ଭୁବନେଶ୍ୱର (ଶାସକ ପ୍ରଶାସକ) : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନବୀନ ନିବାସ ଠାରେ ଦୁଇଟି ପୁସ୍ତକ ‘ ଆଜିର ଦିନଟି ମୋର’ ଏବଂ ‘ ଉର୍ବଶୀର ଗାଁ’ ଉନ୍ମୋଚନ କରିଛନ୍ତି ।ଗଞ୍ଜାମ ଜିଲ୍ଲାପାଳ ତଥା ଆଇଏଏସ୍ ବିଜୟ ଅମୃତ କୁଲାଙ୍ଗେଙ୍କ ଦ୍ଵାରା ରଚିତ ‘ଆଜିର ଦିନଟି ମୋର’ ରେ ସେ ତାଙ୍କ ଜୀବନର ସଂଘର୍ଷ ଓ ସଫଳତାକୁ ଅତି ଜୀବନ୍ତ ଭାବରେ ଉପସ୍ଥାପନ କରିଛନ୍ତି । ସଫଳତା ଉପରେ ସମସ୍ତଙ୍କର ଅଧିକାର ଅଛି । କିନ୍ତୁ ତାକୁ ଛୁଇଁବା ପାଇଁ ଦରକାର ଉଦ୍ୟମଶୀଳତା, ସାଧନା ଓ ପ୍ରତିବଦ୍ଧତା । ପୁସ୍ତକଟି ଯୁବ ସମାଜ ପାଇଁ ପ୍ରେରଣାଦାୟୀ ହେବା ସହିତ ପାଠକୀୟ ଆଦର ଲାଭ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି ।
ବରିଷ୍ଠ ସାମ୍ବାଦିକ ତଥା କବି ରବିପ୍ରିୟ ଦାଶଙ୍କ କବିତା ସଙ୍କଳନ ‘ଉର୍ବଶୀର ଗାଁ’ରେ ପ୍ରକୃତିର ମହନୀୟତା ସହିତ ତାଙ୍କ ଜୀବନ ଯାତ୍ରାର ଅନୁଭବର ସାବଲୀଳ ଉପସ୍ଥାପନା କବିତା ଗୁଡିକୁ ଅଧିକ ଆକର୍ଷଣୀୟ କରିପାରିଛି । ମୁଖ୍ୟମନ୍ତ୍ରୀ ପୁସ୍ତକର ସଫଳତା କାମନା କରିଛନ୍ତି ।