ପଦ୍ମପୁର(ଶାସକପ୍ରଶାସକ)-ପଦ୍ମପୁର ବ୍ଳକ ଶିକ୍ଷା ଅଧିକାରୀ ତ୍ରୀବିକ୍ରମ ପାଣିଗ୍ରାହୀଙ୍କ ଅବସର ଗ୍ରହଣ ପରେ ଜୁଲାଇ ପହିଲାରୁ ଭାରପ୍ରାପ୍ତ ବ୍ଳକ ଶିକ୍ଷା ଅଧିକାରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ବିପିନ ବିହାରୀ ମିଶ୍ର । ଶ୍ରୀ ମିଶ୍ର ଭାରପ୍ରାପ୍ତ ବ୍ଳକ ଶିକ୍ଷା ଅଧିକାରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ବ୍ଳକ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟର କର୍ମଚାରୀ ମାନେ ତଥା ଶିକ୍ଷକ ଶିକ୍ଷୟିତ୍ରୀ ମାନ ଶୁଭେଚ୍ଛା ଜଣାଇଥିଲେ । ଶ୍ରୀ ବିପିନ ବିହାରୀ ମିଶ୍ର ୧୯୮୮ ମସିହାରୁ କନ୍ଦାଡ଼ଙ୍ଗର ବିଦ୍ୟାଳୟରୁ ଶିକ୍ଷକତା ଆରମ୍ଭ କରିଥିଲେ । ଘନାମାଲ ଓ ଜମଲା ବିଦ୍ୟାଳୟରେ ମଧ୍ୟ ଶିକ୍ଷାଦାନ କରିଥିଲେ । ପଦୋନ୍ନତି ପାଇ ଭେଡେନ ବ୍ଳକ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟରେ ଏବିଇଓ ଭାବେ କାର୍ଯ୍ୟ ତୁଲାଇଥିଲେ ଏବଂ ୨୦୧୮ ମସିହାରୁ ପଦ୍ମପୁର ବ୍ଳକ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟରେ ଏବିଇଓ ଭାବରେ କାର୍ଯ୍ୟ ସମ୍ପାଦନ କରି ଆସୁଛନ୍ତି । ଶ୍ରୀ ମିଶ୍ର ଦାୟିତ୍ୱ ଗ୍ରହଣ କରିବା ପରେ ପଦ୍ମପୁର ବ୍ଳକରେ ଶିକ୍ଷା କ୍ଷେତ୍ରରେ କିପରି ସର୍ବାଙ୍ଗୀନ ଉନ୍ନତି ପାଇଁ ସଦା ସର୍ବଦା ଚେଷ୍ଟା କରିବେ ବୋଲି ମତବ୍ୟକ୍ତ କରିଛନ୍ତି ।
ରାଜ୍ୟ
ଭାରପ୍ରାପ୍ତ ବ୍ଳକ ଶିକ୍ଷା ଅଧିକାରୀ ଭାବରେ ଦାୟିତ୍ୱ ନେଲେ ବିପିନ ବିହାରୀ ମିଶ୍ର ।
- Hits: 1153
