କଲ୍ୟାସିଂହପୁର/ପ୍ରଦୀପ ଦଳାଇ: ରାୟଗଡା ଜିଲ୍ଲା କଲ୍ୟାସିଂହପୁର ବ୍ଲକ ଅନ୍ତର୍ଗତ ନାରାୟଣପୁର ପଞ୍ଚାୟତ ଅଧିନସ୍ତ ଖଶିଗୁଡା ଗାଁ । ୩୦ ପରିବାର ବସବାସ କରୁଥିବା ଏଇ ଗାଁ ରେ ଲୋକେ ଯେମିତି ପ୍ରଶାସନର ସାବତ ସନ୍ତାନ ପରି ରହିଛନ୍ତି । ନିଜ ମୌଳିକ ସୁବିଧା ଅଧିକାର ରୁ ବଞ୍ଚିତ ହୋଇ ରହିବାକୁ ଯେମିତି ବାଧ୍ୟ। ଗାଁ ରେ ପାନୀୟ ଜଳ ସମସ୍ୟା ତ ଦେଖିଲେ ଦୁଃଖ ଲାଗୁଛି କେମିତି ବଞ୍ଚୁଛନ୍ତି ଏମାନେ। ଗାଁ ରେ ୨ ଗୋଟି ନଳକୂପ ଅଛି କିନ୍ତୁ ତାହା ନାମକୁ ମାତ୍ର , ଗୋଳିଆ ପାଣି ଓ ଛୋଟ ଛୋଟ ଲୁହା ଖଣ୍ଡ ବାହାରୁଛି ନଳକୂପରୁ ସେପଟେ ଆଉ ଗୋଟିଏ ନଳ କୂପ ଅଛଳ ହୋଇ ପଡିଛି। ବାଧ୍ୟ ହୋଇ ଗାଁ ପାଖ ନାଳ ପାଣି କୁ ବ୍ୟବହାର କରୁଛନ୍ତି ପାହାଡ଼ ଚଢ଼ି ପୁଣି ଓହ୍ଲେଇ ପାଣି ଆଣିବା ବହୁତ୍ କଷ୍ଟ ସାଧ୍ୟ ତଥାପି ବଞ୍ଚିବା ପାଇଁ ଲୋକେ ବାଧ୍ୟ ହୋଇ ଏଇ ନାଳ ପାଣି ପାଇଁ ଆସୁଛନ୍ତି ନେବାକୁ।
ସ୍ଥାନୀୟ ବାସିନ୍ଦା କହିବା ଅନୁସାରେ ଜଳ ବିଭାଗ ଯନ୍ତ୍ରୀ ମାଡ଼ମ ରାୟଗଡ଼ାରେ ରହୁଛନ୍ତି | କେବେ ଇଛା ଲାଗିଲେ ଆସନ୍ତି ନ ହେଲେ ନାହିଁ | ଦୁଃଖ କହିବୁ କାହାକୁ। ଆଉ ସରପଞ୍ଚ ଓ ପ୍ରଶାସନ ଅଧିକାରୀ ଙ୍କୁ ଅଭିଯୋଗ ଜଣେଇଲା ପରେ ବି କେହି କର୍ଣ୍ଣପାତ କରୁନଥିବା କଥା ଗାଁ ଲୋକ ଜଣେଇଛନ୍ତି। ସେମିତି ଭୋଟ ସମୟରେ ନେତା ମନ୍ତ୍ରୀ ମାନଙ୍କର ଦେଖା ମିଳେ ଆଉ ସବୁ ସୁବିଧା କରିଦେବୁ ବୋଲି ପ୍ରତିଶ୍ରୁତି ମିଳେ କିନ୍ତୁ ଭୋଟ ପାଇ ଜିତିଯିବା ପରେ ଆଉ ତାଙ୍କର ଦେଖା ମିଳେ ନାହିଁ ସେଥିପାଇଁ ତାଙ୍କର ମୌଳିକ ସୁବିଧା ଅଧିକାର ନ ମିଳିଲେ ଭୋଟ ବର୍ଜନ କରିବାକୁ ବାଧ୍ୟ ହେବେ ବୋଲି କହିଛନ୍ତି ଏବେ ଗାଁରେ ଜଳ ସମସ୍ୟା ସମାଧାନ ପାଇଁ ବୋର୍ ବା ସୋଲାର ସାହାଯ୍ୟରେ ପାଣି ଯୋଗେଇ ଦେବାକୁ ପ୍ରଶାସନ ପାଖରେ ନିବେଦନ ମଧ୍ୟ ଜଣେଇଛନ୍ତି ।