ହେଡଲାଇନସ୍:

ବଢି ଚାଲିଛି "ମୋ ଖତ" ର ଆଦର: ଘରୋଇ ଗ୍ରାହକଙ୍କ ସମେତ ସରକାରୀ ଗ୍ରାହକଙ୍କ ସଂଖ୍ୟା ବୃଦ୍ଧି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର ; ଏବେ ବିଜ୍ଞାନ ସମ୍ମତ ବର୍ଜ୍ୟବସ୍ତୁ ପରିଚାଳନାରୁ ସ୍ମାର୍ଟସିଟି ଭୁବନେଶ୍ୱର ଉତ୍ପାଦନ କରୁଛି ସମ୍ପୂର୍ଣ୍ଣ ଜୈବିକ ସାର ‘ମୋ ଖତ’ । ସୁଲଭ ମୂଲ୍ୟରେ ଏହି ଜୈବିକ ସାର ବିକ୍ରୟ ଦିନକୁ ଦିନ ସଫଳ ହେବାରେ ଲାଗିଛି । ଆଜି ଫରେଷ୍ଟ୍ ରେଂଞ୍ଜ୍ କାର୍ଯ୍ୟାଳୟ ଭୁବନେଶ୍ୱର କିଣି ନେଇଛନ୍ତି ୨ (ଦୁଇ) ଟନ୍ ର ‘ମୋ ଖତ’ । ଅଗ୍ରୀମ ଅର୍ଡର ଅନୁସାରେ ଆଜି ଏହି ଖତ ବିକ୍ରୟ ହୋଇଛି ।

ଭୁବନେଶ୍ୱରରେ ଚାଲୁ ହୋଇଯାଇଛି ୧୮ ଗୋଟି ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର (ଏମ୍ ସି ସି) । ଏଗୁଡ଼ିକରେ ସଂଗୃହିତ ଓଦା ବର୍ଜ୍ୟବସ୍ତୁରୁ ଉତ୍ପାଦନ ହେଉଛି ସ୍ୱତନ୍ତ୍ର ଧରଣର ଜୈବିକ ସାର ‘ମୋ ଖତ’ । ଚାଲୁ ରହିଥିବା ଏମ୍ ସି ସି ଗୁଡ଼ିକରୁ ‘ମୋ ଖତ’ ର ଉତ୍ପାଦନ ଆରମ୍ଭ ହେବା ପରେ ପରେ ଆଜି ସୁଦ୍ଧା ୧୧ ଟନ୍ ର ‘ମୋ ଖତ’ ବିକ୍ରୟ ହୋଇସାରିଛି । ନିକୋ ପାର୍କ ନିକଟରେ ଥିବା  ୩ ଗୋଟି ଏମ୍ ସି ସି (ୱାର୍ଡ ନଂ-୨୮,୨୯,୩୫,୩୬ ନିମନ୍ତେ ରହିଥିବା) ରୁ ଉତ୍ପାଦନ  ହୋଇଥିବା ‘ମୋ ଖତ’ କୁ ଆଜି ଫରେଷ୍ଟ୍ ରେଂଞ୍ଜ୍ କାର୍ଯ୍ୟାଳୟ ଭୁବନେଶ୍ୱରକୁ ବିକ୍ରୟ କରିଛନ୍ତି ଏମ୍ ସି ସି ପରିଚାଳନା ଦାୟିତ୍ୱରେ ଥିବା ସ୍ୱଚ୍ଛସାଥି । 

ଭୁବନେଶ୍ୱର ମହାନଗର ନିଗମ (ବି ଏମ୍ ସି) ର ପରିଚାଳନାରେ ଏବଂ ନାଗରିକ ମାନଙ୍କ ସହଯୋଗରେ ତିନୋଟି ଯାକ ଜୋନ୍ରେ ଚାଲୁ ରହିଥିବା ଏମ୍ ସି ସି ଏହି ଜୈବିକ ସାର ଯୋଗାଇ ଆସୁଛନ୍ତି । ଚଳିତ ବର୍ଷ ଜାନୁୟାରୀ ୮ ତାରିଖରେ ଓଡ଼ିଶାର ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଜି . ମାଥିଭାଥିନନ ଙ୍କ ଉପସ୍ଥିତିରେ ସ୍ଥାନୀୟ ରାଜମହଲ ଛକ ଠାରେ ‘ମୋ ଖତ’ ର ସ୍ୱତନ୍ତ୍ର କାଉଣ୍ଟର  ଖୋଲାଯାଇ ବିକ୍ରୟ ଚାଲୁ ରହିଛି । ଏହା ସାଙ୍ଗକୁ ଘରୋଇ ଏବଂ ସରାକାରୀ ଚାହିଦା ମୁତାବକ ଅଗ୍ରୀମ ଅର୍ଡର ନିଆଯାଇ ଖତ ଯୋଗାଇ ଦିଆଯାଉଅଛି । ବନ ବିଭାଗ ପୂର୍ବରୁ ଭୁବନେଶ୍ୱର ଉନ୍ନୟନ କର୍ତୃପକ୍ଷ (ବି ଡ଼ି ଏ) ଏବଂ ଓଡ଼ିଶା କୃଷି ଓ ବୈଷୟିକ ବିଦ୍ୟାଳୟ (ଓ ୟୁ ଏ ଟି) ଙ୍କୁ ଅଗ୍ରୀମ ଅର୍ଡର ମୁତାବକ ଖତ ଯୋଗାଇ ଦିଆଯାଇଅଛି । 

ଭୁବନେଶ୍ୱରକୁ ପରିବେଶ ଅନୁକୂଳ କରିବା ପାଇଁ ଯେଉଁସବୁ ପଦକ୍ଷେପ ଚାଲୁରହିଛି ସେଥି ମଧ୍ୟରୁ ବିଜ୍ଞାନ ସମ୍ମତ ବର୍ଜ୍ୟ ପରି•ଳନା ପାଇଁ ଏମ୍ ସି ସି ଗୁଡ଼ିକୁ କାର୍ଯ୍ୟକାରୀ କରାଯିବା ଆରମ୍ଭ ହୋଇଯାଇଛି । ଏଥିରେ ନିୟୋଜିତ ସ୍ୱଚ୍ଛସାଥିମାନଙ୍କୁ ଆଗକୁ ବଢାଇବା ପାଇଁ ମହାନଗର ନିଗମ ତରଫରୁ ‘ମୋ ଖତ’ର ଗୁଣାବତା ରକ୍ଷା, ବିକ୍ରୟ ଏବଂ ଏହାର ଆଦର ବଢାଇବା ନିମନ୍ତେ ନିୟମିତ ପ୍ରୟାସ ଜାରି ରହିଛି । ଘରୋଇ ବ୍ୟବହାର ସହିତ ସରକାରୀ କାର୍ଯ୍ୟାଳୟର ବ୍ୟବହାର ପାଇଁ ବି ଏମ୍ ସି କୁ ଅଗ୍ରୀମ ଅର୍ଡର ଆସୁଛି । ନିକଟରେ ପ୍ରୋଜେକ୍ଟ୍ ଡ଼ାଇରେକ୍ଟର୍ ୱାଟର୍ ସେଡ଼୍, ଖୋର୍ଦ୍ଧାଙ୍କ ଠାରୁ ୪୦ ମେଟ୍ରିକ  ଟନ୍ ର ଅର୍ଡର  ରଖାଯାଇଛି । ଆମ ଏସ୍ ଏଚ୍ ଜି ର ମା’ ମାନେ ସ୍ୱଚ୍ଛସାଥିର ଭୂମିକା ନେଇ ଏହି ପ୍ରୟାସକୁ ଆଗେଇ ନେଇଛନ୍ତି ଏବଂ ସହଯୋଗୀ ସାମାଜିକ ସଂଗଠନମାନେ ଏହାକୁ ସହଯୋଗ କରୁଛନ୍ତି କହିଛନ୍ତି କମିଶନର ଶ୍ରୀ ସଂଜୟ କୁମାର ସିଂହ ।

ତେବେ ଆଜିର ‘ମୋ ଖତ’ ବିକ୍ରୟରେ ଖୁସି ଅଛନ୍ତି ସମ୍ପୃକ୍ତ ଏମ୍ ସି ସି ଗୁଡ଼ିକର ସ୍ୱଚ୍ଛସାଥି । ନିଜ ତତ୍ୱାବଧାନରେ ଏବଂ ପରିଶ୍ରମରେ ଉତ୍ପାଦନ  କରିଥିବା ସାମଗ୍ରୀକୁ ସରକାରୀ ସଂସ୍ଥା ଦ୍ୱାରା ଏହାକୁ ନେବାରେ ଆନନ୍ଦ ସେମାନଙ୍କ ଠାରେ ଦେଖିବାକୁ ମିଳିଥିଲା । ଏହି ଅବସରରେ ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ ‘ମୋ ଖତ’ ବିକ୍ରୟକୁ ଉତ୍ସାହିତ  କରିବା ପାଇଁ ନିକୋ ପାର୍କ ନିକଟସ୍ଥ ଏମ୍ ସି ସି ପ୍ରାଙ୍ଗଣକୁ ଯାଇ ସ୍ୱଚ୍ଛସାଥିମାନଙ୍କୁ ଉତ୍ସାହିତ  କରିଛନ୍ତି । ଫରେଷ୍ଟ୍ ରେଂଞ୍ଜ୍ ଅଫିସର  ଗାଡ଼ିକୁ ପତାକା ଦେଖାଇ ନିଜର ସାମଗ୍ରୀ ବିକ୍ରୟ କରିଛନ୍ତି ସ୍ୱଚ୍ଛସାଥି ।

ଚାଲୁ ରହିଥିବା ଏମ୍ ସି ସି ଗୁଡ଼ିକୁ ନିୟମିତ ପ୍ରଦକ୍ଷଣ ଏବଂ ବୈଷୟିକ ସହଯୋଗ କରିବା ନିମନ୍ତେ ଡେ଼ପୁଟି କମିଶନର ସାନିଟେସନ୍, ଶୁଭେନ୍ଦୁ କୁମାର ସାହୁଙ୍କ ତତ୍ୱାବଧାନରେ ବି ଏମ୍ ସି   ଏସ୍ ବି ଏ ସେଲ୍ ର ଏକ୍ସପର୍ଟ ଏବଂ ସାନିଟେସନ୍ ଏକ୍ସପର୍ଟମାନେ କାର୍ଯ୍ୟରତ ଅଛନ୍ତି । ବର୍ଜ୍ୟ ସଂଗ୍ରହରୁ ଆରମ୍ଭ କରି ପ୍ରକି୍ରୟାକରଣ ଏବଂ ‘ମୋ ଖତ’ ଉତ୍ପାଦନ  ପର୍ଯ୍ୟନ୍ତ ଏହି ଏକ୍ସପର୍ଟମାନେ ସହଯୋଗ କରିଥାନ୍ତି ।  

 

 

 

0
0
0
s2sdefault