ବେଳହୁଁ ସାବଧାନ ଯୁବପିଢ଼ି କୁପଥରେ, ଥାନା କର୍ତ୍ତୃପକ୍ଷ ଟିକେ ନଜର ପକାନ୍ତେନି !!!
ପାଟଣାଗଡ଼( ଯତୀନ୍ଦ୍ର ନନ୍ଦ) ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ସଦର ମହକୁମାରେ ବର୍ତ୍ତମାନ କରୋନା ମହାମାରୀର ତାଣ୍ଡବ ଲୀଳାର ପ୍ରଭାବ ଶେଷ ନହେଉଣୁ 'ସ୍ଥାନୀୟ ପୋଲିସ ପ୍ରଶାସନ ପାଇଁ ' ବୋଝ ଉପରେ ନଳିତା ବିଡ଼ା' ସଦୃଶ୍ୟ ହୋଇଛି, ସ୍ଥାନୀୟ ଯୁବପିଢୀଙ୍କର ଅସାମାଜିକ କାର୍ଯ୍ୟକଳାପ । ଅନ୍ୟ ପଟେ,ସ୍ଥାନୀୟ ପୋଲିସ ପ୍ରଶାସନର ଅଣଦେଖା ନିତୀ ଏବଂ ପେଟ୍ରୋଲିଂର ଘୋର ଅବ୍ୟବସ୍ଥା ହେତୁ ଦିନେ ଯେଉଁ ଅଞ୍ଚଳ ଶାନ୍ତି ଶୃଙ୍ଖଲା ବଜାୟ ରଖିବାରେ ପ୍ରସିଦ୍ଧି ଅର୍ଜନ କରିଥିଲା ଆଜି ତାହା ଅଶାନ୍ତ ହୋଇ ପଡ଼ିଛି ! ତେବେ ତଦନ୍ତରୁ ଜଣାଯାଇଛି ଯେ,ସନ୍ଧ୍ୟା ୭ ଘଣ୍ଟା ସମୟରୁ ରାତ୍ରି ଦଶଟା ଯାଏ ସହରର କିଛି ନିର୍ଦ୍ଧିଷ୍ଟ ସ୍ଥାନ ଗୁଡିକରେ ନଜର ରଖାଯାଇଥିଲେ ଆଜିର ଦିନରେ କାହା ପାଇଁ ମୁଣ୍ଡ ବ୍ୟଥାର କାରଣ ହୋଇନଥାନ୍ତା ବୋଲି ସାଧାରଣରେ ଆଲୋଚନା ଶୁଣାଯାଉଛି ! ତେବେ ସହରର ଅହରହ ଲୋକେ ଚଳ ପ୍ରଚଳ କରୁଥିବା ପାଟଣାଗଡ଼ ସଦର ମହକୁମାର ରମାଇ ହାଇସ୍କୁଲ ଖେଳ ପଡିଆ, କଲେଜ ଖେଳ ପଡିଆ,ପବ୍ଲିକ ଇସ୍କୁଲ ଖେଳ ପଡିଆ ଏବଂ ଗଡ଼ଭିତରର ଖେଳ ପଡିଆରେ ନିତିଦିନ ସଂଧ୍ୟା 7ଟା ରୁ ରାତି 10ଟା ଯାଏ ବିଭିନ୍ନ ବର୍ଗର ଲୋକେ ଗୋଷ୍ଟୀ ଗୋଷ୍ଟୀ ହୋଇ ଦେଶୀ ବିଦେଶୀ ମଦ ସାଙ୍ଗକୁ ଚାଖନା ଆଦି ଖାଇ ନିଶାରେ ଚୁର ହୋଇ ବୋବାଲ ମଚାଇ ପରିବେଶକୁ ଅଶାନ୍ତ କରୁଥିବା ବେଳେ ଆଉ କେତକ ଅସାମାଜିକ ଗୋଷ୍ଠୀ କେଉଁଠି ଗଞ୍ଜାଇ,କୋରେକ୍ସ ଓ ଡ୍ରଗ୍ସ ଆଦି ନିଶା ଦ୍ରବ୍ୟ ଖାଇ ଉତ୍ପାତ ମଚାଉ ଥିବାରୁ ଘଟଣା ସ୍ଥଳଟି ଅଧିକାଂଶ ଦିନ ଯୁଧକ୍ଷେତ୍ର ପାଲଟି ଯାଉଛି !ଫଳରେ ଆଖ ପାଖରେ ବସବାସ କରୁଥିବା ଲୋକେ ସଂଧ୍ୟା 7ଟା ପରେ ଘରୁ ପଦାକୁ ବାହାରିବା ପାଇଁ ନିଜକୁ ନିରାପଦ ମଣୁ ନାହାନ୍ତି ! ଆହୁରି ମଧ୍ୟ, ଘଟଣାଟି ନିତିଦିନିଆରେ ପରିଣତ ହେବାକୁ ବସିଥିବା ବେଳେ ପୋଲିସ ବିଭାଗର ଦୃଷ୍ଟି ଏଥିପ୍ରତି ନପଡିବା ଆଶ୍ଚର୍ଯ୍ୟ ଲାଗିବା ସହ ଅଞ୍ଚଳ ବାସୀଙ୍କ ପାଇଁ ମନ୍ଦ କପାଳ ବୋଲି ବିଭିନ୍ନ ମହଲରେ ବିବେଚନା ହେଉଛି !!ଏଠାରେ ପ୍ରଶ୍ନ ଉଠୁଛି ଯେ, ସ୍ଥାନୀୟ ଅଞ୍ଚଳର ସମସ୍ତ ଆବାଳ ବୃଦ୍ଧ ବନିତାଙ୍କ ଠାରୁ ନେଇ ସାବାଳକ ଯାଏ ବେଶ ଭଲଭାବରେ ଜାଣିଥିବା ବେଳେ କିନ୍ତୁ ପୋଲିସ କାର୍ୟଅନୁଷ୍ଠାନ ଶୂନ କହିଲେ କିଛି ଭୁଲ ହେବନାହିଁ ?? ଏଣୁକରି ଜିଲ୍ଲା ପୋଲିସ ପ୍ରଶାସନ କାଲବିଳମ୍ବ ନକରି ଘଟଣାର ହସ୍ତକ୍ଷେପ କରି ବିହିତ ପଦକ୍ଷେପ ନେବାକୁ ସର୍ବ ସାଧାରଣରେ ମତ ପ୍ରକାଶ ପାଉଛି !!!!