ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକାରଣଙ୍କ ଆନୁକୂଲ୍ୟରେ ମୌଳିକ ଶିକ୍ଷାଗତ ଅଧିକାର ଓ juvenile justice act ଉପରେ ଏକ ଆଇନ ସଚେତନତା ଶିବିର ଆଭାସି ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି।
ଜିଲ୍ଲା ଆଇନ ସେବା ପ୍ରାଧିକାରଣ ସଚିବ ଶ୍ରୀ ବ୍ୟମୋକେଶ ନାୟକଙ୍କ ପୌରହିତ୍ୟରେ ଆୟୋଜିତ ଏହି ଅନଲାଇନ ଶିବିରରେ ମୁଖ୍ୟ ଅତିଥି ରୂପେ ଅତିରିକ୍ତ ଜିଲ୍ଲାଜଜ୍ ଶ୍ରୀ ହେମନ୍ତ କୁମାର ସେଠି , ସିଜେଏମ ଶ୍ରୀ ମାନସ କୁମାର ପଣ୍ଡା , ସବ୍ ଜଜ୍ ଶ୍ରୀ ଚନ୍ଦ୍ରାହାଶ ବେହେରା , ଜେଏମଏଫସି ସୁଭଲକ୍ଷ୍ମୀ ପ୍ରିୟଦର୍ଶୀନି , ରେଜିଷ୍ଟ୍ରର ସତ୍ୟବ୍ରତ ରଣା , ବରିଷ୍ଠ ପୋଲିସ ଅଧିକାରୀ ଗଣ ଯଥା - ରାମକୃଷ୍ଣ ପାଢ଼ୀ , ଶ୍ରୀ ବାମଦେବ ସିଂ , ରାଜକିଶୋର ଦାଶ , ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପ୍ରଦୀପ କୁମାର ନାଗ , ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଅରୁଣ କୁମାର ତ୍ରିପାଠୀ , ଜିଲ୍ଲା ଶିଶୁ କଲ୍ୟାଣ ସମିତିର ଅଧ୍ୟକ୍ଷ ଶ୍ରୀ ପ୍ରମୋଦ କୁମାର ରାଉଳ , ଶିକ୍ଷକ , ଶିକ୍ଷୟିତ୍ରୀ ଓ ଛାତ୍ର , ଛାତ୍ରୀ ମାନେ ଯୋଗ ଦେଇଥିଲେ।
ଶିକ୍ଷାଗତ ଅଧିକାର ଆଇନ / juvenile justice board act / ଶିଶୁ ମାନଙ୍କ ମୌଳିକ ଅଧିକାର ଉପରେ ଆଲୋକପାତ କରାଯାଇଥିଲା। ସମସ୍ତ ବିଚାର ବିଭାଗୀୟ ଅଧିକାରୀ ସମେତ ବରିଷ୍ଠ ଆରକ୍ଷୀ ଅଧିକାରୀ ବୃନ୍ଦ ଯୋଗ ଦେଇ ବିଭିନ୍ନ ବାଳ ଅପରାଧ କିପରି ରୋକାଯାଇ ପାରିବ ସେ ଉପରେ ବିଶୃତ ଆଲୋଚନା କରାଯାଇଥିଲା। ଗଜପତି ଜିଲ୍ଲା ପ୍ରଶାସନ କିପରି ଶିଶୁ ଅଧିକାର ଅକ୍ଷୁଣ ରହିବା ପାଇଁ ଚେଷ୍ଟା କରୁଛି ସେ ଉପରେ ମଧ୍ୟ ଆଲୋଚନା କରାଯାଇ ଥିଲା।