ହେଡଲାଇନସ୍:

ସୁକିନ୍ଦା ନିର୍ବାଚନ ମଣ୍ଡଳୀ :  ଅଗ୍ରଣୀ ସ୍ଵେଛାସେବୀ ଅନୁଷ୍ଠାନ ଚକାଡୋଳା ହେଲପ୍ ଲାଇନର କାର୍ଯ୍ୟକାରୀ  ବୈଠକ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଡୁବୁରୀ(ସନାତନ ମହାନ୍ତ)- ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକ୍ ନଡିଆଭଙ୍ଗା ଗ୍ରା:ପ ର ଅଗ୍ରଣୀ ସ୍ଵେଛାସେବୀ ଅନୁଷ୍ଠାନ  ଚକାଡୋଳା ହେଲପ୍ ଲାଇନ୍ର କାର୍ଯ୍ୟକାରୀ ବୈଠକ ରବିବାର ସଂନ୍ଧ୍ୟାରେ ରାଧାକୃଷ୍ଣ ଯୁବକ ସଂଘ ରଙ୍ଗାହୁଡି ପରିସରରେ ଅନୁଷ୍ଠିତ  ହୋଇଯାଇଛି । ମହିଳା ସେଲ୍ ର ବେଲବତୀ ମହାନ୍ତଙ୍କ ଅଧକ୍ଷତାରେ ଅନୁଷ୍ଠିତ  ବୈଠକରେ ଅଗାମୀ ବର୍ଷପାଇଁ ବିଭିନ୍ନ ଖସଡା ଓ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଥିଲା । ବିଭିନ୍ନ ସ୍ଥାନରେ ହେଉଥିବା ମାନବିକ ଅଧିକାର ଉଲଘଂନ (ରେଲୱେ ଜମିର କ୍ଷତିପୂରଣ ନ ଦେଇ ଜମି ଜବର ଦଖଲ କରିବା) କଳିଙ୍ଗନଗର ଶିଳ୍ପାଂଚଳର ବିସ୍ଥାପିତ,କ୍ଷତଗ୍ରସ୍ଥ,ପ୍ରଭାବିତ ଓ ଅଣସଂଗଠିତ ନିର୍ମାଣ ଶ୍ରମିକଙ୍କ ଶ୍ରମ କାର୍ଯ୍ୟାଳୟରେ ପଂଜିକୃତ କରାଇବା, କେନ୍ଦ୍ର ସରକାରଙ୍କ ଦ୍ୱାରା ମଂଜୁର ଅନୁଷ୍ଠାନ ତରଫରୁ ସ୍ଥିର କରାଯାଇଛି । ଆସନ୍ତା ଅଗଷ୍ଟ ୧୫ ତାରିଖରେ ପ୍ରତି ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ବକୃତା ଓ ପ୍ରବନ୍ଧ ପ୍ରତିଯୋଗିତା କରାଯିବାକୁ ଅନୁଷ୍ଠାନର ସଂପାଦକ ରତିକାନ୍ତ ନାଥ ସଭ୍ୟମାନଙ୍କୁ ଗୁରୁମନ୍ତ୍ର ପ୍ରଦାନ କଲେ । ମହିଳା ସଶନ୍ତି କରଣ ପାଇଁ ଚକାଡୋଳା ହେଲପ୍ ଲାଇନ୍ ତରଫରୁ ରଙ୍ଗାହୁଡି ଗ୍ରାମରେ ଏକ ମାଗଣା ଟେଲରିଂ ଶିକ୍ଷା ଦିଆଯାଉଛି । ଏଥିପାି ଆବଶ୍ୟକୀୟ ସହାୟତା ଓ ଉପକରଣ ଟାଟା ଷ୍ଟିଲ୍ ଯୋଗାଇ ଦେଉଛି । କାର୍ଡ ସ୍ବେଛାସେବୀ  ଅନୁଷ୍ଠାନ ନଡିଆଭଙ୍ଗା ହାଇ ସ୍କୁଲ୍ର କୋଚିଙ୍ଗ୍ ସେଂଟର ଓ ଉକ୍ତ ଟେଲରିଂ ସେଂଟର ପରିଚାଳନା କରୁଅଛି । ଚକାଡୋଳା ହେଲପ୍ ଲାଇନ୍ ଜୟପ୍ରକାଶ ସାହୁ (କୁନିଆଁ) ସଂପାଦକ ରତିକାନ୍ତ ନାଥ , ସଭ୍ୟସାଚି ମହାନ୍ତ , ଦିପ୍ତିରଂଜନ ମହାନ୍ତ, ଜ୍ଞାନରଂଜନ ମହାନ୍ତ , ନିରଂଜନ ମହାନ୍ତ , ଲାଲୁ ମୁଣ୍ଡା , ରାକେଶ ମହାନ୍ତ , ବିଭୁ ପ୍ରସାଦ ମହାନ୍ତ ଏବଂ ସମ୍ବାଦିକ ଶମ୍ଭୁନାଥ ମହାନ୍ତ ଉପସ୍ଥିତ ଥିଲେ । ଅଜିର ବୈଠକଟିକୁ ରାଧାକୃଷ୍ଣ ଯୁବକ ସଂଘ ସାଧାରଣ ସଂପାଦକ ସନାତନ ମହାନ୍ତ(ପାଗଳ) ଓ ସଭ୍ୟ/ସଭ୍ୟା ପରିଚାଳନା କରିଥିଲେ । ପରିଶେଷରେ ଚକାଡୋଳ ଡେଲପ୍ ଲାଇନ୍ର ଯୁଗ୍ମ ସଂପାଦକ ସୁଧାଂଶୁ ରଂଜନ ମଲ୍ଲିକ୍ ଧନ୍ୟବାଦ ଅର୍ପଣ କରିଥିଲେ । 

 

 

 

0
0
0
s2sdefault