ହେଡଲାଇନସ୍:

 ବରଗଡ଼ ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବରେ ଦାୟିତ୍ୱ ନେଲେ ମୋନିଷା ବାନାର୍ଜୀ 

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ବରଗଡ :- ବରଗଡ଼ ଜିଲ୍ଲାରେ ଆଜି ନୂତନ ଜିଲ୍ଲାପାଳ ଭାବରେ କାର୍ଯ୍ୟରେ ଯୋଗଦାନ କରିଛନ୍ତି ଆଇଏଏସ ଅଫିସର  ମୋନିଷା ବାନାର୍ଜୀ ।  ବରଗଡ଼ ଜିଲ୍ଲା  କୃଷି ପ୍ରାଧାନ୍ୟ ଜିଲ୍ଲା ହୋଇଥିବା କାରଣରୁ  ଜିଲ୍ଲାପାଳ ଧାନ ସଂଗ୍ରହକୁ ପ୍ରାଥମିକତା ଦେବେ ବୋଲି କହିଛନ୍ତି।

ସେହିପରି କୃଷି, ଅଣଧାନ ଚାଷକୁ ମଧ୍ୟ ଗୁରୁତ୍ୱ ଦିଆଯିବ ବୋଲି ଜିଲାପାଳ ବାନାର୍ଜୀ ପ୍ରକାଶ କରିଛନ୍ତି । ଏହା ସହିତ ଆଗକୁ କୋଭିଡ୍‌ର ତୃତୀୟ ଲହର ଆଶଙ୍କା ଥିବାରୁ ଏହାକୁ ପ୍ରତିହତ ପାଇଁ ପଦକ୍ଷେପ, ଶିକ୍ଷା ତଥା ଅନାଥ ପିଲାଙ୍କ ଭବିଷ୍ୟତ ପାଇଁ ସେମାନଙ୍କୁ ସମସ୍ତ ସୁବିଧା ସୁଯୋଗକୁ ଗୁରୁତ୍ୱ ଦିଆଯିବ ବୋଲି ସେ କହିଥିଲେ । ୫-ଟିକୁ ଗୁରୁତ୍ୱ ଦିଆଯିବ । ପ୍ରଶାସନିକ ସେବା ପାଇବାରୁ ଯେଭଳି କାହାକୁ ହଇରାଣ । ହରକତ ହେବାକୁ ପଡ଼ିବ ନାହିଁ ସେଥିପ୍ରତି ମଧ୍ୟ ଯଥେଷ୍ଟ ଦୃଷ୍ଟି ଦିଆଯିବ ଏବଂ ସମ୍ମିଳିତ ସହଯୋଗରେ ଜିଲାର ବିକାଶ ଦିଗରେ ପଦକ୍ଷେପ ନିଆଯିବ ବୋଲି ଜିଲାପାଳ ବାନାର୍ଜୀ କହିଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ ବରଗଡ଼ ଜିଲ୍ଲାରେ ଜିଲ୍ଲାପାଳ ଭାବରେ ଜଣେ ଆଇ ଏ ଏସ ଅଫିସର ଙ୍କୁ ନିଯୁକ୍ତି ଦେବା ପାଇଁ ବହୁ ବର୍ଷରୁ ବିଭିନ୍ନ ମହଲରୁ ଦାବି ହୋଇ ଆସୁଥିଲା । ନୂତନ ଭାବରେ ଦାଇତ୍ୱ ଗ୍ରହଣ କରିଥିବା ଜିଲ୍ଲାପାଳଙ୍କ ଆଗରେ ବରଗଡ଼ ଜିଲ୍ଲାର ଚାଷୀ ମାନଙ୍କର ସମସ୍ୟା ଏକ ବଡ଼ ଚାଲେଞ୍ଜ  । ଏହା ସହିତ ଜନସାଧାରଣ ଙ୍କର ଅନ୍ୟାନ୍ୟ ସମସ୍ୟା ସବୁକୁ କିଭଳି ସମାଧାନ କରିବେ ସମସ୍ତଙ୍କର ନଜର ରହିବ ।

0
0
0
s2sdefault