ରାୟଗଡ଼ ସହର ସ୍ଥିତ ସାଇପ୍ରିୟା ୱେଲଫର ଟ୍ରଷ୍ଟ ତରଫରୁ ଶିଶୁ ଦିବସ ଉପଲକ୍ଷେ ଏକ ବକୃତା ପ୍ରତିଯୋଗିତା ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାୟଗଡ: ରାୟଗଡ଼ ସହର ସ୍ଥିତ ସାଇପ୍ରିୟା ୱେଲଫର ଟ୍ରଷ୍ଟ ତରଫରୁ ଶିଶୁ ଦିବସ ଉପଲକ୍ଷେ ଏକ ବକୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ସାଇପ୍ରିୟା ୱେଲଫର ଟ୍ରଷ୍ଟର ସଭାପତି ଶ୍ରୀ ନନ୍ଦ କିଶୋର ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବକୃତା ପ୍ରତିଯୋଗିତାର ଆଜିର ଶିଶୁ ଓ ଟେକ୍ନୋଲୋଜି ବିଷୟ ଵସ୍ତୁ ଉପରେ ଛାତ୍ର ଛାତ୍ରୀ ମାନେ ଆଲୋକପାତ କରିଥିଲେ । ଶିଶୁ ଦିବସ ପାଳନର ଉଦେଶ୍ୟ ଅତି ମହାନ l ପଣ୍ଡିତ ଜବାହର ଲାଲ ନେହୁରୁ ଶିଶୁ ମାନଙ୍କୁ ନେଇ ମହାନ କଳ୍ପନା କରିଥିଲେ l ଶିଶୁ ବତ୍ସଳ ନେହେରୁଙ୍କ ଠାରେ ଶିଶୁ ପ୍ରେମ ନୈସର୍ଗିକ ଓ ସହଜାତ ଥିଲା l ସେ ଜାଣିଥିଲେ ଶିଶୁ ମାନେ ହେଉଛନ୍ତି ଦେଶର ଭବିଷ୍ୟତ ନାଗରିକ ଓ ନିୟାମକ l ଆଜି ଯେ ଶିଶୁ ବାସ୍ତବରେ ସେ ଜଣେ ଉତ୍ତମ ନାଗରିକ ଓ କର୍ଣ୍ଣଧାର l ଦେଶର ସାମଗ୍ରିକ ବିକାଶ ଶିଶୁ ମାନଙ୍କର ଉପରେ ନିର୍ଭରଶୀଳ ଓ ସେମାନଙ୍କର ସର୍ବାଙ୍ଗୀନ ଉନ୍ନତି ସାଧନ ଜାତିର ମୂଖ୍ୟ କର୍ତ୍ତବ୍ୟ l ସେମାନଙ୍କର ଉତ୍ତମ ଚରିତ୍ର ଗଠନ, ସତ୍ୟବଦିତା, ନମ୍ରତା, ସାଧୁତା, ସମୟାନୁବର୍ତ୍ତିତା ପାଇଁ ଦୃଷ୍ଟି ଦେବା ଉଚିତ l ସୁସ୍ଥ ନୈତିକ ସମାଜ ଗଠନ ପାଇଁ ସମାଜକୁ ସଜାଡ଼ିବା ଉଚିତ l ଶିଶୁ ମାନଙ୍କ ଉଦାର ଚିନ୍ତାଧାରା, ନିର୍ମଳ ମନ ଓ ଉତ୍ତମ ସ୍ୱାସ୍ଥ୍ୟ ବୁକାଶ ଘଟାଇବା ପାଇଁ ଶିଶୁ ଦିବସ ପାଳନ କରାଯାଏ ବୋଲି ଉପସ୍ଥିତ ଅତିଥି ମତବ୍ୟକ୍ତ କରିଥିଲେ l

ସାଇପ୍ରିୟା ନଗର ସ୍ଥିତ ଏନଭିଆର ଓ ଡ୍ରିମ ଇଣ୍ଡିଆ ସ୍କୁଲ ଏହି ବକୃତା ପ୍ରତିଯୋଗିତାରେ ୨୩ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ ।ମୁଖ୍ୟ ଅତିଥି ଓ ବିଚାରକ ଭାବେ ଅଵସରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀ ପ୍ରଶାନ୍ତ ପଟ୍ଟନାୟକ ଯୋଗଦେଇଥିଲେ ଶିଶୁ ମାନଙ୍କୁ ଉତ୍ସାହିତ କରିଥିଲେ ।ଏହି ପ୍ରତିଯୋଗିତାରେ ଏସ. ଦୀକ୍ଷିତା ଭଲ୍ଲୀ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ, ହାର୍ଦ୍ଧିକ ମିନା ଦ୍ଵିତୀୟ ଓ ପ୍ରତ୍ୟୁଷା ରାଉତ ତୃତୀୟ ସ୍ଥାନ ଅଧିକାର କରିଥିଲେ ।ସମସ୍ତ ପ୍ରତିଯୋଗିକୁ ଟ୍ରଷ୍ଟ ତରଫରୁ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଟ୍ରଷ୍ଟର ସମ୍ପଦକ ଦୟାନନ୍ଦ ଖାଡ଼ଙ୍ଗା, ସଭ୍ୟା ମହାଶ୍ୱେତା ପାଣିଗ୍ରାହୀ, ଗୀତାରାଣୀ ମିଶ୍ର, ପ୍ରତିମା ପାଢ଼ୀ, ମନୋଜ କୁମାର ସାହୁ ପ୍ରମୁଖ ଯୋଗଦେଇଥିଲେ ।

0
0
0
s2sdefault