ଭୁବନେଶ୍ବର : ଓପିଟିସିଏଲ୍ ର ଭୁବନେଶ୍ଵର ମହାପ୍ରବନ୍ଧକ କାର୍ଯ୍ୟାଳୟ ତରଫରୁ ଚନ୍ଦକା ଗ୍ରୀଡ ପରିସରରେ ବନ ମହୋତ୍ସବ ସପ୍ତାହ ପାଳନ ଶୁଭାରମ୍ଭ ହୋଇଯାଇଛି | ଓପିଟିସିଏଲ୍ ର ପରିଚାଳନା ନିର୍ଦ୍ଦେଶକ ସଞ୍ଜୀବ ସିଂହ ବୃକ୍ଷ ରୋପଣ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ | ଏହି ଉଦଘାଟନୀ ଉତ୍ସବରେ ପ୍ରାୟ ସମସ୍ତ ଅଧିକାରୀ ଓ କର୍ମଚାରୀ ମାନଙ୍କ ଦ୍ଵାରା ଶତାଧିକ ବିଭିନ୍ନ ଔଷଧିୟ ଓ ଫଳ ଜାତୀୟ ଚାରା ରୋପଣ କରାଯାଇଅଛି | ଏହି କାର୍ଯ୍ୟକ୍ରମରେ ଓପିଟିସିଏଲ୍ ର ଅପରେସନ ନିର୍ଦେଶକ ଉପେନ୍ଦ୍ର କୁମାର ପତି, ପ୍ରକଳ୍ପ ନିର୍ଦେଶକ ରାଜୀବ ଲୋଚନ ପଣ୍ଡା, ଅର୍ଥ ନିର୍ଦ୍ଦେଶକ ସମୀର କୁମାର ସ୍ଵାଇଁ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ, ଭୁବନେଶ୍ବର ମହାପ୍ରବନ୍ଧକ କାର୍ଯ୍ୟାଳୟର ମହାପ୍ରବନ୍ଧକ ପ୍ରଶାନ୍ତ କୁମାର ପଟ୍ଟନାୟକଙ୍କ ତତ୍ତ୍ଵାବଧାନରେ ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ବୃକ୍ଷରୋପଣ ପରେ ମହାପ୍ରବନ୍ଧକ ଶ୍ରୀ ପଟ୍ଟନାୟକ ପ୍ରକାଶ କରିଛନ୍ତି ଯେ ବନ ମହୋତ୍ସବ ସପ୍ତାହରେ ଆମ କାର୍ଯ୍ୟାଳୟ ଅଧୀନରେ ଥିବା ସମସ୍ତ ୨୩ ଟି ଗ୍ରିଡ୍ ରେ ଅନ୍ୟୁନ ଦୁଇ ହଜାର ବୃକ୍ଷ ରୋପଣ କରାଯିବାର ଲକ୍ଷ୍ୟ ରହିଛି | ଏହି କାର୍ଯ୍ୟକ୍ରମକୁ ସୁଚାରୁରୂପେ ସମ୍ପାଦନା କରିଥିବାରୁ ସମସ୍ତ କର୍ମଚାରୀଙ୍କୁ ଶ୍ରୀ ପଟ୍ଟନାୟକ ଭୂୟସୀ ପ୍ରଶଂସା ଏବଂ ସାଧୁବାଦ ଜଣାଇଥିଲେ I
ରାଜ୍ୟ
ଓପିଟିସିଏଲ୍ ର ଭୁବନେଶ୍ଵର ମହାପ୍ରବନ୍ଧକ କାର୍ଯ୍ୟାଳୟରେ ବନ ମହୋତ୍ସବର ଶୁଭାରମ୍ଭ
- Hits: 302