ହେଡଲାଇନସ୍:

ବିଧାୟକ ବିଧାନସଭାରେ ଉଠାଇଲେ, ନିର୍ଦ୍ଦେଶକ ନିର୍ଦ୍ଦେଶ ଦେଲେ : ହେଲେ ସବୁ ଫୁ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ହେଲେ କି ରସ ଅଛି କେଜାଣି, ଜିଲ୍ଲା କୃଷି ଉପ-ନିର୍ଦ୍ଦେଶକଙ୍କୁ ଵାସୁଛନ୍ତି  ବିଶୃଙ୍ଖଳିତ କର୍ମଚାରୀ

ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲା କୃଷି ଉପନିର୍ଦ୍ଦେଶକ ଦାମୋଦର ସେଠୀ ତାଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଜନୈକ ବରିଷ୍ଠ କିରାଣୀଙ୍କ ବିଶୃଙ୍ଖଳିତ ଆଚରଣକୁ ଘଣ୍ଟ ଘଉଡ଼ାଇବା ସଂଗେସଂଗେ ସୁରକ୍ଷା ପ୍ରଦାନ କରିଆସୁଥିବାର ଅଭିଯୋଗ ହୋଇଛି । ଉକ୍ତ ବରିଷ୍ଠ  କର୍ମଚାରୀ ଜଣକ ଗତ ଶନିବାର ଅପରାହ୍ନ ସମୟରେ ହାଫ ପ୍ୟାଣ୍ଟ ପିନ୍ଧି କୃଷି ଉପ-ନିଦେ୍ର୍ଧଶକଙ୍କ କାର୍ଯ୍ୟାଳୟପ୍ରକୋଷ୍ଠ  ମଧ୍ୟରେ କୃଷି ଉପନିଦେ୍ର୍ଧଶକଙ୍କ ସମ୍ମୁଖରେ କୃଷି ବିଭାଗର କର୍ମଚାରୀ ତଥା ସଙ୍ଘର ନେତା ତୁଷାରକାନ୍ତି ମହାନ୍ତିଙ୍କୁ କୌଣସି କାରଣ ନ ଥାଇ ଛୁରୀ ମାରି ଦେବେ ବୋଲି ଧମକ ଦେଇଥିବା ବିଷୟକୁ ନେଇ କର୍ମଚାରୀ ମହଲରେ ଅସନ୍ତୋଷ ଦେଖାଦେବା ସାଙ୍ଗକୁ ଭୟର ବାତାବରଣ ଖେଳାଇ ଯାଇଛି । ଖବରପାଇ ଆମର ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି କୃଷି ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ପହଁଞ୍ଚିବା ସମୟରେ ବରିଷ୍ଠ କର୍ମଚାରୀ ଜଣକ ହାଫ ପ୍ୟାଣ୍ଟ ପିନ୍ଧି ଥିବା ଅବସ୍ଥାରେ ଏକ ବାଇକରେ କାର୍ଯ୍ୟାଳୟ ପରିସରରୁ ବାହାରକୁ ଯାଉଥିବାର ଦେଖିବାକୁ ପାଇଥିଲେ ଏବଂ ବରିଷ୍ଠ କିରାଣୀଙ୍କର ବିଶୃଙ୍ଖଳିତ ଆଚରଣ, ଛୁରୀରେ କର୍ମଚାରୀଙ୍କୁ ଆକ୍ରମଣ କରିବାର ଧମକ ଆଦି ଉପରେ ଜିଲ୍ଲା କୃଷି ଉପନିଦେ୍ର୍ଧଶକ ଦାମୋଦର ସେଠୀଙ୍କ ପ୍ରତିକ୍ରିୟା ଜାଣିବା ନିମନ୍ତେ ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠ  ମଧ୍ୟକୁ ପ୍ରବେଶ କରିବା ପରେ ଶ୍ରୀସେଠୀ ଆପଣ କିଏ, କୁଆଡେ଼ ଆସିଛନ୍ତି, କାର୍ଯ୍ୟ କଣ ରହିଛି ଆଦି ପ୍ରଶ୍ନ କରିଥିଲେ । ଆମ ପ୍ରତିନିଧିଙ୍କ ନିକଟରୁ ତାଙ୍କର ପରିଚୟ ପାଇବା ପରେ ବାହାରେ ଅପେକ୍ଷା କରନ୍ତୁ, ପରେ ଡ଼କାଇବି ବୋଲି କହି କାର୍ଯ୍ୟାଳୟ ପ୍ରକୋଷ୍ଠରୁ ବାହାରକୁ ଚାଲିଯିବାକୁ କହିଥିଲେ । ମାତ୍ର ଆମର ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି ବାହାରେ ପ୍ରାୟ ୪୫ ମିନିଟରୁ ଅଧିକ ସମୟ ଛିଡ଼ା ହୋଇ ରହିଥିଲେ ମଧ୍ୟ କୃଷି ଉପନିଦେ୍ର୍ଧଶକ ତାଙ୍କୁ ଭିତରକୁ ନ ଡ଼କାଇବାରୁ ଶେଷରେ ଫେରି ଆସିବାକୁ ବାଧ୍ୟ ହୋଇଥିଲେ । ଏ ବିଷୟରେ ମୟୂରଭଞ୍ଜ ଜିଲ୍ଲାପାଳଙ୍କ ମତାମତ ଜାଣିବା ନିମନ୍ତେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଁଞ୍ଚିବା ପରେ ଜିଲ୍ଲାପାଳ ବିନୀତ ଭରଦ୍ୱାଜଅନୁପସ୍ଥିତ ରହିଥିବାରୁ ଅତିରିକ୍ତ ଜିଲ୍ଲାପାଳ ତଥା ଓଏଏସ ସଙ୍ଘର ଅଧ୍ୟକ୍ଷ ଗଙ୍ଗାଧର ନାୟକଙ୍କୁ ସାକ୍ଷାତ କରିବା ପରେ କଣ ଘଟଣା ଘଟିଛି ଜାଣି ନାହାନ୍ତି, କିମ୍ବା ତାଙ୍କ ନିକଟରେ କୌଣସି ସୂଚନା ନାହିଁ । ଯଦି କୌଣସି ଅଭିଯୋଗ ପହଁଞ୍ଚିଲା, ତେବେ  ଅଭିଯୋଗର ସତ୍ୟତା ଉପରେ ତର୍ଜମା କରିବେ ବୋଲି ଉତ୍ତର ଦେଇଥିଲେ । ସୂଚନା ଯୋଗ୍ୟ ଯେ, ଜିଲ୍ଲା କୃଷି ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ଉକ୍ତ ବରିଷ୍ଠ କିରାଣୀ ଜଣକ ଅଧିକାଂଶ ସମୟରେ କାର୍ଯ୍ୟାଳୟରେ ଅନୁପସ୍ଥିତ ରହିଥାନ୍ତି । ଯେଉଁ ଦିନ ଆସିଥାନ୍ତି , ପ୍ରାୟତଃ କାର୍ଯ୍ୟାଳୟରେ ବିଶୃଙ୍ଖଳା ସୃଷ୍ଟି କରାଇଥାନ୍ତି । ନିଶାସକ୍ତ ଅବସ୍ଥାରେ ଅଶ୍ଳିଳ ଭାଷାରେ ମହିଳା କର୍ମଚାରୀଙ୍କ ସମ୍ମୁଖରେ ଗାଳିଗୁଲଜ କରୁଥିବାର ଅଭିଯୋଗ ରହିଛି । ଉକ୍ତ ଅଭିଯୋଗକୁ ଜିଲ୍ଲା କୃଷି ଉପନିର୍ଦ୍ଦେଶକ ସ୍ୱିକାର ମଧ୍ୟ କରିଛନ୍ତି । ଏଥି ସହିତ ବରିଷ୍ଠ କିରାଣୀଙ୍କ କାର୍ଯ୍ୟାଳୟରେ ଅନୁପସ୍ଥିତ ରହିବାର ଦିବସଗୁଡ଼ିକୁ କୃଷି ଉପନିଦେ୍ର୍ଧଶକ ବିନା ଫାଇଲରେ ପେମେଣ୍ଟ ମଞ୍ଜୁର କରାଇ ଦେଇଥିବା ବିଷୟକୁ ନେଇ କର୍ମଚାରୀ ମହଲରେ ହେଉଥିବା ଆଲୋଚନାରୁ ଜଣାପଡ଼ିଛି । ପ୍ରକାଶ ଥାଉକି, ଜିଲ୍ଲା କୃଷି ଉପନିଦେ୍ର୍ଧଶକଙ୍କ କାର୍ଯ୍ୟାଳୟରେ ଏକ ବରିଷ୍ଠ କିରାଣୀଙ୍କ ବେଆଇନ ନିଯୁକ୍ତି ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରିବା ନିମନ୍ତେ କୃଷି ନିର୍ଦ୍ଦେଶକଙ୍କୁ  ନିର୍ଦ୍ଦେଶ  ଦେଇଥିଲେ । ଏ ବିଷୟରେ ବଡ଼ସାହି ବିଧାୟକ ଗଣେଶ୍ୱର ପାତ୍ର ଗତ ବିଧାନସଭା ଅଧିବେଶନରେ ପ୍ରଶ୍ନ କରିଥିଲେ । ମାତ୍ର ମୟୂରଭଞ୍ଜ କୃଷି ଉପନିର୍ଦ୍ଦେଶକ ଶ୍ରୀସେଠୀ ଏଦିଗରେ କର୍ଣ୍ଣପାତ ନ କରିବା ଫଳରେ ବରିଷ୍ଠ କିରାଣୀ ଜଣକ ଏହାମଧ୍ୟରେ କାର୍ଯ୍ୟରୁ ସମସ୍ତ ସୁବିଧାସୁଯୋଗ ସହିତ ଅବସର ନେଇ ସାରିଛନ୍ତି ।

0
0
0
s2sdefault