ବର୍ଷା ଜଳକୁ ଧରି ରଖିବାର ପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବଳିଷ୍ଠ ପଦକ୍ଷେପ
ରାଜ୍ୟର ଫ୍ଲାଗସିପ୍ ସ୍କିମ୍ ‘ମୁକ୍ତା’ ଯୋଜନାରେ ୭୫ ଦିନରେ ଓଡିଶାରେ ରେକର୍ଡ ସଂଖ୍ୟକ ୧୦,୦୦୦ ବର୍ଷା ଜଳ ଅମଳ ସଂରଚନା (ଆରଡବ୍ଲୁ୍ୟଏଚ୍ଏସ) ପ୍ରତିଷ୍ଠା ହୋଇପାରିଛି ।
“ବର୍ଷାଜଳକୁ ଧରି ରଖିବା” ଅଭିଯାନର ସଫଳତାକୁ ଦେଖି ରାଜ୍ୟ ସରକାର ରାଜ୍ୟର ପଶ୍ଚିମ, ଉତ୍ତର ଏବଂ ଦକ୍ଷିଣ ଭାଗରେ ଥିବା ପୌରାଞ୍ଚଳଗୁଡିକରେ ଆଉ ୧୦ହଜାର ଆରଡବ୍ଲ୍ୟୁଏଚଏସ୍ ନିର୍ମାଣ ପାଇଁ ନିଷ୍ପତି ନେଇଛନ୍ତି ।
ଭୁବନେଶ୍ୱର : ଗୃହ ଏବଂ ନଗର ଉନ୍ନୟନ ବିଭାଗ ‘ମୁକ୍ତା’ ଯୋଜନାରେ ରାଜ୍ୟର ସମସ୍ତ ୧୧୪ ଟି ସହରାଞ୍ଚଳରେ "ବର୍ଷା ଜଳ ଧରି ରଖିବା : ଯେଉଁଠାରେ ଏହା ପଡେ଼ ଏବଂ ଯେତେବେଳେ ଏହା ପଡେ" ଥିମ୍ ଉପରେ ରାଜ୍ୟସ୍ତରୀୟ ଅଭିଯାନ ଆରମ୍ଭ କରିଛି । ଦକ୍ଷିଣ- ପଶ୍ଚିମ ମୌସୁମୀର ଆଗମନ ପୂର୍ବରୁ ଓଡିଶାର ୧୧୪ ଟି ସହରାଞ୍ଚଳରେ ଜଳ ସଂରକ୍ଷଣ ଏବଂ ଭୂତଳ ଜଳ ରିଚାର୍ଜକୁ ସୁଗମ କରିବା ପାଇଁ ଅତି କମରେ ୫୦୦୦ ବର୍ଷା ଜଳ ଅମଳ ସଂରଚନା (ଆରଡବ୍ଲ୍ୟୁଏଚଏସ୍) ନିର୍ମାଣ ଲକ୍ଷ୍ୟ ନେଇ ଏହି ଅଭିଯାନ ୧୫ ଏପ୍ରିଲ ୨୦୨୧ ରେ ଆରମ୍ଭ ହୋଇଛି । ସମୟସୀମା ମଧ୍ୟରେ ଉଦ୍ଧିଷ୍ଟ ଫଳାଫଳ ହାସଲ କରିବାକୁ ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବଙ୍କ ନେତୃତ୍ୱରେ ଏହି ଅଭିଯାନ ଏକ ମିଶନ ମୋଡରେ ନିଆଯାଇଛି । କ୍ଷେତ୍ର ସ୍ତରରେ ଏହାକୁ କାର୍ଯ୍ୟକାରିତା ଏବଂ ସଫଳତା ପାଇଁ ଏକ ଗୋଷ୍ଠୀ ପରିଚାଳନା ପଦ୍ଧତି ଗ୍ରହଣ କରାଯାଇଛି । ମିଶନ୍ ଶକ୍ତି ଗୋଷ୍ଠୀ ପରି କମ୍ୟୁନିଟି ଆଧାରିତ ସଂଗଠନଗୁଡିକର ଯୋଗଦାନ (ସିବିଓ) ସହିତ ସେମାନଙ୍କୁ କାର୍ଯ୍ୟକାରୀ ସଂସ୍ଥା ଭାବରେ ନିୟୋଜିତ କରି କାର୍ଯ୍ୟର୍ନିବାହ ପ୍ରକ୍ରିୟାରେ ସର୍ବାଧିକ ପ୍ରାଧାନ୍ୟ ଦିଆଯାଇଛି । ତେଣୁ ବର୍ତ୍ତମାନ ପର୍ଯ୍ୟନ୍ତ, ବର୍ଷା ଜଳ ଧରି ରଖିବାର ଅଭିଯାନକୁ କ୍ଷେତ୍ର ସ୍ତରରୁ ବିପୁଳ ସମର୍ଥନ ମିଳୁଛି । ବିଭାଗ ପକ୍ଷରୁ ରେକର୍ଡ ସମୟ ମଧ୍ୟରେ ଅର୍ଥାତ୍ ଦୁଇମାସ ମଧ୍ୟରେ ରାଜ୍ୟର ସହରାଞ୍ଚଳର ବିଭିନ୍ନ ସ୍ଥାନରେ ୧୦,୦୦୦ ରୁ ଅଧିକ ଆରଡବ୍ଲୁ୍ୟଏଚଏସ୍ ନିର୍ମାଣ ହାସଲ କରିବାରେ ସକ୍ଷମ ହୋଇଛି । ଏହି ସମସ୍ତ ୧୦,୦୦୦ ଆରଡବ୍ଳୁ୍ୟଏଚଏସ୍ କମ୍ ମୂଲ୍ୟର ସଂରଚନା ଅଟେ ଯାହାକି ରାଜ୍ୟରେ ବିଦ୍ୟମାନ ଥିବା ହାଇଡ୍ରୋଜିଓଲୋଜିକାଲ ପାରାମିଟର ଉପରେ ଆଧାର କରି ସ୍ୱତନ୍ତ୍ର ଭାବରେ ପରିକଳ୍ପିତ । ରାଜ୍ୟର ସହରାଞ୍ଚଳ ଗୋଷ୍ଠୀ ମାଧ୍ୟମରେ ଏହାର ସଫଳତା ଏବଂ ଗ୍ରହଣକୁ ଦେଖି ଗୃହ ଓ ନଗର ଉନ୍ନୟନ ବିଭାଗ ଓଡିଶାର ପଶ୍ଚିମ, ଉତ୍ତର ଏବଂ ଦକ୍ଷିଣ ଭାଗରେ ଆହୁରି ୧୦,୦୦୦ ରୁ ଅଧିକ ଆରଡବ୍ଲ୍ୟୁଏଚଏସ୍ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛି ।
ରାଜ୍ୟର ୧୧୧ ପୌରାଞ୍ଚଳର ୧,୯୯୦ ୱାର୍ଡରେ ବର୍ଷା ଜଳ ଅମଳ ସଂରଚନା ଯୋଜନା କରାଯାଇଛି |
ଏପର୍ଯ୍ୟନ୍ତ ପ୍ରାୟ ୧୫,୦୦୦ ସାଇଟ୍ ଚୟନ କରାଯାଇଛି, ୧୪,୬୦୦ ଯୋଜନା ଏବଂ ଆକଳନ ୭୦ କୋଟି ଟଙ୍କା ପ୍ରସ୍ତୁତ ଏବଂ ୧୪,୦୦୦ କାର୍ଯ୍ୟାଦେଶ ଜାରି ହୋଇଛି ।
୧୦,୧୭୬ ଆରଡବ୍ଲ୍ୟୁଏଚଏସ୍ ଏପର୍ଯ୍ୟନ୍ତ ସମାପ୍ତ ହୋଇଛି ଏବଂ ୧୦ ଜୁଲାଇ ୨୦୨୧ ସୁଦ୍ଧା ୧୨,୦୦୦ ଲକ୍ଷ୍ୟ ହାସଲ କରିବାକୁ ଆଶା କରାଯାଉଛି ।
୭୬୯୮ ଏମଏସ୍ଜି ଏବଂ ଏସ୍ଡିଏ ଗୋଷ୍ଠୀ ଏହି ଅଭିଯାନ ଚଳାଇବା ପାଇଁ କାର୍ଯ୍ୟକାରୀ ସଂସ୍ଥା ଭାବରେ ନିୟୋଜିତ ହୋଇଛନ୍ତି ।
ଭାରତର ପୂର୍ବ ଉପକୂଳରେ ଅବସ୍ଥିତ ଓଡିଶା ଅନ୍ୟତମ ଜଳ ବହୁଳ ରାଜ୍ୟ ଭାବରେ ପରିଗଣିତ । ବର୍ଷା ହେଉଛି ଓଡିଶାର ଜଳର ମୁଖ୍ୟ ଉତ୍ସ ଯାହା ସାରା ରାଜ୍ୟରେ ୧୨୦୦ ମିଲିମିଟରରୁ ୧୮୦୦ ମିଲିମିଟର ମଧ୍ୟରେ ବର୍ଷିଥାଏ । ଯଦିଓ ଓଡିଶାରେ ହାରାହାରି ବୃଷ୍ଟିପାତ ୧୪୦୦ ମିଲିମିଟର ପରିମାପ କରାଯାଏ, ଏହା ବିଭିନ୍ନ ସ୍ଥାନରେ ସମାନ ଭାବରେ ହୋଇନଥାଏ । ଜୁନ୍ ମଧ୍ୟଭାଗରୁ ସେପ୍ଟେମ୍ବର ମଧ୍ୟଭାଗ ମଧ୍ୟରେ ଓଡିଶା ପ୍ରାୟ ୭୬% ବୃଷ୍ଟିପାତ ହୁଏ ଏବଂ ବର୍ଷସାରା ଅବଶିଷ୍ଟ ୨୪% ବୃଷ୍ଟିପାତ ହୋଇଥାଏ । ରାଜ୍ୟ ବ୍ୟାପକ ଭାବରେ ଦୁଇଟି କୃଷି-ଜଳବାୟୁ ଜୋନ୍, ଅର୍ଥାତ୍ ଉପକୂଳବର୍ତ୍ତୀ ଅଞ୍ଚଳ ଏବଂ ଉଚ୍ଚଭୂମି ଅଞ୍ଚଳରେ ବିଭକ୍ତ । ଉଚ୍ଚଭୂମି ଅଞ୍ଚଳର କିଛି ଅଂଶ ହେଉଛି ରାଜ୍ୟର ବର୍ଷା ଛାୟା ଅଞ୍ଚଳ । ତେଣୁ, ମାଟି ଉପରେ ବୋହି ଯାଉଥିବା ଜଳ ଉତ୍ସକୁ ଧରିବା ପାଇଁ ପର୍ଯ୍ୟାପ୍ତ ପରିସର ଅଛି ଯେଉଁଠାରେ ଏଥିପାଇଁ ଜ୍ଞାନକୌଶଳ ବ୍ୟବହାର କରିବାକୁ ପଡେ଼ । ରାଜ୍ୟର ସହରାଞ୍ଚଳରେ ଜଳ ଅଭାବର ମୁଖ୍ୟ ଆହ୍ୱାନକୁ ସମାଧାନ କରି ବର୍ଷା ଜଳ ଅମଳ ସଂରଚନା ଗଠନ ଦ୍ୱାରା ବର୍ଷା ଜଳକୁ ଧରି ରଖିବା ।
ଜଳ ସଂରକ୍ଷଣ ଏବଂ ଭୂତଳ ଜଳ ରିଚାର୍ଜ ବୃଦ୍ଧି ପାଇଁ ବିଭାଗ ଦକ୍ଷିଣ-ପଶ୍ଚିମ ମୌସୁମୀ ଆରମ୍ଭ ପୂର୍ବରୁ ମିଶନ ମୋଡରେ ରାଜ୍ୟର ୧୧୪ ପୌରାଞ୍ଚଳ ମଧ୍ୟରେ ଥିବା ସମସ୍ତ ୨୦୩୫ ୱାର୍ଡରେ ବର୍ଷା ଜଳ ଅମଳ ସଂରଚନା (ଆରଡବ୍ଲ୍ୟୁଏଚଏସ୍) ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଥିଲାା ରାଜ୍ୟର ସହରାଞ୍ଚଳରେ ରହୁଥିବା ଗରିବ ଏବଂ ଅଭାବୀ ଲୋକମାନଙ୍କୁ ମଜୁରୀ ରୋଜଗାରର ସୁଯୋଗ ଯୋଗାଇବା ପାଇଁ ଏକ ନିୟମିତ ଯୋଜନା ‘ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ (ମୁକ୍ତା / ୟୁଡବ୍ଲ୍ୟୁଇଆଇ) ଅଧୀନରେ ଏହି ପଦକ୍ଷେପ ନିଆଯାଇଛି । ବୈଷୟିକ ସମ୍ଭାବ୍ୟତା ଏବଂ ସ୍ଥାନ ଉପଲବ୍ଧତା ଅନୁଯାୟୀ ସମସ୍ତ ପୌରାଞ୍ଚଳରେ ଉପଲବ୍ଧ ଥିବା ପାର୍କ, ଖେଳ ପଡିଆ, ଖୋଲା ସ୍ଥାନ ଏବଂ ଖାଲି ଜମିରେ ଆରଡବ୍ଲ୍ୟୁଏଚଏସ୍ ନିର୍ମାଣ କରାଯାଉଛି ।
ଆରଡବ୍ଲ୍ୟୁଏଚଏସ୍ର କାର୍ଯ୍ୟକାରିତାକୁ ସୁଗମ କରିବା ପାଇଁ ପ୍ରମୁଖ ସଚିବଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବରିଷ୍ଠ ଅଧିକାରୀ, ଯନ୍ତ୍ରୀ ଏବଂ ପରାମର୍ଶଦାତାଙ୍କୁ ନେଇ ଏକ ରାଜ୍ୟ ସ୍ତରୀୟ ଟାସ୍କଫୋର୍ସ ଗଠନ କରାଯାଇଛି । ସ୍ୱଚ୍ଛତା ଏବଂ ଉତ୍ତରଦାୟି ପଦକ୍ଷେପ ନିଶ୍ଚିତ କରିବାକୁ, ଗୃହ ଓ ନଗର ଉନ୍ନୟନ ବିଭାଗ ଆରଡବ୍ଲ୍ୟୁଏଚଏସ୍ର ତୃତୀୟ ପକ୍ଷ ଯାଞ୍ଚ ସହିତ ବିଭିନ୍ନ ରଣନୀତି ଦର୍ଶାଇ ଏକ ମାର୍ଗଦର୍ଶିକା ଜାରି କରିଛିା କ୍ଷେତ୍ର ସ୍ତରରେ ଆରଡବ୍ଲ୍ୟୁଏଚଏସ୍ର ୧୦୦% ତୃତୀୟ ପକ୍ଷ ଯାଞ୍ଚ କରିବା ପାଇଁ ଇନହାଉସ୍ ବୈଷୟିକ ସମ୍ବଳକୁ ନିଦେ୍ର୍ଧଶ ଦେବା ପାଇଁ ବିଭାଗ ଏକ ଟୁଲକିଟ୍ ଜାରି କରିଛି । ସ୍ୱଚ୍ଛତା ଏବଂ ଉତ୍ତରଦାୟିତ୍ୱ ପଦକ୍ଷେପକୁ ଆହୁରି ଦୃଢ କରିବାକୁ, ପାଇଲଟ୍ ଆଧାରରେ
କାର୍ଯ୍ୟଦକ୍ଷତା ଉନ୍ନତି ଏବଂ ଫଳାଫଳ ମାପ ପାଇଁ ଏକ ଉପକରଣ ଭାବରେ ସାମାଜିକ ଅଡିଟ୍ ଉପସ୍ଥାପନ କରିବାକୁ ବିଭାଗ ନିଷ୍ପତ୍ତି ନେଇଛି । ଗୃହ ଓ ନଗର ଉନ୍ନୟନ ବିଭାଗର ଚାଲିଥିବା ମୁକ୍ତା ପଦକ୍ଷେପରେ ମିଶନ୍ ଶକ୍ତି ଗୋଷ୍ଠୀର ଯୋଗଦାନକୁ ସର୍ବାଧିକ ପ୍ରାଧାନ୍ୟ ଦିଆଯାଇଛି । ମିଶନ୍ ଶକ୍ତି ଗୋଷ୍ଠୀ / ମହାସଂଘ ଏବଂ ବସ୍ତି ବାସିନ୍ଦା ସଂଘ ମାଧ୍ୟମରେ କାର୍ଯ୍ୟକାରୀ ସଂସ୍ଥା ଭାବରେ ଆରଡବ୍ଲୁ୍ୟଏଚଏସ ପ୍ରକଳ୍ପଗୁଡିକ କାର୍ଯ୍ୟକାରୀ ହେଉଛି । ଏହାଦ୍ୱାରା ସମଗ୍ର ରାଜ୍ୟରେ ମିଶନ ଶକ୍ତି ଅଧୀନରେ ସୃଷ୍ଟି ହୋଇଥିବା ଏସଏଚଜି ଗୁଡ଼ିକର ଦକ୍ଷତା ବୃଦ୍ଧି ଏବଂ ସଶକ୍ତିକରଣ ହୋଇପାରିବ ।
ଏହି ସଫଳତା ପାଇଁ ଗୃହ ଓ ନଗର ଉନ୍ନୟନ, ଆଇନ୍, ପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା ଗୃହ ଓ ନଗର ଉନ୍ନୟନ ବିଭାଗକୁ ଅଭିନନ୍ଦନ ଜଣାଇଛନ୍ତି । ସଫଳତାରେ ଖୁସି ବ୍ୟକ୍ତ କରି ଶ୍ରୀ ଜେନା କହିଛନ୍ତି ଯେ ଗୃହ ଓ ନଗର ଉନ୍ନୟନ ବିଭାଗ ମାତ୍ର ୭୫ ଦିନ ବ୍ୟବଧାନରେ ଓଡିଶାର ୧୧୪ ପୌରାଞ୍ଚଳରେ ୧୦ହଜାର ଆରଡବ୍ଲ୍ୟୁଏଚଏସ୍ ପ୍ରତିଷ୍ଠା କରି “କ୍ୟାଚ୍ ଦି ରେନ୍” ଅଭିଯାନରେ ଏକ ମାଇଲଖୁଣ୍ଟ ସ୍ଥାପନ କରିଛି । ଏହାର ସଫଳତାକୁ ଦୃଷ୍ଟିରେ ରଖି ରାଜ୍ୟର ପଶ୍ଚିମ, ଉତ୍ତର ଓ ଦକ୍ଷିଣ ଭାଗରେ ଥିବା ପୌରାଞ୍ଚଳଗୁଡିକରେ ଆଉ ୧୦ହଜାର ଆରଡବ୍ଲ୍ୟୁଏଚଏସ୍ ନିର୍ମାଣ କରାଯିବାକୁ ନିଷ୍ପତ୍ତି ହୋଇଥିବା ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ।