ହେଡଲାଇନସ୍:

ଜୁଲାଇ ୨୨, ୨୯ ଓ ଅଗଷ୍ଟ ୫ ତାରିଖରେ ବିଭିନ୍ନ ଜିଲ୍ଲାରେ ପେନସନ ଅଦାଲତ ଅନୁଷ୍ଠିତ ହେବ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

10-07-18-pradip.jpg - 41.63 kB

"ସର୍ଭିସ୍ ବୁକ୍ ନମିଳିବା, କୋର୍ଟ କେସ୍, ଚାକିରିରେ ଅନିୟମିତା, ଉତ୍ତରାଧିକାରୀ ପ୍ରମାଣପତ୍ରର ଅଭାବ, ଦାଖଲ କରାଯାଇଥିବା ପେନସନ୍ କାଗଜପତ୍ରରେ ତ୍ରୁଟି ଇତ୍ୟାଦି କାରଣରୁ ଶହ ଶହ ଶିକ୍ଷକ ଦୀର୍ଘ ବର୍ଷ ଧରି ପେନସନ୍ ସମେତ ସେମାନଙ୍କ ଅବସରକାଳୀନ ସୁବିଧା ନପାଇବା ବିଭାଗର ଦୃଷ୍ଟିକୁ ଆସିବା ପରେ ପେନସନ୍ ଅଦାଲତ ମାଧ୍ୟରେ ଏହି ମାମଲାଗୁଡ଼ିକ ତୁରନ୍ତ ଫଇସଲା କରିବା ନିମନ୍ତେ ଏଭଳି   ପଦକ୍ଷେପ ନେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ବିଭାଗ  ବିଭାଗର ପ୍ରମୁଖ ଶାସନ ସଚିବ  ପ୍ରଦୀପ୍ତ କୁମାର ମହାପାତ୍ର `|ପେନସନ୍ ଅଦାଲତ ଅନୁଷ୍ଠିତ ହେବା ସଂପର୍କରେ ଜିଲ୍ଲା ଶିକ୍ଷାଧିକାରୀ ଓ ବ୍ଲକ୍ ଶିକ୍ଷାଅଧିକାରୀ  ପ୍ରଭାବିତ ପେନସନଧାରୀଙ୍କୁ   ଯଥେଷ୍ଟ ପୂର୍ବରୁ ସଠିକ୍ ଭାବରେ ଯୋଗାଯୋଗ କରିବେ ଏବଂ ସେମାନଙ୍କ ଉପସ୍ଥିତିକୁ ସୁନିଶ୍ଚିତ କରିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ପେନସନ ମାମଲା ଗୁଡିକର ଫଇସଲା କରିବା ପାଇଁ ଆନ୍ତରିକତାର ସହ କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି  ବିଭାଗର ମୁଖିଆ ଶ୍ରୀ ମହାପାତ୍ର |"  

ଭୁବନେଶ୍ୱର : ଅବସର ଗ୍ରହଣ ପରେ ଶିକ୍ଷକମାନଙ୍କୁ ସେମାନଙ୍କ ପେନସନ୍, ଗ୍ରାଚ୍ୟୁଇଟି ଓ ଅନ୍ୟାନ୍ୟ ଉପଲବ୍ଧ ଅବସରକାଳୀନ ସୁବିଧା ସୁଯୋଗ ତୁରନ୍ତ ପ୍ରଦାନ କରିବା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ନିମନ୍ତେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ବିଭିନ୍ନ ଜିଲ୍ଲାରେ ପେନସନ୍ ଅଦାଲତ ଅନୁଷ୍ଠିତ କରିବା ପାଇଁ ନିଷ୍ପତ୍ତି ହୋଇଛିା ସମସ୍ତ ଜିଲ୍ଲାରେ ଜୁଲାଇ ୨୨ ତାରିଖରୁ ପେନସନ୍ ଅଦାଲତ ଆରମ୍ଭ ହେବା ପ୍ରଥମ ଅଦାଲତକୁ ଆସିଥିବା ଶିକ୍ଷକଶିକ୍ଷୟିତ୍ରୀମାନଙ୍କର ଯଦି କୌଣସି ନଥିପତ୍ର ଉପସ୍ଥାପନାରେ ତ୍ରୁଟି ପରିଲକ୍ଷିତ ହୋଇଥାଏ ତେବେ ଅଧିକାରୀଙ୍କ ପରାମର୍ଶ କ୍ରମେ ପୁନର୍ବାର ଜୁଲାଇ ୨୯ କିମ୍ବା ଅଗଷ୍ଟ ୫ ତାରିଖ ଦିନ ଏହି ପେନସନ୍ ଅଦାଲତରେ ଉପସ୍ଥିତ ରହି ସେମାନଙ୍କ ମାମଲାକୁ ଫଇସଲା କରିବାର ସୁଯୋଗ ମିଳିବା ଅନେକ କ୍ଷତ୍ରରେ ସର୍ଭିସ୍ ବୁକ୍ ନମିଳିବା, କୋର୍ଟ କେସ୍, ଚାକିରିରେ ଅନିୟମିତା, ଉତ୍ତରାଧିକାରୀ ପ୍ରମାଣପତ୍ରର ଅଭାବ, ଦାଖଲ କରାଯାଇଥିବା ପେନସନ୍ କାଗଜପତ୍ରରେ ତ୍ରୁଟି ଇତ୍ୟାଦି କାରଣରୁ ଶହ ଶହ ଶିକ୍ଷକ ଦୀର୍ଘ ବର୍ଷ ଧରି ପେନସନ୍ ସମେତ ସେମାନଙ୍କ ଅବସରକାଳୀନ ସୁବିଧା ନପାଇବା ବିଭାଗର ଦୃଷ୍ଟିକୁ ଆସିବା ପରେ ପେନସନ୍ ଅଦାଲତ ମାଧ୍ୟରେ ଏହି ମାମଲାଗୁଡ଼ିକ ତୁରନ୍ତ ଫଇସଲା କରିବା ନିମନ୍ତେ ବିଭାଗର ପ୍ରମୁଖ ଶାସନ ସଚିବ  ପ୍ରଦୀପ୍ତ କୁମାର ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତିା ଜିଲ୍ଲା ଶିକ୍ଷାଧିକାରୀ, ବ୍ଳକ୍ ଶିକ୍ଷାଧିକାରୀ ଓ ସେମାନଙ୍କ କାର୍ଯ୍ୟାଳୟର ଏହି କାର୍ଯ୍ୟ କରୁଥିବା ଅଧିକାରୀମାନଙ୍କ ଉପସ୍ଥିତିରେ ପେନସନ୍ ଅଦାଲତରେ ପୁରୁଣା ମାମଲାଗୁଡ଼ିକ ଫଇସଲା କରି ତୁରନ୍ତ ନ୍ୟାୟ ପ୍ରଦାନ କରିବା ଉପରେ ଗୁରୁତ୍ୱାରୋପ କରାଯାଇଛିା ଅତ୍ୟଧିକ ଜଟିଳ ମାମଲାକୁ ତର୍ଜମା କରି ବିଭାଗକୁ ପ୍ରେରଣ କଲେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଉଚ୍ଚାଧିକାରୀମାନେ ଏ ସଂପର୍କରେ ନିଷ୍ପତ୍ତି ଗ୍ରହଣ କରିବେ ଏବଂ ସଂପୃକ୍ତ ଅବସରପ୍ରାପ୍ତ ଶିକ୍ଷକଶିକ୍ଷୟିତ୍ରୀଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ କରାଯିବ ବୋଲି ପ୍ରମୁଖ ଶାସନ ସଚିବ ଶ୍ରୀ ମହାପାତ୍ର କହିଛନ୍ତିା  ଏହି ପେନସନ୍ ଅଦାଲତ ଅନୁଷ୍ଠିତ ହେବା ସଂପର୍କରେ ଜିଲ୍ଲା ଶିକ୍ଷାଧିକାରୀ ଓ ବ୍ଲକ୍ ଶିକ୍ଷାଅଧିକାରୀ  ପ୍ରଭାବିତ ପେନସନଧାରୀ  ଯଥେଷ୍ଟ ପୂର୍ବରୁ ସଠିକ୍ ଭାବରେ ଯୋଗାଯୋଗ କରିବେ ଏବଂ ସେମାନଙ୍କ ଉପସ୍ଥିତିକୁ ସୁନିଶ୍ଚିତ କରିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ବିଭାଗ ତରଫରୁ ପରାମର୍ଶ ଦିଆଯାଇଛିା 

 

0
0
0
s2sdefault