ଜ଼ିଲ୍ଲାପାଳଙ୍କ ଗୋଶାଳା ହାଇସ୍କୁଲ ପରିଦର୍ଶନ, ନିର୍ମାଣାଧିନ କୋଠାର ତଦାରଖ ପରେ ସରପଞ୍ଚଙ୍କ ସହ ଆଲୋଚନା 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରମାକାନ୍ତ ବିଶ୍ବାଳ/ ସମ୍ବଲପୁର : ସମ୍ବଲପୁର ଜ଼ିଲ୍ଲା କଳାମାଟି ପଞ୍ଚାୟତ ଗୋଶାଳା ସରକାରୀ ହାଇସ୍କୁଲକୁ ଏକ ଆଦର୍ଶ ହାଇସ୍କୁଲ ରେ ଗଢି ତୋଳିବାକୁ ବିଭାଗ ଅଣ୍ଟାଭିଡିଛି I ଏନେଇ ଏଠାରେ ଲକ୍ଷାଧିକ ଟଙ୍କା ବ୍ୟୟ ଅଟକଳ ମଧ୍ୟରେ ପୁରୁଣା କୋଠା ଗୁଡିକର ମରାମତି ତଥା,ନୂତନ କୋଠା ନିର୍ମାଣାଧିନ ଥିବାବେଳେ,ଖେଳ ପଡିଆ ନିର୍ମାଣାଧିନ ରହିଛି I ଏନେଇ ଆଜି ଜ଼ିଲ୍ଲାପାଳ ଶୁଭମ ସକ୍ସେନା ପରିଦର୍ଶନରେ ଆସି ନିର୍ମାଣାଧିନ ପ୍ରକଳ୍ପର ପରିଦର୍ଶନ କରି ଖୁସି ବ୍ୟକ୍ତ କରିଥିଲେ I ପରେ ସରପଞ୍ଚ ଶ୍ରୀହରୀ ନାଗଙ୍କ ସହ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରି ଚାଲିଥିବା ଉନ୍ନୟନ କାର୍ଯ୍ୟଗୁଡିକୁ ତ୍ବରାନ୍ବିତ କରିବାକୁ ପରାମର୍ଶ ଦେଇଥିବାବେଳେ,ଆସନ୍ତା ଅଗଷ୍ଟ ମାସ ପର୍ଯ୍ୟନ୍ତ ଶେଷ କରିବାକୁ ପରାମର୍ଶ ଦେଇଥିବା ସରପଞ୍ଚ ସୂଚନା ଦେଇଛନ୍ତି I ଜ଼ିଲ୍ଲାପାଳଙ୍କ ପରିଦର୍ଶନ ସମୟରେ ବିଡିଓ ବସନ୍ତ ହାତୀ, ଜିଲାପରିଷଦ ସଭ୍ୟା ସଂଯୁକ୍ତା ପ୍ରଧାନ,ବ୍ଲକ ଉପାଧ୍ୟକ୍ଷା ସୁଷମା ସାହୁ ଙ୍କ ସମେତ ବିଭିନ୍ନ ପ୍ରଶାସନିକ ଅଧିକାରୀ,ବିଭାଗୀୟ ଅଧିକାରୀ ,ସ୍କୁଲ ପରିଚାଳନା କମିଟି ସଦସ୍ୟ,ପଞ୍ଚାୟତ ପଦାଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ I

0
0
0
s2sdefault