ବବିଙ୍କ ଗତିରୋଧ କରି ବିଜେପିର ସ୍ଥିତି ସଜାଡିବାରେ ସକ୍ଷମ ହେବେ କି ବିଶ୍ୱେଶ୍ୱର!!!
ବାରିପଦା (ଦିଲ୍ଲୀପ ମହାନ୍ତି ) : କେନ୍ଦ୍ର ମନ୍ତ୍ରୀମଣ୍ଡଳ ବିଭାଗ ଅଦଳବଦଳରେ ନୂଆକରି ଓଡିଶାରୁ ସାମିଲ ହୋଇଥିବା ଦୁଇ ମନ୍ତ୍ରୀଙ୍କ ମଧ୍ୟରେ ଅଛନ୍ତି ମୟୁରଭଞ୍ଜ ସଂସଦ ଇଂ ବିଶ୍ୱେଶ୍ୱର ଟୁଡୁ | ତାଙ୍କୁ ମିଳିଛି ଆଦିବାସୀ ବ୍ୟାପାର ସହ ଜଳଶକ୍ତି ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ପଦ | ବିଶ୍ଵେଶ୍ଵରଙ୍କ ନିକଉକ୍ତି ପରେ ମୟୁରଭଞ୍ଜ ବିଜେପି ମହଲରେ ଖୁସିର ଲହରୀ ଖେଳିଯାଇଛି | ବିଶ୍ୱେଶ୍ୱରଙ୍କ ନିଯୁକ୍ତି ଦ୍ୱାରା ବିଜେପି ତାଙ୍କୁ ଓଡ଼ିଶାର ଆଦିବାସୀ ଚେହେରା ବୋଲି ବାର୍ତ୍ତା ଦେବା ବିଜେଡିର ମୁକାବିଲା କରି ମୟୁରଭଞ୍ଜରେ ଦଳର ସ୍ଥିତିକୁ ସଦାଡିବା ଗୁରୁ ଦାୟିତ୍ୱ ଦେଇଛି ତାଙ୍କ ଉପରେ
2019 ସାଧାରଣ ନିର୍ବାଚନରେ ପ୍ରଥମ ଥର ପାଇଁ ମୟୂରଭଞ୍ଜ ଲୋକସଭା ଆସନରୁ ସାଂସଦ ଭାବେ ନିର୍ବାଚିତ ହୋଇଥିବା ନିର୍ବାଚନ ଲଢି ବିଜୟ ହାସଲ କରିଥିଲେ ବିଶେଶ୍ବର । 56 ବର୍ଷୀୟ ସାଂସଦ ବିଶେଶ୍ବର ଟୁଡୁ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଙ୍ଗରେ ହାସଲ କରିଛନ୍ତି ଡିପ୍ଲୋମା ଡିଗ୍ରୀ । ନିଜ ରାଜନୈତିକ କ୍ୟାରିଅର ଆରମ୍ଭ ପର୍ବରୁ ଟୁଡୁ ସାମାଜିକ ସଂଗଠନ ତଥା ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ(RSS)ର ଶାଖା ବିଦ୍ୟାଭାରତୀ ସହ ଜଡିତ ଥିଲେ । ଦୀର୍ଘ 19 ବର୍ଷରୁ ସେ ବନବାସି କଲ୍ୟାଣ ଆଶ୍ରମ ସହ ଜଡିତ ରହିଆସିଥିବା ବେଳେ ନଭେମ୍ବର 2020ରେ ଟୁଡୁଙ୍କୁ ମଧ୍ୟପ୍ରଦେଶ ବିଜେପିର ଉପ ପ୍ରଭାରୀ ଭାବରେ ନିଯୁକ୍ତ କରାଯାଇଥିଲା । ଆଦିବାସୀ ବହୁଳ ମୟୂରଭଞ୍ଜ ଜିଲ୍ଲାରେ ବିଶେଶ୍ବର ଟୁଡୁଙ୍କ ଜନ୍ମ । ୨୦୧୯ ନିର୍ବାଚନ ଓ ଜିଲ୍ଲା ପରିଷଦ
ନିର୍ବାଚନରେ ବିଜେପି ତାର ମଜଭୁତ ଉପସ୍ଥିତି ଜାହିର କରିଥିବା ବେଳେ ଏବେ ଜିଲ୍ଲାରେ ବିଜୁ ଜନତା ଦଳ ନିଜର ଦବଦବା ଜାହିର କରିବାକୁ ପ୍ରୟାସ ଜାରି ରଖିଛି । ଟୁଡୁଙ୍କୁ ମନ୍ତ୍ରୀ ପରିଷଦରେ ସାମିଲ କରି ଗୋଟିଏ ତୀରରେ ତିନୋଟି ଲକ୍ଷ୍ୟ ଭେଦ କରିବାକୁ ଚେଷ୍ଟା କରୁଛି ବିଜେପି । ପ୍ରଥମ କାରଣ ହେଲା ବିଜେପିର ପ୍ରାଥମିକତା ତାଲିକାରେ ମୟୂରଭଞ୍ଜ ଅଛି ବୋଲି ବାର୍ତ୍ତା ଦେବା | ଦ୍ଵିତୀୟ ହେଲା ବିଜେଡିକୁ ଚେକା ଦେବା | କାରଣ ଲୋକସଭା ନିର୍ବାଚନରେ ଜିଲ୍ଲାରେ ବିଜେଡିର ପରାଜୟ ପରେ ମୟୂରଭଞ୍ଜ ଦାୟିତ୍ବରେ ରହିଛନ୍ତି ବିଜେଡିର ସଙ୍କଟମୋଚକ ତଥା ଟାଣୁଆନେତା ପ୍ରଣବ ପ୍ରକାଶ ଦାସ । ମୟୂରଭଞ୍ଜରେ ପ୍ରଣବ ପ୍ରକାଶ ଦାସଙ୍କର ରହିଛି ବେଶ ସାଂଗଠନିକ ଦକ୍ଷତା । ଆଉ ସେ ଦଳର ସ୍ଥିତିକୁ ସମ୍ମାନ ଜନକ ସ୍ଥିତିକୁ ଆଣିବାରେ ସକ୍ଷମ ହେଲେଣି | ହେଲେ ବିଶ୍ଵେଶ୍ଵରଙ୍କ ମନ୍ତ୍ରୀ କରିବା ପଛରେ ବିଜେଡିର ଶକ୍ତି ସଙ୍କୁଚିତ କରାଇ ଏତେ କଷ୍ଟରେ ହାତକୁ ଆସିଥିବା ମୟୁରଭଞ୍ଜ ଜିଲ୍ଲାକୁ ହାତଛଡା ନକରିବା ସହ ବିଜେପି ପାଇଁ ମୟୂରଭଞ୍ଜକୁ ନିରାପଦ ଗଡରେ ପରିଣତ କରିବା | ହେଲେ ସମୟ କହିବ ବିଶ୍ୱେଶ୍ୱର କେତେଦୂର ବବିଙ୍କୁ ଚେକ ଦେବାରେ ସକ୍ଷମ ହେବେ ! ତୃତୀୟ କାରଣ ଭାବେ ଆଦିବାସୀ ବହୁଳ ମୟୁରଭଞ୍ଜ ଜିଲ୍ଲା ପାଇଁ ଆଦିବାସୀଙ୍କ ବିଶ୍ୱାସ ମଜଭୁତ କରିବା ପାଇଁ ଆଦିବାସୀ କାର୍ଡ ମଧ୍ୟ ବିଜେପି ଖେଳିଥାଇପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ।