ହେଡଲାଇନସ୍:

କୁଡ଼ୁମୀ ସମ୍ପଦ୍ରାୟକୁ ପୁଣି ଅନୁସୂଚିତ ଜନଜାତି ମାନ୍ୟତା :  ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ଆନ୍ଦୋଳନ ଡ଼ାକରା ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

10-07-18-kudumi.jpg - 37.29 kB

ବାରିପଦା(ଦିଲ୍ଲୀପ ମହାନ୍ତି )-  କୁଡ଼ୁମୀ ସମ୍ପ୍ରଦାୟକୁ ଅନୁସୂଚିତ ଜନଜାତି ତାଲିକାରେ ପୁଣି ଥରେ ସାମିଲ କରାଇବା ନିମନ୍ତେ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ଓଡିଶାରେ ଦୀର୍ଘ ବର୍ଷରୁ ଆନ୍ଦୋଳନ  ମାଧ୍ୟମରେ ଦାବି କରାଯାଇଆସୁଛି । ଏଥି ନିମନ୍ତେ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ସୁପାରିଶ କରିବାର ଆବଶ୍ୟକତା ରହିଥିବା ସମୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବେନାର୍ଜୀ କେନ୍ଦ୍ରକୁ ଏଥି ନିମନ୍ତେ ସୁପାରିଶ କରିସାରିଛନ୍ତି । ମାତ୍ର ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ନବୀନ ଓ ଝାଡ଼ଖଣ୍ଡରେ ରଘୁବର ପ୍ରସାଦ ଦାସଙ୍କ  ସରକାର ଏଦିଗରେ ଟାଳଟୁଳ ନୀତି ଆପଣେଇବାରେ ଲାଗିଛନ୍ତି । ତେଣୁ କୁଡ଼ୁମୀ ସେନା ପକ୍ଷରୁ ଦାବି ହାସଲ ନିମନ୍ତେ ଓଡ଼ିଶା ଓ ଝାଡ଼ଖଣ୍ଡ ରାଜ୍ୟରେ ଆନେ୍ଦାଳନ ଆରମ୍ଭ ହୋଇସାରିଛି । ଏହିପରିପ୍ରେକ୍ଷୀରେ ଝାଡ଼ଖଣ୍ଡ ରାଜ୍ୟର ଟାଟାନଗରସ୍ଥିତ ସହୀଦ ନିର୍ମଳ ଭବନ ପରିସରରେ କୁଡ଼ୁମୀ ସେନାର ଝାଡ଼ଖଣ୍ଡ ରାଜ୍ୟ ସଭାପତି ଗୁରୁଦେବ ମହାତୋଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆୟୋଜିତ ହୋଇଥିଲା । ଏଥିରେ ଝାଡ଼ଖଣ୍ଡ ରାଜ୍ୟ କୁଡ଼ୁମୀ ବିକାଶ ମୋର୍ଚ୍ଚାର ଅଧ୍ୟକ୍ଷ ଶିତଲ ଏହେଧାର, ସପନ ମହାନ୍ତ ପ୍ରମୁଖଙ୍କ ସମେତ ପଶ୍ଚିମବଙ୍ଗ, ଆସାମ ରାଜ୍ୟର ତୁଙ୍ଗ ନେତାଗଣ ଯୋଗ ଦେଇଥିବା ସମୟରେ  ଓଡ଼ିଶାରୁ କୁଡ଼ୁମୀ ସେନାର ରାଜ୍ୟ ସଭାପତି ଜୟମୁନୀ ମହାନ୍ତ, ଉପାଧ୍ୟକ୍ଷ ଦିବ୍ୟସିଂ ମହାନ୍ତ, ଯୁଗ୍ମ-ସମ୍ପାଦକ ଜୟକୃଷ୍ଣ ମହାନ୍ତ ପ୍ରମୁଖ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ଓଡ଼ିଶା, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଆସାମରେ ବସବାସ କରୁଥିବା କୁଡ଼ୁମୀ ସମ୍ପ୍ରଦାୟ ଏକତ୍ରିତ ହୋଇ କୁଡ଼ୁମୀ ସମ୍ପ୍ରଦାୟକୁ ଅନୁସୂଚିତ ଜନଜାତି ତାଲିକାରେ ସାମିଲ ଦାବିରେ ଆରମ୍ଭ ହୋଇଥିବା ଆନେ୍ଦାଳନକୁ ଓଡ଼ିଶା ଓ ଝାଡ଼ଖଣ୍ଡ ରାଜ୍ୟରେ ପଲ୍ଲୀରୁ ଦିଲ୍ଲୀରେ ପହଁଞ୍ଚାଇବାକୁ ଓଡ଼ିଶା ଶାଖା ଅଧ୍ୟକ୍ଷ ଜୟମୁନୀ ମହାନ୍ତ ପ୍ରସ୍ତାବ ଉପସ୍ଥାପନ କରାଇବା ପରେ ଏହା ସର୍ବସମ୍ମତି କ୍ରମେ ଗୃହୀତ ହୋଇଥିଲା । 

 

 

 

 

 

 

 

 

0
0
0
s2sdefault