ହେଡଲାଇନସ୍:

ବିଧାନସଭା ଅନୁସୂଚୀତ ଜାତି ଓ ଜନଜାତି କଲ୍ୟାଣ ସମିତିର ଗଜପତି ଜିଲା ଗସ୍ତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବିଧାନସଭା ଅନୁସୂଚୀତ ଜାତି ଓ ଜନଜାତି କଲ୍ୟାଣ ସମିତିର ଗଜପତି ଜିଲା ଗସ୍ତ

ପାରଳାଖେମୁଣ୍ଡିରୁ ବାଳକୃଷ୍ଣ ପାଣିଗ୍ରାହୀ : ଓଡିଶା ବିଧାନସଭା ଅନୁସୂଚୀତ ଜାତି ଓ ଜନଜାତି କଲ୍ୟାଣ ସମିତିର ଏକ ୪ଜଣିଆ ପ୍ରତିନିଧି ଦଳ ଗଜପତି ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ଅଞ୍ଚଳକୁ ଯାଇ ବିଭିନ୍ନ ଉନ୍ନୟନ କାର୍ଯ୍ୟକ୍ରମ ପରିଦର୍ଶନ ଓ ଅନୁଧ୍ୟାନ କରିଥିଲେ । ପରେ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଆୟୋଜିତ ଏକ ସମୀକ୍ଷା ବୈଠକରେ ଯୋଗଦେଇଥିଲେ । 

ଅନୁସୂଚୀତ ଜାତି ଓ ଜନଜାତି କଲ୍ୟାଣ ସମିତିର ଅଧ୍ୟକ୍ଷ  ପଦ୍ମନାଭ ବେହେରାଙ୍କ ନେତୃତ୍ୱରେ ବିଧାୟକ ପ୍ରକାଶ ଚନ୍ଦ୍ର ବେହେରା, ବିଧାୟକ ଜଗନ୍ନାଥ ସାରକା ଏବଂ ବିଧାୟକ କେ. ସୁର୍ଯ୍ୟାରାଓ ପ୍ରମୁଖ ଗଜପତି ଜିଲ୍ଲାର ରାୟଗଡ ଓ ରା.ଉଦୟଗିରି ବ୍ଲକର ମଣ୍ଡଳ ସାହି ଆଶ୍ରମ ବିଦ୍ୟାଳୟ ରାମଗିରି ଆବାସିକ ସେବାଶ୍ରମ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଥିଲେ ସେଠାକାର ସମସ୍ୟା ପାନୀୟଜଳ ଅଭାବ ଛାତ୍ରାବାସ ଅସମ୍ପୁର୍ଣ୍ଣ ସମେତ ଅନେକ ସମସ୍ୟା ଉପରେ ଅବଗତ ହୋଇ ଅସନ୍ତୋଷ ପ୍ରକାଶ କରିଥିଲେ । ପରେ ସେ ମଙ୍ଗରାଜପୁର ସ୍ଥିତ ଲିଚୁ ବଗିଚା ପରିଦର୍ଶନ କରିଥିଲେ ।

ପାରଳାଖେମୁଣ୍ଡି ସ୍ଥିତ ଡିଆରଡିଏ ସମ୍ମିଳନୀ କକ୍ଷଠାରେ ସମିତି ଅଧ୍ୟକ୍ଷ ବେହେରା ଆୟୋଜିତ ସମୀକ୍ଷା ବୈଠକରେ ଯୋଗଦେଇ ଅନୁସୁଚୀତ ଜାତି ଓ ଜନଜାତି ବିଭାଗର ଶିକ୍ଷା କ୍ଷେତ୍ରରେ ସରକାରଙ୍କ ପକ୍ଷରୁ ଭିତ୍ତିଭୁମୀ ସୁଦୃଢ ସହ ବ୍ୟାପକ ସୁବିଧା ସୁଯୋଗ ଯୋଗାଇ ଦିଆଯାଉଅଛି । ହେଲେ ସେ ସବୁର ପରିଚାଳନାଗତ ଅବ୍ୟବସ୍ଥା ଯୋଗୁଁ ସେଥିରେ ବିନାଶ ହେଲା ଭଳି ପରିବର୍ତ୍ତନ କିଛି ଦେଖାଯାଉନାହିଂ । ଗତ ୫ ବର୍ଷ ତଳେ ଯାହା ଥିଲା ଏବେ ମଧ୍ୟ ତାହା ଅଛି । ଛାତ୍ରାବାସ ଅର୍ଦ୍ଧ ନିର୍ମାଣ, ପାନୀୟଜଳ ଅଭାବ, ଛାତ୍ରାବାସରେ ଖାଇବା ବ୍ୟବସ୍ଥା ଠିକନାହିଁ ଏଭଳି ଅନେକ ସମସ୍ୟା ରହିଛି । ଏ ଦିଗରେ ସଠିକ ତଦାରଖ ବିନାଶ ଦିଗରେ ଜିଲ୍ଲାପାଳ ସ୍ୱତନ୍ତ୍ର ଭାବେ ଗୁରୁତ୍ୱ ଦେବାକୁ ଅଧ୍ୟକ୍ଷ ଶ୍ରୀ ବେହେରା ନିର୍ଦ୍ଦେଶ ଦେଇଥିଲେ ।

ସମିକ୍ଷା ଆଲୋଚନା ଗୁଡିକ ମଧ୍ୟରେ ମୁଖ୍ୟତଃ ଜାତି ଓ ଜନଜାତିଙ୍କ ଆୟ ଉତ୍ପାଦନ ଯୋଜନା, ଭିତ୍ତିଭୁମୀ ବିକାଶ ଯୋଜନା, ଆଶ୍ରମ ବିଦ୍ୟାଳୟରେ ସ୍ୱାସ୍ଥ୍ୟସେବା, ସାମାଜିକ ବନିକରଣ, ଉଦ୍ୟାନ ଓ କୃଷି ବିଭାଗ କାର୍ଯ୍ୟକ୍ରମ ଜଳଛାୟା ଓ ମାଇକ୍ରୋ ପ୍ରକଳ୍ପ ଏବଂ ଆଦିବାସୀ ସଶକ୍ତି କରଣ ଓ ଜିବୀକା ନିର୍ବାହ କାର୍ଯ୍ୟକ୍ରମ ଉପରେ ଆଲୋଚନା ହୋଇଥିଲା । କଲ୍ୟାଣ ସମିତିର ପ୍ରତିନିଧି ସମେତ ସ୍ୱତନ୍ତ୍ର ଆଦିବାସୀ ବିନାଶ ପରିଷଦ ଅଧ୍ୟକ୍ଷ ଅନ୍ତର୍ଯାମୀ ଗମାଙ୍ଗ, ଜିଲ୍ଲାପାଳ ଅନୁପମ ସାହା, ଏସ୍‍ ପି ଅମୁଲ୍ୟ କୁମାର ଦାସ, ଆଇ ଟି ଡି ଏ ପ୍ରକଳ୍ପ ପ୍ରଶାସନ ଶେଷଦେବ ମିଶ୍ର, ଡି.ଡବ୍ଲୁ.ଓ ସନ୍ତୋଷ ରଥ ପ୍ରମୁଖ ମଞ୍ଚାସୀନ ଥିଲେ ।

0
0
0
s2sdefault