ରଣପୁର ରୁ ପ୍ରସନ୍ନ କୁମାର ସାମନ୍ତରାୟ:-ସୋମବାର ଅପରାହ୍ନରେ ନୟାଗଡ ଜ଼ିଲ୍ଲା ରଣପୁର ଅଞ୍ଚଳର ସି ଆଇ ଟି ୟୁ ର ବରିଷ୍ଠ ଆଇନୀଜୀବୀ ଓ ରାଜନେତା ପୂର୍ଣ୍ଣଚନ୍ଦ୍ର ସାମନ୍ତରାୟଙ୍କର ନିଜ ଜନ୍ମମାଟି ରଣପୁର ବ୍ଲକ ର ଚମ୍ପପେଡ଼ି ସ୍ଥିତ ବାସଭବନ ରେ ଦେହାନ୍ତ ହୋଇଯାଇଛି l ମୃତ୍ୟୁ ବେଳକୁ ତାଙ୍କୁ ଛଅସ୍ତରି ରି ବର୍ଷ ବୟସ ହୋଇଥିଲା ସେ 1945ମସିହାରେ ଜନ୍ମ ଗ୍ରହଣ କରିଥିଲେ. ପୂର୍ଣ୍ଣଚନ୍ଦ୍ର ଛାତ୍ର ଜୀବନରୁ ରାଜନୀତିରେ ରୁଚି ରଖିଥିବା ବେଳେ ସାରା ଜୀବନ ସମାଜସେବାରେ ନିଜ କୁ ଅତିବାହିତ କରିଥିଲେ l ପେସାରେ ସେ ଜଣେ ଓକିଲ ହୋଇଥିବାବେଳେ ରଣପୁର ବ୍ଲକର ପୂର୍ବତନ ଚେୟାରମ୍ୟାନ ବି ଥିଲେ l ତାଙ୍କର ଦେହାନ୍ତରେ ସାରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି l ତାଙ୍କ ମର ଶରୀରକୁ ସିପି ଆଇ.ଏମ ପକ୍ଷ ରୁ ବାଇକି ରାଲି ରେ ଶୋଭା ଯାତ୍ରା କରି ନିଜ ଗ୍ରାମ ଚମ୍ପାପେଡି ରୁ ରଣପୁର ବାର ଆସୋସିଏସନ କାର୍ଯ୍ୟାଳୟ କୁ ଅଣାଯାଇଥିଲା ଏଥିରେ ସହ ସହ ସଂଖ୍ୟା ରେ ସିପିଆଇଏମ କର୍ମୀ ଓ ରାଜନେତା ସହ ବିଭିନ୍ନ ରାଜନୈତିକ ଦଳର ରାଜନେତା,ଯୋଗ ଦେଇଥିଲେ |ଏଥି ସହ ରଣପୁର ଅଞ୍ଚଳର ଅନେକ ବୁଦ୍ଧି ଜୀବ ଓ ବାର ଆସୋସିଏସନ ର ଓକିଲ ମାନେ ମର ଶରୀର ଉପରେ ପୁଷ୍ପମାଲ୍ୟା ଅର୍ପଣ କରଥିଲେ l ପରେ ତାଙ୍କ ମର ଶରୀରକୁ ଶବ ସତ୍କାରପାଇଁ ଜନ୍ମ ମାଟି ଚମ୍ପାପେଡ଼ି ଗ୍ରାମକୁ ନିଆଯାଇଥିଲା l ଖବର ପାଇଁ ପୂର୍ବତନ ବ୍ଲକ ବ୍ଲକ ଅଧକ୍ଷ ଦେବାଶିଷ ପଟ୍ଟନାୟକ, ସମାଜସେବୀ ତଥା ରାଜନେତା ସିଦ୍ଧାର୍ଥ ପଣ୍ଡା, ସମାଜ ସେବୀ ରଞ୍ଜନ ଦାଶ ପ୍ରମୁଖ ଶୋକ ବ୍ୟକ୍ତ କରିବା ସହ ତାଙ୍କ ମର ଶରୀର ଶେଷ ଦର୍ଶନ କରି ପରିବାର ସଦସ୍ୟ ଙ୍କୁ ଭେଟି ସମବେଦନା ଜଣେଇଥିଲେ ଏପରି ଏକ ବ୍ୟକ୍ତିତ୍ୱଙ୍କୁ ସାରା ଅଞ୍ଚଳ ଏବେ ଝୁରୁଥିବା ବେଳେ ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ, ପୂର୍ବତନ ବିଧାୟିକା ସୁରୁମା ପାଢ଼ୀ ଶୋକ ବ୍ୟକ୍ତ କରିଛନ୍ତି |
ରାଜ୍ୟ
ବରିଷ୍ଠ ଆଇନୀଜୀବୀ ତଥା ସିପିଆଇଏମନେତା ପୂର୍ଣ୍ଣ ଚନ୍ଦ୍ର ସାମନ୍ତରାୟ ପରଲୋକ
- Hits: 639








