ଧର୍ମେନ୍ଦ୍ର ବାବୁ, କେବେ ସୁଦ୍ଧା  ସିଲିଣ୍ଡର ହଜାରେ ଟପିବ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କେନ୍ଦ୍ରମନ୍ତ୍ରୀଙ୍କୁ କଂଗ୍ରେସ ନେତା ପଞ୍ଚାନନଙ୍କ ପ୍ରଶ୍ନ : ‘ପେଟ୍ରୋଲ, ଡିଜେଲ ଶହେ ଟପିଲା, ସିଲିଣ୍ଡର ହଜାରେ କେବେ ଟପିବ ? '

 

ଭୁବନେଶ୍ୱର : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଆଜିର ପ୍ରେସବାର୍ତ୍ତାରେ କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ ଙ୍କ ପ୍ରଶ୍ନ "ପେଟ୍ରୋଲ, ଡିଜେଲ ଶହେ ଟପିଲା, ସିଲିଣ୍ଡର ହଜାରେ କେବେ ଟପିବ ? ତେଲ ଟାଙ୍କି ପାଖରେ ଆପଣଙ୍କ ଯୋଉ ହୋର୍ଡ଼ିଂଗ ଲାଗିଛି , ସେଥିରେ ଯେଉଁ ମହିଳା ବାଇଗଣ ଟୋକେଇ ଧରି ହସୁଛନ୍ତି...ସେ ଏବେ ଚୂଲିମୁଣ୍ଡେ କାନ୍ଦୁଛନ୍ତି | ବାଇଗଣ ଭାଜିବାକୁ ଦରକାର ତେଲ ଏବେ ଦିଗୁଣା ଦର | ଗ୍ୟାସ ଦର ତ ବଢିଚାଲିଛି | ଏ କରୋନା ମହାମାରୀ ସମୟରେ ଲୋକ ମୁଣ୍ଡରେହାତ ଦେଇସାରିଲେଣି "  

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ କାନୁନଗୋ କହିଛନ୍ତି ଯେ , ଗତ ୨୦୧୪ ରେ କେନ୍ଦ୍ରରେ ମୋଦୀଙ୍କ ନେତୃତ୍ୱରେ ବିଜେପି ସରକାର ଆସିବା ପରଠାରୁ ଗତ ସାତବର୍ଷର ଶାସନ ଭିତରେ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୧୦୦ ଟଙ୍କା ବସିଲା । ଦୁଇଗୁଣ ହେଲା । ଫଳରେ ଦରବୃଦ୍ଧି ୮୦% ଘଟିଛି । ମୁଦ୍ରାସ୍ଥିତି ଅସ୍ଥିର। ଯାହାଫଳରେ ସବୁବର୍ଗର ଲୋକ ଆଜିର ମହାମାରୀ ସମୟରେ ଖୁବ କଷ୍ଟ ପାଉଛନ୍ତି । ସେହି ସମୟରେ ଜାଳେଣୀ ଗ୍ୟାସ ସିଲିଣ୍ଡର ପିଛା ଗତ ସାତବର୍ଷରେ ୧୦୦% ଅଧିକ ବୃଦ୍ଧି ପାଇଛି । ୧୪ କେଜିଆ ସିଲିଶିର ପିଛା ୮୬୧ ଟଙ୍କା ହେଲାଣି । ଚୁଲି ମୁଣ୍ଡରେ ଗୃହିଣୀ ମହିଳାମାନେ ଆଖୁରୁ ଲୁହ ଝରାଇଛନ୍ତି । ଏକଥା କଣ କେନ୍ଦ୍ର ସରକାରରେ ଥିବା ଭା.ଜ.ପା.ର କାହାରି ଆଖିରେ ପଡୁନାହିଁ ? ହୁଏତ ବଡ଼ ଲୋକ, ମନ୍ତ୍ରୀ ଓ ନେତାମାନଙ୍କୁ ବାଧୁ ନଥୁବ ବା ତାଙ୍କ ଆଖିରେ ପଡ଼ୁନଥିବ । ଏବେ ପ୍ରଶ୍ନ ହେଉଛି କେନ୍ଦ୍ର ମନ୍ତ୍ରୀ ଓ ଭା.ଜ.ପାର ନେତାମାନଙ୍କୁ ଯେ ସିଲିଣ୍ଡର ପିଛା କେବେ ହଜାରେ  ଟଙ୍କା ଟପିବ ? ପେଟ୍ରୋଲ ଟାଙ୍କିରେ ମରାଯାଇଥିବା ବିଜ୍ଞାପନରେ ହସୁଥିବା ମହିଳା ବାଇଗଣ ଟୋକେଇ ଧରି ଛିଡ଼ା ହୋଇଛି । ତା'ଠାରୁ କେବେ ବୁଝିଲେଣି, ମହିଳାଙ୍କ ଘରେ ବାଇଗଣ ରୋଷେଇ ପାଇଁ କେତେ ଅଧିକ ଦେବାକୁ ପଡ଼ୁଛି ? ତା' ଆଖୁରୁ ଲୁହ ଝରିଲାଣି। ସେହି ଲୁହ କେନ୍ଦ୍ର ସରକାରଙ୍କର ନେତାମାନେ ଘର ଘର ବୁଲି ଭୋଟ ମାଗିଲା ବେଳେ ନିଶ୍ଚୟ ଦେଖିବେ ଓ ଜବାବ ମଧ୍ୟ ପାଇବେ।

 ଶ୍ରୀ କାନୁନ୍‌ଗୋ ରାଜ୍ୟ ସରକାରଙ୍କୁ ମଧ୍ୟ ପ୍ରଶ୍ନ କରିଛନ୍ତି । କେଉଁ ସ୍ବାର୍ଥରେ ରାଜ୍ୟ ସରକାର ହାଣ୍ଡିଶାଳର ଗୃହିଣୀମାନଙ୍କ ଦୁଃଖ ଲାଘବ କରିବା ନିମନ୍ତେ ଯଦକ୍ଷେପ ନେଇନାହାନ୍ତି । କେନ୍ଦ୍ର ବିରୋଧରେ ପଦୁଟିଏ ସ୍ୱର ଉଠାଇନାହାନ୍ତି। ଯେତେବେଳେ ମନମୋହନ ସିଂହଙ୍କ ନେତୃତ୍ବରେ କେନ୍ଦ୍ରରେ ସରକାର ଚାଲିଥିଲା ସବୁ ଦର ଏହାର ଅଧା ଅଲା, ସେ ସମୟରେ ଯେଉଁମାନେ ରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରୁଥିଲେ, ମୁଣ୍ଡରେ ସିଲିଣ୍ଡର ବୁଲେଇ ପ୍ରଧାନମନ୍ତ୍ରୀଙ୍କ ମୁର୍ଦାବାଦ କରୁଥିଲେ, ସେମାନେ ଆଜି କାହାନ୍ତି ? ଦିନେ ବି.ଜେ.ଡି, ବି.ଜେ.ପି ୪୦୦ ଟଙ୍କିଆ ସିଲିଣ୍ଡର ମୁଣ୍ଡେଇ ରାସ୍ତାଉପରେ କଂଗ୍ରେସର ପ୍ରଧାନମନ୍ତ୍ରୀଙ୍କ ମୁର୍ଦାବାଦ କରୁଥିଲେ । ଏକଥା କ’ଣ ସେମାନଙ୍କର ମନେ ନାହିଁ ? କେନ୍ଦ୍ର ସରକାର ଏ ମଧ୍ୟରେ ଶୁକ୍ଳ ଓ ସେସ୍ ବାବଦରେ ପେଟ୍ରୋଲିୟମ ପଦାର୍ଥର ବିକ୍ରୟରୁ ପାଖାପାଖି ୭ ଲକ୍ଷ କୋଟି ଟଙ୍କାରୁ ଅଧିକ ଆୟ କରିଛି । ସରକାରୀ କମ୍ପାନୀ କେତେ କଲା, ଆଉ ବନ୍ଧୁ କମ୍ପାନୀ ଆଦାନି, ଅମ୍ବାନୀ କେତେ ନେଲେ ଏ କଥା କେନ୍ଦ୍ର ସରକାର ସାଧାରଣରେ ପ୍ରକାଶ କରିବା ଉଚିତ୍ ଏବଂ ଏହି କମ୍ପାନୀମାନେ ନିର୍ବାଚନ ଦଣ୍ଡ ଜରିଆରେ ଦଳିୟ ପାଣ୍ଠିକୁ କେତେ ଦେଲେ ଏ ସବୁ ସ୍ପଷ୍ଟ ଭାବରେ ଜଣାଇଲେ ଭା,ଜ.ପା ନେତାଙ୍କର ସ୍ଵଚ୍ଛତା ପ୍ରମାଣିତ ହେବ ।

ଶ୍ରୀ କାନୁନ୍‌ଗୋ କହିଛନ୍ତି ଯେ, ହାଣ୍ଡିଶାଳର ଗୃହିଣୀଙ୍କ ଦୁଃଖ ନ ବୁଝି ଯେଉଁମାନେ ଏ ସବୁ ଦରବୃଦ୍ଧି ଘଟାଇ ଚାଲିଛନ୍ତି ଏବଂ ମହିଳାମାନଙ୍କୁ  ଭଣ୍ଡେଇ ଚାଲିଛନ୍ତି ଖୁବ ଶୀଘ୍ର ତା’ର ଉତ୍ତର ପାଇବେ ।

ଶୁଣନ୍ତୁ ଶ୍ରୀ କାନୁନଗୋ ଆଉ କଣ କହୁଛନ୍ତି .....

0
0
0
s2sdefault