ହେଡଲାଇନସ୍:

ଆଦିବାସୀ ଓ ଅଣଆଦିବାସୀଙ୍କ ପାଇଁ ଜିଏସଟି  ବୋଝ ଉପରେ ନଳିତା ବିଡ଼ା ସଦୃଶ୍ୟ ପ୍ରତୀୟମାନ ହୋଇଛି 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଓଡ଼ିଶା ରାଜ୍ୟ  ଅଣଗେଜେଟେଡ଼ କର୍ମଚାରୀ ସମନ୍ୱୟ ସମିତି ବାର୍ଷିକ ସମ୍ମିଳନୀ

10-07-18-Odisha-State-non-g.jpg - 54.00 kB 

ବାରିପଦା(ଦିଲ୍ଲୀପ ମହାନ୍ତି )- ସ୍ଥାନୀୟ ସହଦ ସ୍ମୃତି ବନ ପରିସରରେ ଓଡ଼ିଶା ରାଜ୍ୟ  ଅଣଗେଜେଟେଡ଼ କର୍ମଚାରୀ ସମନ୍ୱୟ ସମିତି ଓ ଓଡ଼ିଶା ଅମଲା ସଙ୍ଘ ମୟୂରଭଞ୍ଜ ଶାଖା  ବାର୍ଷିକ ସମ୍ମିଳନୀ ପଞ୍ଚାନନ ରାଉତଙ୍କ ପୌରହିତ୍ୟରେ ଆୟୋଜିତ ହୋଇଥିଲା । କାର୍ଯ୍ୟକ୍ରମରେ ଓଡ଼ିଶା ବିଧାନସଭାର ଉପବାଚସ୍ପତି ସାନନ୍ଦ ମାର୍ଣ୍ଡି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସାରସକଣା ବିଧାୟକ ଭାଦବ ହାଁସଦାଃ, ମୟୂରଭଞ୍ଜ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଦେବାଶିଷ ମାର୍ଣ୍ଡି , ଓଡ଼ିଶା ରାଜ୍ୟ  ଅଣଗେଜେଟେଡ଼ କର୍ମଚାରୀ ସମନ୍ୱୟ ସମିତିର ରାଜ୍ୟ ସଭାପତି ଜ୍ୟୋତି ରଞ୍ଜନ ପଟ୍ଟନାୟକ, ସାଧାରଣ ସମ୍ପାଦକ ବ୍ରଜ କିଶୋର ନନ୍ଦ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ଓଡ଼ିଶା ରାଜ୍ୟ  ଅଣଗେଜେଟେଡ଼ କର୍ମଚାରୀ ସମନ୍ୱୟ ସମିତିର ମୟୂରଭଞ୍ଜ ଶାଖା ସମ୍ପାଦକ ଦିଲ୍ଲୀପ କୁମାର ଦାସ ସମ୍ପାଦକୀୟ ବିବରଣୀ ପାଠରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଶାଳପତ୍ର ଓ ସବାଇଘାସ ଉପରେ ଦ୍ରବ୍ୟ ଓ ସେବା କର ଲାଗୁ ବ୍ୟବସ୍ଥାକୁ ବିରୋଧ କରିଥିଲେ । ଜଙ୍ଗଲ ଓ ପାହାଡ଼ପର୍ବତ ଘେରା ମୟୂରଭଞ୍ଜ ଜିଲ୍ଲାରେ ଶାଳପତ୍ର ଓ ସବାଇଘାସ ଜିଲ୍ଲାର ଗରୀବ, ଦିନ ମଜୁରୀଆ ଆଦିବାସୀ ଓ ଅଣଆଦିବାସୀମାନଙ୍କର ଏକମାତ୍ର ରୋଜଗାରର ମାଧ୍ୟମ । ଏହା ଉପରେ ଦ୍ରବ୍ୟ ଓ ସେବା କର ବୋଝ ଉପରେ ନଳିତା ବିଡ଼ା ସଦୃଶ୍ୟ ପ୍ରତୀୟମାନ ହୋଇଛି । ତେଣୁ ଏହି ବ୍ୟବସ୍ଥାର ତକ୍ରାଳ ଉଚ୍ଛେଦ କରାଯିବାର ଆବଶ୍ୟକତା ରହିଛି । ସେହିପରି ଜିଲ୍ଲାରେ ଆବଶ୍ୟକୀୟ ଭିତ୍ତିଭୂମି ଥାଇ ମଧ୍ୟ କୌଣସି ଶିଳ୍ପ ପ୍ରତିଷ୍ଠା  ସମ୍ଭବ ହୋଇପାରି ନଥିବାରୁ ଗଭୀର କ୍ଷୋଭ ପ୍ରକାଶ କରିବା ସଂଗେସଂଗେ ସରକାର ଏଥିପ୍ରତି ବିଶେଷ ଧ୍ୟାନ ଦେଇ ସମସ୍ୟାର ଆଶୁ ପ୍ରତିକାରର ନିମନ୍ତେ ନିବେଦନ ଜଣାଇଥିଲେ । ସେହିପରି ସମନ୍ୱୟ ସମିତିର ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀନନ୍ଦ ଆଲୋଚନା ମାଧ୍ୟମରେ ଜିଲ୍ଲା ପ୍ରଶାସନିକ ମୁଖ୍ୟ ସମନ୍ୱୟ ସମିତିର ସମ୍ମିଳନୀକୁ ଗୁରୁତ୍ୱ ନ ଦେବା ବିଷୟକୁ ସମାଲୋଚନା କରିବା ସହିତ ପ୍ରଶାସନ ଓ କର୍ମଚାରୀମାନଙ୍କ ମଧ୍ୟରେ ସମନ୍ୱୟ ନ ରହିଲେ ଜିଲ୍ଲାର ବିକାଶ ସମ୍ଭବ ହୋଇପାରିବ ନାହିଁ । ତେଣୁ ଜନ ପ୍ରତିନିଧି, ପ୍ରଶାସନ ଓ କର୍ମଚାରୀମାନଙ୍କ ମଧ୍ୟରେ ସମନ୍ୱୟ ରହିପାରିଲେ ସରକାରଙ୍କ ଦ୍ବାରା ପ୍ରଚଳିତ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଫଳପ୍ରଦ ହୋଇପାରିବ ବୋଲି ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ । ସେହିପରି ମୁଖ୍ୟ ଅତିଥି ଶ୍ରୀମାର୍ଣ୍ଡିଙ୍କ ସମେତ ସମ୍ମାନୀୟ ଅତିଥି ଓ ରାଜ୍ୟସ୍ତରୀୟ ନେତାମାନେ  ଉପସ୍ଥାପିତ ଦାବିଗୁଡ଼ିକୁ ସମୀକ୍ଷାକରି ସରକାରଙ୍କ ନିକଟରେ ଏହାକୁ ଉପସ୍ଥାପନ କରାଇବାର ଦୃଢ଼ ପ୍ରତିଶ୍ରୁତି ଦେଇଥିଲେ । ପରିଶେଷରେ କର୍ମଚାରୀ ସମନ୍ୱୟ ସମିତି, ଶିକ୍ଷକ ସଂଘର ପୂର୍ବତନ ବରିଷ୍ଠ ସଂଗଠକ ସୁବାଷ ଚନ୍ଦ୍ର ଜେନା, ପ୍ରତାପ ଚନ୍ଦ୍ର ଦାସ, ଶମ୍ଭୁନାଥ ପାଣି, ସର୍ବେସ୍ୱର ମିଶ୍ର, ଚିତ୍ତରଞ୍ଜନ ସାହୁ, କ୍ଷେତ୍ରମୋହନ ପରିଡ଼ା ପ୍ରମୁଖଙ୍କୁ ମାନପତ୍ର ଓ ଉପଢେ଼øକନ ଆଦି ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ସମ୍ମିଳନୀରେ ଅଣଗେଜେଟେଡ ସମନ୍ୱୟ ସମିତି ସହିତ ଅନୁବନ୍ଧିତ ବିଭିନ୍ନ କର୍ମଚାରୀ ଓ ଶିକ୍ଷକ ସଂଘର ଜିଲ୍ଲା ଓ ଜିଲ୍ଲା ବାହାରୁ ବହୁ ସଦସ୍ୟମାନେ ଯୋଗ ଦେଇଥିଲେ ।

0
0
0
s2sdefault