କଲ୍ୟାସିଂହପୁର /ପ୍ରଦୀପ ଦଳାଇ:ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍ ଶିଙ୍ଗାରି ପଞ୍ଚାୟତ ର ପାଳଖମଣ ଗ୍ରାମର ୫୦ ରୁ ଉର୍ଦ୍ଧ କଂଗ୍ରେସ କର୍ମୀ ଆଜି ବିଜେଡି ରେ ସାମିଲ୍ ହୋଇଛନ୍ତି।ଆଗାମୀ ପଞ୍ଚାୟତ ନିର୍ବାଚନକୁ ଆଖି ଆଗରେ ରଖି ବିଜେଡି ପକ୍ଷରୁ ମିଶ୍ରଣ ପର୍ବ ଚାଲିଥିବା ବେଳେ କଂଗ୍ରେସ କର୍ମୀ ମାନଙ୍କ ଯୋଗଦାନ କୁ ନେଇ ବିଜୁଜନତା ଦଳର ସଂଗଠନ ମଜବୁତ ସ୍ତିତିରେ ପହଞ୍ଚିଛି ଅନ୍ୟପଟେ କଂଗ୍ରେସ୍ ଦଳକୁ ସକ୍ତ ଝଟକା ଲାଗିଛି।ନବିନ ପଟ୍ଟନାୟକ ଙ୍କର ନିର୍ମଳ ଭାବମୁର୍ତୀ ଜନହିତକର ଯୋଜନା ପ୍ରତି ଆକୃଷ୍ଟିତ ହୋଇ ବିଜେଡି ରେ ସାମିଲ୍ ହୋଇଛନ୍ତି ବୋଲି ନୂତନ ଭାବେ ଯୋଗ ଦେଇଥିବା କର୍ମୀ ମାନେ କହିଛନ୍ତି। ନୂତନ କର୍ମୀ ମାନଙ୍କୁ ସ୍ବାଗତ କରିବା ସହ ପୂଷ୍ପମାଲ୍ୟ ଓ ବିଜେଡି ଉପଢକନ ଅର୍ପଣକରି ସପଥପାଠ କରାଇ ବିଜେଡି ରେ ସାମିଲ୍ କରାଯାଇଥିଲା। ଏହି ମିଶ୍ରଣ ପର୍ବରେ ବିଜେଡି ବ୍ଲକ୍ ସଭାପତି ସୁନ୍ଦରରାଓ ବାଗ୍,ବିଧାୟକ ଙ୍କ ବ୍ଲକ୍ ପ୍ରତିନିଧି ବୃନ୍ଦାବନ ପାଢ଼ୀ, ବରିଷ୍ଠ ବିଜେଡି ନେତା ଗେଦଲା ଶ୍ରୀନୁ,ସମିତି ସଭ୍ୟ ଭିମସେନ୍ ବାଗ୍,କିଶୋର ପାଢୀ,ଟୁଟୁ ପାଳ,ପେଦେଣ୍ଟି ରମେଶଙ୍କ ସହ ବହୁ ଦଳୀୟ କର୍ମୀ ଉପସ୍ଥିତ ରହିଥିଲେ।
ରାଜ୍ୟ
ବିଜେଡି ରେ ସାମିଲ୍ ହେଲେ କଂଗ୍ରେସ କର୍ମୀ
- Hits: 530









