ବାଇକ ଅଟକାଇ ମୋବାଇଲ, ଏୟାର ବ୍ୟାଗ ଲୁଟି ନେଲେ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ପଦ୍ମପୁର(ଶାସକପ୍ରଶାସକ)-ଗତ କିଛି ଦିନ ହେବ ଭଟିଲି ଉଦେପାଲି ଗାଁ ର ଆଶିଷ କୁମାର ଭୋଇ ସହକାରି ରାଜସ୍ୱ ନିରିକ୍ଷକ ଭାବରେ ଗାଇସିଲେଟ ତହସିଲ କାର୍ଯ୍ୟାଳୟ ରେ ଯୋଗଦେଇଛନ୍ତି। ଶ୍ରୀ ଭୋଇ ପ୍ରତିଦିନ ପରି  ଆଜି ସକାଳେ ମଧ୍ୟ ନିଜ ଗାଁ ଉଦେପାଲି ରୁ ବାହାରି ନିଜ କର୍ମଭୂମି ଗାଇସିଲେଟ କୁ ବାଇକ ଯୋଗେ ଯାଉଥିବା ବେଲେ ସକାଲ ପ୍ରାୟ ୧୦.୩୦ମି ସମୟରେ ଗାଇସିଲେଟ ଥାନା ଅନ୍ତର୍ଗତ ଚାଣ୍ଟିପାଲି ଛକ ଏବଂ ବଲାଙ୍ଗିର ଜିଲ୍ଲା  ନଅଗାଁ(କ) ମଧ୍ୟ ରେ ରାସ୍ତା ମଝିରେ ଏକ ଏଚ୍ ଏଫ ଡିଲକ୍ସ ବାଇକ ରଖିଦେଇ ୩ଜଣ ଯୁବକ ମୁଖା ପିନ୍ଧି ରାସ୍ତା ଅବରୋଧ କରି ଶ୍ରୀଯୁକ୍ତ ଭୋଇ ଙ୍କୁ ଅଟକାଇଥିଲେ।ଭୋଇ ଅଟକି ଗଲା ପରେ ତାଙ୍କୁ ବାଇକ ରୁ ଠେଲି ଦେଇଥିଲେ। ଯାହାଫଳରେ ଶ୍ରୀ ଭୋଇ ତଲେ ପଡିଯାଇଥିଲେ। ତାଙ୍କ ଠାରୁ ମୋବାଇଲ ଫୋନ ସହ ଏକ ଏୟାର ବ୍ୟାଗ ଯେଉଁ ଥିରେ ତାଙ୍କ ଜରୁରୀ ଦସ୍ତାବିଜ ସହ ଏକ ଡାଏରୀ ଥିଲା ସବୁ ଲୁଟିନେଇ ଚମ୍ପଟ ମାରିଥିଲେ।ଏ ନେଇ ଶ୍ରୀ ଭୋଇ ଗାଇସିଲେଟ ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି।ଏ ଖବର ସୁଣି ଲୋକେ ଏହି ରାସ୍ତା କୁ ନିରାପଦ ଭାବୁନାହାନ୍ତି।

0
0
0
s2sdefault