ହେଡଲାଇନସ୍:

ମୁଖ୍ୟମନ୍ତ୍ରୀ କହିଲେ ହୃଦୟର କଥା : ପରିବେଶ ସୁରକ୍ଷା ପାଇଁ ଗାନ୍ଧୀ ଜୟନ୍ତୀରୁ ପ୍ଲାଷ୍ଟିକ୍ ବ୍ୟାନ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପ୍ରଥମ ପର୍ଯ୍ୟାୟରେ ସବୁ ମହାନଗର ନିଗମ ଓ ପୁରୀରେ ଲାଗୁ ହେବ କଟକଣା 

10-07-18-paribes.jpg - 63.33 kB

 "ଗଛ ଆମ ସଂସ୍କୃତି ସହିତ ଯୋଡି ହୋଇ ରହିଛି । ଜୀବ ଜଗତ ପାଇଁ ଗଛ ଗୁରୁତ୍ୱପୂର୍ଣ୍ଣ । ତେଣୁ ଚଳିତ ବର୍ଷା ଋତୁରେ ସମସ୍ତେ ଗୋଟିଏ ଗୋଟିଏ ଗଛ ଲଗାଇ ନିଜ ପରିବାର ପରି ତାର ଯତ୍ନ  ନେବା  ।  ଗଛ ରହିଲେ ପରିବେଶ ଭଲ ରହିବ , ପରିବେଶ ଭଲ ରହିଲେ ଆମେ ସୁସ୍ଥ ରହିବା ଏବଂ ପରିବାର ଓ ସମାଜର ଉନ୍ନତି ପାଇଁ କାମ କରିପାରିବା ।"

ଭୁବନେଶ୍ୱର:  ପରିବେଶ ସୁରକ୍ଷା ପାଇଁ ଆସନ୍ତା ୨ ବର୍ଷରେ ରାଜ୍ୟରେ ପଲିଥିନକୁ  ସମ୍ପୂର୍ଣ୍ଣ ଭାବେ ବ୍ୟାନ୍ କରାଯିବ  । ଅକ୍ଟୋବର ୨ ତାରିଖ ଗାନ୍ଧି ଜୟନ୍ତୀ ଠାରୁ ପ୍ଲାଷ୍ଟିକ୍ ବ୍ୟବହାର ଉପରେ କଟକଣା ଲାଗୁ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି  । ମଙ୍ଗଳବାର ଦିନ ରାଜ୍ୟ ସଚିବାଳୟ ଠାରେ "ଆମ ମୁଖ୍ୟମନ୍ତ୍ରୀ ଆମ କଥା" କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ପରିବେଶ ସଚେତନତା ବାର୍ତ୍ତା  ଦେବା ସହିତ ପ୍ଲାଷ୍ଟିକ୍ ନିଷିଦ୍ଧ ସମ୍ପର୍କରେ ଘୋଷଣା କରିଛନ୍ତି ।  ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପ୍ଲାଷ୍ଟିକ୍ ଆମ ପରିବେଶ ପାଇଁ ବିପଦ । ପ୍ଲାଷ୍ଟିକ୍ ଆମ ପିଲାଙ୍କ ଭବିଷ୍ୟତ ଓ ସଭ୍ୟତା ପାଇଁ ବଡ ବିପଦ । ତେଣୁ ଓଡିଶାରୁ ପ୍ଲାଷ୍ଟିକ୍ ସମ୍ପୂର୍ଣ୍ଣ ଭାବେ ନିଷିଦ୍ଧ କରିବାପାଇଁ ନିଷ୍ପତ୍ତି  ହୋଇଛି । ପ୍ରଥମ ପର୍ଯ୍ୟାୟରେ ଅକ୍ଟୋବର ୨ ତାରିଖରୁ ଓଡିଶାର ସମସ୍ତ ମହାନଗର ନିଗମ ଓ ପୁରୀରେ ପ୍ଲାଷ୍ଟିକ୍ ନିଷିଦ୍ଧ ହେବ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି । ସେ ଆହୁରି କହିଛନ୍ତି ଯେ ଏହାଦ୍ୱାରା ରାଜ୍ୟରେ ପ୍ଲାଷ୍ଟିକ୍ ବ୍ୟାଗ୍, ପଲିଥିନ୍ ଏବଂ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ୍ ସାମଗ୍ରୀକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯିବ । ସହରା ଳରେ ନଗର ଉନ୍ନୟନ ଓ ଗୃହ ନିର୍ମାଣ ବିଭାଗ ଏହି ନିର୍ଦ୍ଦେଶ କୁ କାର୍ଯ୍ୟକାରୀ କରିବ ଏବଂ ଗ୍ରାମା ଳ ପାଇଁ  ପଂଚାୟତି  ବିଭାଗକୁ ଏହି ଦାୟିତ୍ୱ ଦିଆଯାଇଛି । ଜଙ୍ଗଲ ଓ ପରିବେଶ ବିଭାଗ ସାରା ରାଜ୍ୟରେ ପ୍ଲାଷ୍ଟିକ୍ ପ୍ରଦୂଷଣ ନିୟନ୍ତ୍ରଣ କାର୍ଯ୍ୟ ତଦାରଖ କରିବ । ପରିବେଶ ସୁରକ୍ଷା ଉପରେ ଗୁରୁତ୍ୱ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଗଛ ଆମ ସଂସ୍କୃତି ସହିତ ଯୋଡି ହୋଇ ରହିଛି । ଜୀବ ଜଗତ ପାଇଁ ଗଛର ଗୁରୁତ୍ୱପୂର୍ଣ୍ଣ । ତେଣୁ ଚଳିତ ବର୍ଷା ଋତୁରେ ସମସ୍ତେ ଗୋଟିଏ ଗୋଟିଏ ଗଛ ଲଗାଇ ନିଜ ପରିବାର ପରି ତାର ଯ˜ ନେବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି  । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଗଛ ରହିଲେ ପରିବେଶ ଭଲ ରହିବ , ପରିବେଶ ଭଲ ରହିଲେ ଆମେ ସୁସ୍ଥ ରହିବା ଏବଂ ପରିବାର ଓ ସମାଜର ଉନ୍ନତି ପାଇଁ କାମ କରିପାରିବା । ଗତ କିଛି ବର୍ଷ ହେଲା ରାଜ୍ୟରେ ଜଙ୍ଗଲ ପରିମାଣ ବୃଦ୍ଧି ପାଇ ଜାତୀୟ ହାର ଠାରୁ ଆଗରେ ରହିଥିବାରୁ ଏ ଦିଗରେ ସମସ୍ତଙ୍କ ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ ଏବଂ ପ୍ଲାଷ୍ଟିକ୍ କଟକଣାକୁ ସାରା ରାଜ୍ୟରେ ସଫଳ କରିବା ପାଇଁ ଜନସାଧାରଣଙ୍କ ସହଯୋଗ କାମନା କରିଥିଲେ  । ସୂଚନାଯୋଗ୍ୟ ଯେ ପ୍ରତି ସପ୍ତାହରେ ·ଲିଥିବା ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମର ଅବ୍ୟବହିତ ପୂର୍ବରୁ ଆମ ମୁଖ୍ୟମନ୍ତ୍ରୀ ଆମ କଥା ଜରିଆରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଭାଗ ନେଇଥିବା ପଂ·ୟତ ଓ ଜନସାଧାରଣ ସହିତ ବିଭିନ୍ନ ସାମାଜିକ ସମସ୍ୟା ଉପରେ ଆଲୋଚନା କରୁଛନ୍ତି  । 

 

0
0
0
s2sdefault