ହେଡଲାଇନସ୍:

କେଡେ କାଢ଼ୁଆ କିହୋ ଆମ ପୋଲିସ, କି ମଜଭୁତିଆ ଆମ ତଦନ୍ତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 
  • ପୋଲିସ ରେକର୍ଡରେ ମରିଯାଇଥିଲା, ହେଲେ ୧୯ ମାସ ପରେ ଜୀବନ ନେଉ ଫେରିଲା ଯୁବକ

  • ତଦନ୍ତକାରୀଙ୍କର ଦକ୍ଷତା ଉପରେ ବିରାଟ ପ୍ରଶ୍ନ  ଚିହ୍ନ                                                   

ପାଇକମାଲ (ଗୌରାଙ୍ଗ ଦାଶ/ନୀଳ ଦୀପ ) - ଲାଗୁଚି ହାଲକାରେ ହାଲକାରେ ଯେଉଁଯାଏ ତଦନ୍ତ ହେବ ସେଯାଏ ବୋଧେ ପୋଲିସ କରୁଛି !  ଟିକିଏ ଯେଉଁଠୁ ଭିଡ ପଡିଲା ସେଠି ତଦନ୍ତ ଶିଥିଳ ହୋଇଯାଏ ବୋଧେ | ଅଧିକ ତନାଘନା ହେଲେ ତଦନ୍ତ ଟିକେ ଭିତରକୁକୁ ଯାଏ, ନହେଲେ ତଦନ୍ତ ଠପ ହୋଇଯାଏ | ବହୁଦିନ ଧରି ଯଦି କିଛି ସୁରାଗ ନମିଳେ ତେବେ  ଲୋକର ଭରା କିଛି ଦିନ ପର୍ଯ୍ୟନ୍ତ ନମିଳିଲେ ତାକୁ ବେଳେବେଳେ ମାରି ଦିଆଯାଏ ! ଏଭଳି ଅନେକ ଘଟଣା ଘଟିଛି ଯେଉଁଠି କି ପୋଲିସ ରେକର୍ଡରେ ମରିଯାଇଥିବା ଲୋକ କିଛି ମାସ ବା କିଛି ବର୍ଷ ପରେ ଫେଇଛି | ଏବେ ସେଭଳି ଘଟଣା ଘଟିଛି ପାଇକମାଳ ଅଂଚଳରେ | ୧୯ ମାସ ପରେ ଘରକୁ ଫେରିଛି ପୋଲିସ ରେକର୍ଡରେ ମରିଯାଇଥବା ପୁଅ | 

  ଗତ 2016 ମସିହା ଡିସେମ୍ବର ମାସରେ ପାଇକମାଲ ବ୍ଲକ ର ମାଝିପାଲି ଗ୍ରାମର ମନୋରଞ୍ଜନ ଡନସନା ପାଇକମାଲ ଥାନାରେ ଅଭିଯୋଗ କରିଥିଲେ ଯେ ତାଙ୍କର ପୁଅ ଜିତୁ ଡନସନା ଯିଏକି ପଦ୍ମପୁର ଅଞ୍ଚଳ କଲେଜ ରେ ପାଠ ପଢୁଛି ତାର କୋଣସି ପ୍ରକାର ସନ୍ଧାନ ପାଉନାହାନ୍ତି ପରିବାର ଲୋକ। ଜିତୁର ମୋବାଇଲ ଫୋନ ବି ସୁଇଛ ଅଫ ଅସୁଛି। ଏହି ଖବର ପାଇବା ପରେ ପୋଲିସ ଓ ପରିବାର ତରଫରୁ ଜିତୁକୁ ଖୋଜିବାର ପ୍ରକ୍ରିୟା ଜୋରଦାର ହେଇଯାଇଥିଲା। ଡିସେମ୍ବର  25  2016 ତାରିଖରେ ପାଇକମାଲ ଥାନାରେ କେଶ ନମ୍ବର 187/16 ପାଞ୍ଜିକୃତ ହୋଇ ଘଟଣା ର ତଦନ୍ତ ଆରମ୍ଭ କରିଥିଲା ପାଇକମାଲ ପୋଲିସ କିନ୍ତୁ ଜିତୁର କୋଣସି ସନ୍ଧାନ ପାଇବାରେ ସଂପୂଣ୍ଣ ଭାବରେ ବିଫଳ ହେଇଥିଲା ପୋଲିସ। ଏହି ଘଟଣା ର ପ୍ରାୟ 4 ମାସ ପରେ ବରଗଡ ନିବାସୀ ଅନ୍ତର୍ଯ୍ୟାମୀ ମିଶ୍ର ଙ୍କର ପାଖରୁ ଜିତୁର ମୋବାଇଲକୁ ଜବତ କରିଥିଲା ପୋଲିସ । ଅନ୍ତର୍ଯ୍ୟାମୀକୁ ଜେରା କରିବା ପରେ ଜଣା ପଡିଲା ଯେ ବରଗଡ଼ ର ରାଘବ ମହନନ୍ଦ ଓ ହଲୁ ଗୁର୍ଲା ନାମକ 2 ଜଣ ଯୁବକ ଅନ୍ତର୍ଜାମି କୁ ଫୋନ ଟି ବିକିଥିଲେ। ପରେ ପୋଲିସ ଯୁବକ ଦ୍ବୟ ଙ୍କୁ ଧରି ଜେରା କରିବା ପରେ ସେମାନେ ସ୍ୱୀକାର କରିଥିଲେ ଯେ ସେମାନେ ହିଁ ଜିତୁ କୁ ଆକ୍ରମଣ କରି ମୋବାଇଲ ଓ ଟଙ୍କା ଛଡାଇ ନେଇ ମାରି ଦେଇ ବରଗଡ଼ ଜୀରା ନଦୀରେ ପୋତି ଦେଇଛନ୍ତି। ଅଭିଯୁକ୍ତ ମାନଙ୍କର ସହିତ ପୋଲିସ 3 ଦିନ ପର୍ଯନ୍ତ ଜୀରା ନଦୀର ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ପରେ ମଧ୍ୟ ଜିତୁ କିମ୍ବା ତାର ମୃତଦେହ ର କୋଣସି ସନ୍ଧାନ ପାଇ ପାରିନଥିଲା। କେବଳ ଅଭିଯୁକ୍ତ ମଙ୍କର ବୟାନ ରେ ପୋଲିସ ନିଖୋଜ ମାମଲାକୁ ହତ୍ୟା ମାମଲା ରେ ପତିବର୍ତନ କରି ନ୍ୟାୟାଳୟ ରେ ଅଭିଯୋଗ ଫର୍ଦ ଦାଖଲ କରି ଥିଲା। ଓ ଅଭିଯୁକ୍ତ ଦ୍ୱୟ ଙ୍କୁ ଜେଲ କୁ ପଠାଇ ଦିଆ ଯାଇଥିଲା। ଏହା ପରେ ଗତ 26/11/2017ତାରିଖ ଦିନ ଅଭିଯୁକ୍ତ ରାଘବ ଓ 03/02/18ରେ ହଲୁ ର ଜମାନତ ମାନ୍ୟବର ଅଦାଲତ ଙ୍କର ଦ୍ୱରା ମଞ୍ଜୁର ହେଇଥିଲା।                                                            

   ଗତ 5 ଦିନ ତଳେ କଲିକତା ରୁ ମନୋରଞ୍ଜନ ଙ୍କର ନିକଟକୁ ଜଣେ ଅଜଣା ବ୍ୟକ୍ତି ଙ୍କର ଫୋନ ଆସିଥିଲା ଯେ ତୁମ ପୁଅ କଲିକତାରେ ଅଛି ଫୋନରେ ପୁଅର ଖବର ପାଇବା ପରେ ମନୋରଞ୍ଜନ ନିଜର ପାଇବାରିକ ସମ୍ପର୍କୀଅ ଓ ବନ୍ଧୁ ମାନଙ୍କୁ ଧରି କଲିକତା ଅଭିମୁଖେ ବାହାରିଥିଲେ ଓ ଜିତୁ କୁ ଧରି ପାଇକମାଲ ଅଭିମୁଖେ ଭୁବନେଶ୍ୱର ବାଟ ଦେଇ ଫେରିଥିଲେ। ଫେରିବା ବାଟରେ ଜିତୁ କୁ ଆଣିବାକୁ ଯାଇଥିବା ବନ୍ଧୁମାନେ ଦୋକାନରୁ କିଛି ଜିନିଷ କିନାକିଣି କରୁଥିବା ସମୟରେ ଜିତୁ ସେଠୁ ପଳାଇ ଯାଇଥିଲା । ରାସ୍ତାରେ ଜିତୁକୁ ଭୁବନେଶ୍ୱରର ପିସିଆର ଭ୍ୟାନ  ଦେଖିବାକୁ ପାଇଁ ସନ୍ଦେହ ରେ ଖାରବେଳ ନଗର ଥାନାକୁ ଆଣି ପଚରାଉଚରା କରୁଥିଲେ। ଏହିସମୟରେ ଜିତୁର ପରିବାର ଲୋକ ମଧ୍ୟ ଥାନାକୁ ପହଂଚି ଯାଇଥିଲେ। ପରିବାର ଲୋକମାନଙ୍କ ପାଖରୁ ଜିତୁ ବାବଦରେ ସବୁ ଜାଣିବା ପରେ ଓ ବରଗଡ଼ ପୁଲିସକୁ ସବୁ ଘଟଣା ବାବଦରେ ଅବଗତ କରାଇ ଖାରବେଳ ନଗର ପୋଲିସ ଜିତୁକୁ ତାର ସମ୍ପର୍କୀୟ ମାନଙ୍କୁ ହସ୍ତାନ୍ତର କରିଥିଲେ। ଭୁବନେଶ୍ୱରରୁ ଜିତୁ କୁ ଆଣି ପରିବାର ଲୋକ ମାନେ ମାଝିପାଲି ପହଞ୍ଚିବା ପରେ ଏହି ଘଟଣା ସମଗ୍ର ଅଂଚଳ ପ୍ରଚାର ହେଇଯାଇଥିଲା । ଦିନତମାମ ସମ୍ପର୍କୀୟ ଓ ଗଣମାଧ୍ୟମ ପ୍ରତିନିଧିମାନେ ଜିତୁ ଘରକୁ ଯିବା ଆସିବା ଲାଗିରହିଥଲା।          

 ଏବେ ଏଠି ପ୍ରଶ୍ନ ଉଠୁଛି ଯେ ଜିତୁ କୁ ହତ୍ୟା କରାଯାଇଛି ବୋଲି ତଦନ୍ତକାରୀ ଅଧିକାରୀ କେଉଁ ଆଧାରରେ ଉଲ୍ଲେଖ କରି ଅଭିଯୋଗ ଫର୍ଦରେ ପ୍ରସ୍ତୁତ କଲେ ? ଅଭିଯୁକ୍ତ ମାନଙ୍କ ଏହିଭଳି ବୟାନ ଦେବାପାଇଁ କିଏ ଓ କାହିଁକି ବାଧ୍ୟ ବା ପ୍ରବର୍ତଇଲା ? ଜିତୁ କଲେଜ ଯିବା ବଦଳରେ ଘରୁ ବାହାରି ବରଗଡ କୁ କାହିଁକି ଯାଇଥିଲା ? ଦୀର୍ଘ 19 ମାସ ଧରି ଜିତୁ କାହିଁକି ଘର ଲୋକ ସହିତ କୋଣସି ପ୍ରକାର ଯୋଗାଯୋଗ ରଖିନଥିଲା ? ପୋଲିସ ର ତଦନ୍ତ ରେ ନିଶ୍ଚିତ ଭାବରେ ଅନେକ ଭୁଲ ରହିଛି ହେଲେ ଜିତୁ ଓ ତାର ପରିବାର ଲୋକ ମଧ୍ୟ ବହୁତ କଥା ଲୁଚାଉଥିବା ଭଳି ମନେ ହେଉଛି।  ଅନେକ ପ୍ରଶ୍ନ ରହିଛି ଯାହାର ପ୍ରକୃତ ଜବାବ ପାଇଁ ଏକ ଠୋଶ ତଦନ୍ତ ର ଆବଶ୍ୟକତା ରହିଛି। ପ୍ରକୃତ ତଦନ୍ତ ହେଲେ ବହୁତ ଗୁଡ଼ାଏ ପ୍ରଶ୍ନର ଉତ୍ତର ମିଳିଯିବ।

0
0
0
s2sdefault