ହେଡଲାଇନସ୍:

ଭାଗିରଥିଙ୍କ ମୁହଁରେ ଅସ୍ବାଭାବିକ ଭାବରେ ବଢି ଚାଲିଛି ମାଂସ ପିଣ୍ଡୁଲା: ଚିକିତ୍ସାରେ ଅର୍ଥ ସାଜିଛି ବାଧକ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର(ଶାସକପ୍ରଶାସକ)- ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ଲଖମରା ପଞ୍ଚାୟତ ଅନ୍ତର୍ଗତ କୁଲାଣ୍ଟି ଗ୍ରାମର ଭାଗିରଥି ଭୋଇ । ଜଣେ ଗରିବ ଶ୍ରେଣୀର ଲୋକ । ଚାଷ କାମ ଓ ମୂଲ ଲାଗି ପରିବାର ପୋଷଣ କରନ୍ତି । ଭାଗିରଥିଙ୍କ ଜୀବନରେ ଦୁଃଖ ମାଡି ଆସିଲା ପରି ତାଙ୍କ ମୁହଁର ଡାହାଣ ପଟେ ଅସ୍ବାଭାବିକ ଭାବେ ମାଂସ ପିଣ୍ଡୁଲା ବଢିବାରେ ଲାଗିଛି । ଏହାର ଚିକିତ୍ସା ପାଇଁ ଅସ୍ତ୍ରୋପଚାରର ଆବଶ୍ୟକତା ରହିଥିବା ଡାକ୍ତର ପରାମର୍ଶ ଦେଇଛନ୍ତି । ହେଲେ ଭାଗିରଥି ଅସ୍ତ୍ରୋପଚାର କରିବା ପାଇଁ ସକ୍ଷମ ନୁହଁନ୍ତି । ତେଣୁ ତାଙ୍କ ଚିକିତ୍ସାରେ ସହାୟତା ପାଇଁ ପଦ୍ମପୁର ଉପଜିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣାଇଛନ୍ତି ।

0
0
0
s2sdefault