ହେଡଲାଇନସ୍:

ଲକ୍ଷାଧିକ ଟଙ୍କାର ସ୍ବର୍ଣ୍ଣ ଅଳଙ୍କାର ସହ ତିନି ଡକାୟତ ଗିରଫ l

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରଣପୁର/ ପ୍ରସନ୍ନ କୁମାର ସାମନ୍ତରାୟ : ରଣପୁର ପୋଲିସକୁ ମିଳିଲା ବଡ଼ ସଫଳତା l ପୋଲିସ ପଞ୍ଝାରେ 3 କୁଖ୍ୟାତ ଡକାୟତ । ଜବତ ହେଲା ଲକ୍ଷାଧିକ ଟଙ୍କାର ସ୍ୱର୍ଣ୍ଣ ଅଳଙ୍କାର । ସୂଚନା ଅନୁସାରେ ରଣପୁର ଥାନା ଅନ୍ତର୍ଗତ ସଂଖେଇ ଗ୍ରାମର ସୁନା ବ୍ୟବସାୟୀ ଅରୁଣ ସାହୁଙ୍କ ଠାରୁ ଗତ 21ତାରିଖ ଦିନ କିଛି ଦୁର୍ବୃତ୍ତ ମାରଣାଅସ୍ତ୍ର ଦେଖାଇ ତାଙ୍କ ଠାରୁ ସୁନା ଅଳଙ୍କାର ଭର୍ତ୍ତି ବ୍ୟାଗଟିକୁ ଲୁଟି ନେଇଥିଲେ l ଏହାପରେ ଅରୁଣ ରଣପୁର ଥାନରେ ଏକ ଲିଖିତ ଅଭିଯୋଗ କରିଥିଲେ l  ଏହାପରେ ନୟାଗଡ ଏସପିଙ୍କ ତତ୍ଵବଧାନରେ ରଣପୁର ପୋଲିସ ଏକ ସ୍ୱତନ୍ତ୍ର ଟିମ ଗଠନ କରି ସେଥିରେ ସମ୍ପୃକ୍ତି ଥିବା ତିନିଜଣ ଡକାୟତ କୁ ଧରିବାରେ ସକ୍ଷମ ହୋଇଛି l ସେମାନଙ୍କ ଠାରୁ 2460 ଗ୍ରାମର ରୁପା,149ଗ୍ରାମର ସୁନା,3ଟି ମୋବାଇଲ ଫୋନ ଏବଂ ଏକ ବାଇକ ସହ ଡକାୟତିରେ ବ୍ୟବହୃତ ଭୁଜାଲି ଜବତ କରିଛି l ଏନେଇ ଗୁରୁବାର ଦିନ ମଧ୍ୟନ୍ନ ରେ ରଣପୁର ଥାନା ପରିସରରେ ଏକ ସାମ୍ବାଦିକ ସମ୍ମିଳନୀରେ  ଘଟଣା ଉପରେ ଅଧିକ ସୂଚନା ଦେଇଛନ୍ତି ନୟାଗଡ ଏସପି ସିଦ୍ଧାର୍ଥ କଟାରିଆ | 

0
0
0
s2sdefault