ହେଡଲାଇନସ୍:

ତୁମୁରିପାଣି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବନମହୋତ୍ସବ : ଛାତ୍ରଛାତ୍ରୀ ଦେଲେ ପରିବେଶ ସୁରକ୍ଷା-ସଚେତନତାର  ବାର୍ତ୍ତା 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

09-07-18-nila12-w.jpg - 92.52 kB

ପଦ୍ମପୁର/Nila Deep -ପଦ୍ମପୁର ଉପଖଣ୍ଡସ୍ଥ ଝାରବନ୍ଧ ବ୍ଳକ ଅନ୍ତର୍ଗତ ତୁମୁରିପାଣି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଜି ବନମହୋତ୍ସବ ପାଳିତ ହୋଇଯାଇଛି ।ଏହି ଅବସରରେ ଏକ ସଚେତନତା ଶୋଭାଯାତ୍ରା ଗ୍ରାମ ପରିକ୍ରମା କରିଥିଲା । ଏହି ଶୋଭାଯାତ୍ରାରେ ବିଦ୍ୟାଳୟର ଛାତ୍ରଛାତ୍ରୀ ଫ୍ଳାଗ କାର୍ଡ ଧରି ବୄକ୍ଷ ରୋପଣ କରି ପରିବେଶ ସୁରକ୍ଷାର ଲୋକଙ୍କୁ ସଚେତନତାର  ବାର୍ତ୍ତା ଦେଇଥିଲେ । ସେହିପରି ବିଦ୍ୟାଳୟ ପରିଷର ମଧ୍ୟରେ ଛାତ୍ରଛାତ୍ରୀ ଓ ଶିକ୍ଷକ ମାନଙ୍କ ଦ୍ବାରା ବୄକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଛାତ୍ରଛାତ୍ରୀ ମାନେ ଅତି କମରେ ଗୋଟିଏ ଗଛ ଲଗାଇ ତାର ଯତ୍ନ ନେବା ପାଇଁ ଶପଥ ନେଇଥିଲେ ।ଶିକ୍ଷକ ଦିବସ କୁମାର ସାହୁ ଛାତ୍ରଛାତ୍ରୀ ମାନଙ୍କୁ  ବୄକ୍ଷ ରୋପଣର ଆବଶ୍ୟକତା ଓ ପରିବେଶ ସନ୍ତୁଳନରେ ଏହାର ଭୂମିକା ଉପରେ ନିଜର ବକ୍ତବ୍ୟ ରଖିବା ସହିତ ବୄକ୍ଷରୋପଣ ପାଇଁ ପରାମର୍ଶ ଦେଇଥିଲେ । ବିଦ୍ୟାଳୟର ପ୍ରଧାନ  ଶିକ୍ଷକ  ତରଣିସେନ ପ୍ରଧାନ,ଶିକ୍ଷକ ଉପେନ୍ଦ୍ର ପଟେଲ,ରଜନୀକାନ୍ତ ପ୍ରଧାନ ଓ ସସ୍ମିତା ପାଣିଗ୍ରାହୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

 

0
0
0
s2sdefault