିଶି ଚତୁର୍ଥ ସଦସ୍ୟଙ୍କ ନାଁ ସୁପାରିସ କରିବେ  । ପରେ ରାଜ୍ୟପାଳ ତାଙ୍କୁ ନିଯୁକ୍ତି ଦେବେ  । ପୁଣି ଚୟନ କମିଟି ଏକ ପାଂଚ ଜଣିଆ ସର୍ଚ୍ଚ କମିଟି ବାଛିବେ  । ଏହି ସର୍ଚ୍ଚ କମିଟି ଲୋକାୟୁକ୍ତ ଓ ସଦସ୍ୟଙ୍କୁ ବାଛି ଚୟନ କମିଟିର ବି·ର ପାଇଁ ସୁପାରିସ କରିବେ  । ଚୟନ କମିଟି ଦ୍ୱାରା ମନୋନୀତ ହେବା ପରେ ଲୋକୟୁକ୍ତ ନିଯୁକ୍ତି ପାଇଁ ରାଜ୍ୟପାଳଙ୍କ ପାଖକୁ ନାମ ପଠାଯିବ  । ତା ପରେ ରାଜ୍ୟପାଳଙ୍କ ଦ୍ୱାରା ନିଯୁକ୍ତି ପାଇବେ ଲୋକାୟୁକ୍ତ  । ସୂଚନାଯୋଗ୍ୟ ଯେ ରାଜ୍ୟରେ ପୂର୍ବରୁ ଲୋକପାଳ ବ୍ୟବସ୍ଥା ଥିଲା  । ହେଲେ ଏହାକୁ କେହି କେହି ଦନ୍ତହୀନ ବ୍ୟବସ୍ଥା ବୋଲି କହିଲେ  । ହେଲେ ଏବେ ଲୋକାୟୁକ୍ତ ବ୍ୟବସ୍ଥା ଅତ୍ୟନ୍ତ ପ୍ରଭାବଶାଳୀ ହୋଇପାରିବ ବୋଲି କୁହାଯାଇଛି  ।

0
0
0
s2sdefault