ହେଡଲାଇନସ୍:

 ଛାମୁ ଯାହା ଦେଲେ ହରଷେ, ପାଉ ପାଉ ଗଲା ଦି ବରଷେ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଶିକ୍ଷା ବିଭାଗର ପାରିବା ପଣିଆ : ୧.୯ ବର୍ଷ ପରେ ମୃତ ଛାତ୍ରର ପରିବାରକୁ ମିଳିଲା ସରକାରଙ୍କ ଅନୁକମ୍ପା ରାଶି  

10-07-18-DEO-Office-photo-.jpg - 88.33 kB

ବାରିପଦା(ଦିଲ୍ଲୀପ ମହାନ୍ତି )- ଓଡ଼ିଶା ସରକାରଙ୍କ ଶିକ୍ଷା ବିଭାଗର ପାରିବା ପଣିଆକୁ ନେଇ ଜନସାଧାରଣରେ ଚର୍ଚ୍ଚା ଯୋର ଧରିଛି । ଏକ ବିଦ୍ୟାଳୟର ପାଚେରୀରେ ଲଗାଯାଇଥିବା ସରକାରୀ ଫଳକ ଖସି ବିଦ୍ୟାଳୟର ଷଷ୍ଠ ଶ୍ରେଣୀ ଛାତ୍ର ମୃତ୍ୟୁର ୧ ବର୍ଷ ୯ ମାସ ବ୍ୟବଧାନ ପରେ ମୃତ ଛାତ୍ରଙ୍କ ପରିବାରକୁ ମିଳିଛି ରାଜ୍ୟ ସରକାରଙ୍କ ଅନୁକମ୍ପା ମୂଳକ ସହାୟତା ରାଶିକୁ ନେଇ ଏହି ଚର୍ଚ୍ଚା ଆରମ୍ଭ ହୋଇଛି । ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ୨୦୧୬ ଅକ୍ଟୋବର ୧୦ ପୂର୍ବାହ୍ନ ୧୦ଟା ୧୦ ମିନିଟ । ଏହି ସମୟରେ ମୟୂରଭଞ୍ଜ ଜିଲ୍ଲା କୁସୁମୀ ବ୍ଲକ ଅନ୍ତର୍ଗତ ଅଙ୍ଗାରପଦା ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟରେ ସଫେଇ କାର୍ଯ୍ୟ ଚାଲିଥାଏ । ନିଜର ସହପାଠୀମାନଙ୍କ ସହିତ ସଫେଇରେ ଯୋଗ ଦେଇଥିଲେ ଷଷ୍ଠ ଶ୍ରେଣୀ ଛାତ୍ର ତଥା ପିତା ମାଙ୍ଗତ ମାର୍ଣ୍ଡି ଓ ମାତା ତୁଳସୀ ମାର୍ଣ୍ଡିଙ୍କ ପୁଅର ମୃତ୍ୟୁ ହୋଇଥିଲା । ଉକ୍ତ ଘଟଣାର ୧ ବର୍ଷ ୯ ମାସ ବ୍ୟବଧାନ ପରେ ଅର୍ଥାତ୍ ୨୦୧୮ ଜୁଲାଇ ୧୦ରେ ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିଦ୍ରା ଭଙ୍ଗ ହେବା ପରେ ମୃତ ଆନପ୍ପାର ମାତା ତୁଳସୀ ମାର୍ଣ୍ଡିଙ୍କୁ ବାରିପଦା ମୁର୍ଗାବାଡ଼ିସ୍ଥିତ ମୟୂରଭଞ୍ଜ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ୨ଲକ୍ଷ ଟଙ୍କାର ଚେକ ପ୍ରଦାନ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ମୟୂରଭଞ୍ଜ ଜିଲ୍ଲା ଶିକ୍ଷା ଅଧିକାରୀ ରଞ୍ଜନ କୁମାର ଗିରିଙ୍କ ତତ୍ୱାବଧାନରେ ଆୟୋଜିତ ଚେକ ପ୍ରଦାନ କାର୍ଯ୍ୟକ୍ରମରେ ଆଇଏଏସ ପ୍ରବେଶନର ହେମକାନ୍ତ ସାଏ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମଧୁସୂଦନ ଚକ୍ର, ଜିଲ୍ଲା ଶାରିରୀକ ଶିକ୍ଷା ପରିଦର୍ଶକ ଭାଗିରଥି ମଲ୍ଲିକ, କୁସୁମୀ ଗୋଷ୍ଠୀ  ଶିକ୍ଷା ଅଧିକାରୀ ବଦ୍ରି ନାରାୟଣ ଦତ୍ତ, ଅଙ୍ଗାରପଦା ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଭିମନୁ୍ୟ ବାରିକ ଓ ସନ୍ତୋଷ କୁମାର କାୟସ୍ତ, ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ  ସହାୟକ ସତ୍ୟ ନାରାୟଣ ଦାସ ଓ ପ୍ରଦୀପ କୁମାର ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ ବୋଲି ଅଙ୍ଗାରପଦା ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀବାରିକ ଏକ ପ୍ରେସ ଇସ୍ତାହାରରେ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି । 

 

 

0
0
0
s2sdefault