ବରଗଡ :- ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ବରତୁଣ୍ଡା ଗ୍ରାମ ପଞ୍ଚାୟତର ଖପୁରିଡିହି ଗ୍ରାମର ଭାନୁ ମାଝି ଙ୍କର ଗତ କିଛିଦିନ ତଳେ ଏକ ସଡକ ଦୁର୍ଘଟଣାରେ ଗୋଡ଼ ଭାଙ୍ଗି ଯାଇଥିଲା । ଗୋଡ଼ ଭାଙ୍ଗିଯିବା ଦ୍ୱାରା ଭାନୁ ଏକ ପ୍ରକାର ଅକ୍ଷମ ହୋଇ ଯାଇଥିଲେ । ଗରିବ ପରିବାରର ହୋଇଥିବା କାରଣରୁ ଚିକିତ୍ସା ପାଇଁ ପାଖରେ ସମ୍ବଳ ନଥିବାରୁ ସେମିତି ଘରେ ପଡି ରହିଥିଲେ । ଭାନୁଙ୍କର ଅବସ୍ଥା ସମ୍ପର୍କରେ ଅବଗତ ହେବା ପରେ ପଦ୍ମପୁର ନିର୍ବାଚନ ମଣ୍ଡଳୀ ର ବିଧାୟକ ଶ୍ରୀଯୁକ୍ତ ବିଜୟ ରଞ୍ଜନ ସିଂ ବରିହା ଓ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ତୁରନ୍ତ ସହାୟତାର ହାତ ବଢ଼ାଇଥିଲେ । ମନ୍ତ୍ରୀ ଶ୍ରୀ ସିଂ ଓ ବିଧାୟକ ଙ୍କର ନିର୍ଦ୍ଦେଶକ୍ରମେ ପାଇକମାଳ ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ଅଲତାଫ ମହମ୍ମଦ , ଯୁବ ସଭାପତି ଗୌତମ ସିଂ , ଜିଲ୍ଲାପରିଷଦ ସଭ୍ୟ ବିଶ୍ଵନାଥ ବାଗ ଓ ସମିତି ସଭ୍ୟା ପୁଷ୍ପାଞ୍ଜଳି ଧାରୁଆଙ୍କ ପ୍ରତିନିଧି ରୁକ୍ମଣ ଧାରୁଆ ପ୍ରମୁଖ ଭାନୁଙ୍କର ଘରକୁ ଯାଇ ତୁରନ୍ତ ଦଶ ହଜାର ଟଙ୍କାର ଆର୍ଥିକ ସହଯୋଗ କରିବା ସହିତ ତାଙ୍କ ଉନ୍ନତ ମାନର ଚିକିତ୍ସାର ବ୍ୟବସ୍ଥା କରେଇ ବାକୁ ପ୍ରତିଶ୍ରୁତି ଦେଲେ ।
ରାଜ୍ୟ
ଦୁର୍ଘଟଣାରେ ଆହତ ବ୍ୟକ୍ତି ଙ୍କୁ ସହାୟତାର ହାତ ବଢାଇଲେ ମନ୍ତ୍ରୀ ଓ ବିଧାୟକ
- Hits: 1102