ଇଂରାଜୀ ଶିକ୍ଷକଙ୍କ ଅବସର ଗ୍ରହଣ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ଼ : - ଭେଡେନ ଅଞ୍ଚଳ ର ଜଣାଶୁଣା  ଇଂରାଜୀ ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ଶତପଥି ବୁଧବାର ଅବସର ଗ୍ରହଣ କରିଛନ୍ତି ।କୋଭିଡ କଟକଣା ଯୋଗୁଁ କେବଳ ସୀମିତ  ଶିକ୍ଷକଙ୍କ ମଧ୍ୟରେ ରେ ଜାଣ୍ତୋଳ ହାଇସ୍କୁଲ ପରିସରରେ ଅବସର ଗ୍ରହଣ ଉତ୍ସବ ପାଳନ ହୋଇଛି । ସେ ୧୯୯୪ ମସିହାରୁ ୧୯୯୭ ପର୍ଯ୍ୟନ୍ତ ସୂର୍ଯ୍ୟମଣୀ ଜନତା ହାଇସ୍କୁଲ ଭେଡେନ  , ୧୯୯୭ ରୁ ୨୦୦୩ ପର୍ଯ୍ୟନ୍ତ ଗଙ୍ଗାଧର ମେହେର ହାଇସ୍କୁଲ ଖୁଣ୍ଟପାଲି , ୨୦୦୩ ରୁ ୨୦୦୬ ପର୍ଯ୍ୟନ୍ତ ପୁଣି ସୂର୍ଯ୍ୟମଣୀ ଜନତା ହାଇସ୍କୁଲ ଏବଂ ଶେଷରେ ୨୦୦୬ ରୁ ୨୦୨୧ ପର୍ଯନ୍ତ ଜାଣ୍ତୋଳ ହାଇସ୍କୁଲ ଠାରେ ନିଃସ୍ବାର୍ଥ ପର ଭାବେ ଶିକ୍ଷକତା କରି ଅବସର ଗ୍ରହଣ କରିଛନ୍ତି ।ସେ ଛାତ୍ର ବଛ୍ଛଳ ଓ ଲୋକପ୍ରୟତା ଯୋଗୁଁ ସର୍ବଦା ମନେ ରହିବେ । ଶ୍ରୀଯୁକ୍ତ ଶତପଥି ଉତ୍ତମ ଛାତ୍ର  ତିଆରି କରିବାର କାରଖାନା କହିଲେ କିଛି ଭୂଲ ହେବ ନାହିଁ । କେବଳ ଛାତ୍ର ଛାତ୍ରୀଙ୍କୁ ଶିକ୍ଷାଦାନ କରିବାରେ ସିମିତ ନ ରହି ଛାତ୍ରଛାତ୍ରୀଙ୍କ ସହ ଉତ୍ତମ ସଂପର୍କ ରଖି ଡ୍ରାମା, ଗୀତ, କ୍ରିଡାରେ ଛାତ୍ରଛାତ୍ରୀଙ୍କୁ ଆଗକୁ ନେବା ପାଇଁ ଅହରହ ଉଦ୍ୟମ କରୁଥିଲେ । ସ୍କୁଲ ଡ୍ରାମାରେ ଛାତ୍ରଛାତ୍ରୀଙ୍କ ସହ ମିଶି ଅଭିନୟ କରିଥିଲେ । ନାଟକ ଜ୍ବାଳା ର ଅଭିନୟ ଏବେ ଛାତ୍ରଛାତ୍ରୀ ମାନେ ମନେ ରଖିଛନ୍ତି । ଏଭଲି ଜଣେ ଛାତ୍ରବତ୍ସଳ  ଶିକ୍ଷକ ଅବସର ନେବା ପରେ ପରବର୍ତ୍ତ ସମୟ ସୁଖମୟ ହେଉ ବୋଲି ଭଗବାନ ଙ୍କ ଠାରେ ପ୍ରାର୍ଥନା କରିଛନ୍ତି ପୁନାତନ ଛାତ୍ରଛାତ୍ରୀ । ଅବସର ଗ୍ରହଣ ଉତ୍ସବ ରେ ଶିକ୍ଷକ ସତ୍ୟନାରାୟଣ ଗଡତିଆ , ବନ୍ଦିତା ବିଶ୍ବାଳ, ରାଜ କୁମାର ନାୟକ,  କେଦାର ସାହୁ , ଏଲୋରା ମେହେର , କିଶୋର ପଣ୍ତା, ନନ୍ଦିଘୋଷ  ଭୋସାଗର ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault