ଦୁଇ ଅସହାୟଙ୍କୁ ସହଯୋଗର ହାତ ବଢାଇଲେ ପ୍ରଶାସନିକ ଅଧିକାରୀ ମହେନ୍ଦ୍ର ବଢେଇ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :-ପାଇକମାଲ ବ୍ଲକ ବରତୁଣ୍ଡା ଗ୍ରାମର ମହେଶ ସିଂ ଗୀର୍ଣ୍ଣା ଙ୍କ ଜନ୍ମରୁ ଅନ୍ଧ ମୁକ ଓ ବଧିର ୧୨ବର୍ଷର ପୁଅ ରୋଗିଣା ହୋଇ କିଛି ଦିନ ହେବ ନୂଆପଡା ଜିଲ୍ଲା ଡାକ୍ତରଖାନାରେ ଚିକିତ୍ସା କରାଯାଉଥିଲା।ଅବସ୍ଥା ଖରାପ ହେବାରୁ ଖବରପାଇ ପ୍ରଶାସନିକ ଅଧିକାରୀ ତଥା ଡେଲାଙ୍ଗ ତସିଲଦାର ମହେନ୍ଦ୍ର ବଢେଇ ସାଙ୍ଗେ ସାଙ୍ଗେ ୫୦୦୦ଟଙ୍କା ଆର୍ଥିକ ସହାୟତା ପଠାଇ ଅଧିକ ଚିକିତ୍ସା ପାଇଁ କଟକ ବଡ ଡାକ୍ତରଖାନା କୁ ପଠାଇବାକୁ ବ୍ୟବସ୍ଥା କରାଇଥିଲେ। ନୂଆପଡ଼ା ଡାକ୍ତରଖାନାରେ ଦିବ୍ୟାଙ୍ଗ ଶିଶୁକୁ ଜିଲ୍ଲାପରିଷଦ ବିଶ୍ୱନାଥ ବାଗ, ଗଣେଶ ପ୍ରଧାନ,ରୁକ୍କଣ ଧରୁଆ,ବେଣୁଧର ସାହୁ,ବନମାଳି ବିନାଟ,ବିଜୟ ଭୁଏ,ସୁରେନ୍ଦ୍ର ପ୍ରଧାନ, ଶୁଶାନ୍ତ ହେର୍ଣ୍ଣାଓସୁବ୍ରତ ଦିୱାନ ଭେଟି କଟକ ନେବାର ବ୍ୟବସ୍ଥା କରିଥିଲେ।

ଭୁବନେଶ୍ବରପୁର ଗ୍ରାମପଞ୍ଚାଯତର ଯୋଗିନ୍ଦ୍ରନାଥପୁର ର ଭାନୁମତୀ ଗୁଣ୍ଡିଙ୍କ ଝିଅ  ଦିବ୍ୟାଙ୍ଗ ୨ବର୍ଷର ନିକିତା ଗୁଣ୍ଡି କୁ  ତସିଲଦାର ମହେନ୍ଦ୍ର ବଢେଇ ପଠାଇଥିବା ଆର୍ଥିକ ସହାୟତା ରାଶି ୧୦ହଜାର ଟଙ୍କାକୁ ଟାଇଲ ଚନ୍ଦ୍ର ଭୋଇ,ଘନଶ୍ୟାମ ଭୋଇ,ରବିନ୍ଦ୍ର ବାରିକ ଓ ଅର୍ଜୁନ ପଟେଲ ତାଙ୍କ ଘରକୁ ଯାଇ ପ୍ରଦାନ କରିଥିଲେ।

0
0
0
s2sdefault