ହେଡଲାଇନସ୍:

ଯାଜପୁରରେ ହେଉ ଓଡ଼ିଆ ବିଶ୍ୱବିଦ୍ୟାଳୟ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଯାଜପୁରରେ ହେଉ ଓଡ଼ିଆ ବିଶ୍ୱବିଦ୍ୟାଳୟ  

  ଯାଜପୁରରୋଡ (ଜୟଶଙ୍କର ଦାଶ ): ଆଜି ସ୍ଥାନୀୟ ଉତ୍ସବପ୍ୟାଲେସ୍ ଠାରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ଯାଜପୁରରେ କରାଯାଉ  ବୋଲି ଆବାହକ ରାକେଶ କୁମାର ସାହୁଙ୍କ ନେତୃତ୍ୱରେ ଏକ ସାମ୍ବାଦିକ ସମ୍ମିଳନୀ ହୋଇଯାଇଛି । ପୁରାତନ ରାଜଧାନୀ ତଥା ପୁରାଣ ବର୍ଣ୍ଣିତ ତଥା ପୁରାଣ ଇତିହାସରେ ଏ ସହର ଯାଜପୁର । ଜିଲ୍ଲା ଭାଷା ସାହିତ୍ୟ ସସ୍କୃତି ପରମ୍ପରାର ଗୈାରବ ଓ ଐତିହ ସ୍ୱାକ୍ଷର ବହନ କରୁଛି । ଅତୀତରେ ଜ୍ଞାନଭୁମି ଆଜି  ଅବହେଳିତ ଏସବୁର ସମାଧାନ  ପଇଁ ଏକମାତ୍ର ବାଟ ହୋଇଛି ଏ ଯାଜପୁରର ଭବିଷ୍ୟତ ପିଢ଼ୀଙ୍କୁ ଉଚ୍ଚଶିକ୍ଷିତ କରାଇବା ଏକ ହଜାର ବର୍ଷତଳୁ  ଓଡ଼ିଆ ଭାଷାର ଅସ୍ତିତ୍ୱ ପଯ୍ୟଟନର କ୍ରୀଡ଼ାଭୂମି ଏହି ଯାଜପୁର ମାଟିର ଓଡ଼ିଆ ବିଶ୍ୱବିଦ୍ୟାଳୟ ହେଉଛି ଏହାର ଆଂଶିକ ସମାଧାନ । ତେଣୁ ଯାଜପୁରରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ହେଉ ବୋଲି ଶ୍ରୀ ସାହୁ ଦାବିକରିବା ସହିତ ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଛନ୍ତି । ଯଦି ଓଡ଼ିଆ ବିଶ୍ୱବିଦ୍ୟାଳୟ ଯାଜପୁରରେ ନକରାଯାଏ , ଏକ ଜନ ଆନେ୍ଦାଳନ କରିବା ସହିତ ରାଜରାସ୍ତାକୁ ଓହ୍ଲାଇବା ବୋଲି କିନ୍ନର ସଂଘର ସଭାପତି କାଜଲ ନାୟକ ଗଣମାଧ୍ୟମକୁ ସୁଚନା ଦେଇଛନ୍ତି । ଆସନ୍ତା ୧୨ଜୁଲାଇ ଦିନ ଓଡ଼ିଆ ବିଶ୍ୱବିଦ୍ୟାଳୟ କ୍ରିୟାନୁଷ୍ଠାନ  କମିଟି ପକ୍ଷରୁ ଏକ ନୀରବ ଶାନ୍ତିପୁର୍ଣ୍ଣ ପଦଯାତ୍ରା ଆୟୋଜନ କରାଯିବ ବୋଲି ସମ୍ବାଦିକ ମାନଙ୍କୁ ସୁଚନା ଦେଇଛନ୍ତି ।  ଏହି ସମ୍ମ୍ିଳନୀରେ ଜିଲ୍ଲା ଦିବ୍ୟାଙ୍ଗ କମିଟି ସଭାପତି ମଣ୍ଟୁ ଦାସ, କିନ୍ନର ସଂଘର ସଭାପତି କାଜଲ ନାୟକ, ନାରୀ ନେତ୍ରୀ ରଂଜିତା ସାମଲ ଓ ଦିପ୍ତୀରେଖା ମିଶ୍ର ଉପସ୍ଥିତ ଥିଲେ ।   

0
0
0
s2sdefault