ହେଡଲାଇନସ୍:

ଏମକେସି  ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦାୟିତ୍ୱ ଗ୍ରହଣ କଲେ ସୁଦର୍ଶନ ପଣ୍ଡା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସାନନ୍ଦଙ୍କ ହସ୍ତକ୍ଷେପ ପରେ ବିଦ୍ୟାଳୟରେ ସ୍ଥାୟୀ ପ୍ରଧାନ ଶିକ୍ଷକ ନିଯୁକ୍ତି ହେଲା ସମ୍ଭବ

10-07-18b-HM-Sudarshan-Pand.jpg - 71.35 kB

ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲାର ସର୍ବପୂରାତନ ବାରିପଦା ମହାରାଜା କୃଷ୍ଣଚନ୍ଦ୍ର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦାୟିତ୍ୱ ଭାର ଗ୍ରହଣ କରିଛନ୍ତି ସୁଦର୍ଶନ ପଣ୍ଡା । ଶ୍ରୀପଣ୍ଡା ଜୁଲାଇ ୯ ସୋମବାର ବିଦ୍ୟାଳୟରେ ପହଁଚିବା ପରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଓ କର୍ମଚାରୀମାନେ ସ୍ୱାଗତ ଜଣାଇ ପ୍ରଧାନ ଶିକ୍ଷକ କାର୍ଯ୍ୟାଳୟକୁ ପାଛୋଟି ନେଇଯାଇଥିଲେ । ଏହାପରେ ବିଧିବଦ୍ଧ ଭାବେ ଦାୟିତ୍ୱ ଭାର ଗ୍ରହଣ କରି ଆସନ ଅଳଙ୍କୃତ କରିଥିଲେ । ପ୍ରକାଶ ଥାଉକି, ଶ୍ରୀପଣ୍ଡା ୧୯୮୧ ମୟୂରଭଞ୍ଜ ଜିଲ୍ଲା ମୋରଡ଼ାସ୍ଥିତ ପଳାଶମୁଣ୍ଡଳୀ ଦ୍ୱାରିକା ନାଥ ଉଚ୍ଚ ବିଦ୍ୟାଳୟରେ ବିଜ୍ଞାନ ଶିକ୍ଷକ ଭାବେ ନିଯୁକ୍ତି ପାଇ ନିଜର ଶିକ୍ଷକତା ଜୀବନ ଆରମ୍ଭ କରିବା ପରେ ୨୦୦୧ ଜୁନ ୨୨ରେ ମୋରଡ଼ା ବ୍ଲକ ଅଧୀନସ୍ଥ ଦାନ୍ତିଆମୁହାଁ ଉଚ୍ଚ ବିଦ୍ୟାଳୟକୁ ବଦଳି ହୋଇଥିଲେ । ଏଥି ସହିତ ୨୦୦୬-୦୭ ଓ ୨୦୧୧ରେ ମୟୂରଭଞ୍ଜ ଜିଲ୍ଲା ବିଜ୍ଞାନ ପରିଦର୍ଶକ ଭାବେ ସଫଳତାର ସହିତ ଦାୟିତ୍ୱ ସମ୍ପାଦନ କରି ଏକାଧିକ ଥର ବିଜ୍ଞାନ ପ୍ରକଳ୍ପ ଜାତୀୟସ୍ତରକୁ ନେଇ ଜିଲ୍ଲା ସହିତ ସମଗ୍ର ଓଡ଼ିଶାରେ ଚର୍ଚ୍ଚିତ ହୋଇଥିଲେ । ଏଥି ସହିତ ୨୦୦୭ ଏମକେସି ହାଇ ସ୍କୁଲ ପରିସରରେ ଆୟୋଜିତ ରାଜ୍ୟସ୍ତରୀୟ ବିଜ୍ଞାନ ମେଳାରେ ମୁଖ୍ୟ ଭୂମିକା ଲିଭାଇ ପ୍ରଶଂସିତ ହୋଇଥିଲେ । ତାଙ୍କର ନିରବଚ୍ଛିନ୍ନ ବିଜ୍ଞାନ ସାଧନା ପାଇଁ ୟୁନିସେଫ ପକ୍ଷରୁ ସ୍ୱତନ୍ତ୍ର ଭାବେ ଆମନ୍ତ୍ରିତ ହୋଇ ଓ ଏସସିଇଆରଟି ପକ୍ଷରୁ ୨୦୧୨ରେ ରାଜ୍ୟ ପୁରସ୍କାର ଶିକ୍ଷକ ସମ୍ମାନରେ ସମ୍ମାନୀତ ହୋଇଥିଲେ  । ଶ୍ରୀପଣ୍ଡା ୨୦୧୧ ନଭେମ୍ବର ୧୯ ରେ ଏସ୍.ଇ.ଏସ୍ ପାଇ ଦାନ୍ତିଆମୁହାଁ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାବେ ପଦୋନ୍ନତି ନେଇ ନିଜର ଦକ୍ଷତା, ନିଷ୍ଠା  ଓ ମେଳାପି ଆଚରଣ ଦ୍ୱାରା ବିଦ୍ୟାଳୟର ସମସ୍ତ ଶିକ୍ଷକ-ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ, ଅଭିଭାବକ ସହିତ ଶିକ୍ଷା ବିଭାଗର ପ୍ରିୟ ଭାଜନ ହୋଇପାରିଥିଲେ । ସୂଚନାଯୋଗ୍ୟଯେ,  ୨୦୧୬ ସେପ୍ଟେମ୍ବରଠାରୁ ଏମକେସି ହାଇ ସ୍କୁଲର ପ୍ରଧାନ ଶିକ୍ଷକ ବିମ୍ବାଧର ସାହୁଙ୍କ ଅବସର ଗ୍ରହଣ ପରଠାରୁ ଉକ୍ତ ପଦବୀ ଖାଲି ପଡ଼ିଥିଲା । ବାରିପଦା ବିଧାୟକ ତଥା ବିଧାନସଭାର ଉପବାଚସ୍ପତି ସାନନ୍ଦ ମାର୍ଣ୍ଡିଙ୍କ ହସ୍ତକ୍ଷେପ ପରେ ବିଦ୍ୟାଳୟରେ ସ୍ଥାୟୀ ପ୍ରଧାନ ଶିକ୍ଷକ ନିଯୁକ୍ତି ସମ୍ଭବ ହୋଇପାରିଥିବାରୁ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟତ୍ରୀ, ଅଣଶିକ୍ଷକ, ଛାତ୍ରଛାତ୍ରୀ, ଏସଏମସି ଓ ଅଭିଭାବକ ମହଲରେ ହସ ଫୁଟିପାରିଛି ।

0
0
0
s2sdefault