ଲୋୟର ସୁକତେଲ ପ୍ରକଳ୍ପ : ପରଧିଆପାଲିରୁ ବିସ୍ଥାପନ ପ୍ରକ୍ରିୟା ଆରମ୍ଭ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ବଲାଙ୍ଗୀର (ସନ୍ତୋଷ କୁମାର ଠାକୁର): ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ପାଇଁ ଲୋଇସିଂହା ବ୍ଲକ ଅନ୍ତର୍ଗତ ପର୍ଦ୍ଧିଆପଲି ଗାଁରେ ବିସ୍ଥାପନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଗ୍ରାମର ମୋଟ ୨୯୦ ପରିବାରରୁ ୨୨୦ ପରିବାର ସମ୍ପୂର୍ଣ୍ଣ ବିସ୍ଥାପିତ କ୍ଷତି ପୂରଣ ପାଇଥିବା ବେଳେ ୭୦ ପରିବାର ବାକି ରହିଥିବ। ଜଣାଯାଇଛି । ସମ୍ପୂର୍ଣ କ୍ଷତିପୁରନ ରାଶି ପାଇଥିବା ପରିବାରଙ୍କୁ ଘର ବିସ୍ଥାପିତ ପ୍ରକ୍ରିୟା ଆରମ୍ଭ ହୋଇଛି ।

ଏନେଇ ପ୍ରଶାସନ ପକ୍ଷରୁ ଆସନ୍ତା ୩ ଦିନ ମଧ୍ୟରେ ବିସ୍ଥାପିତଙ୍କ ଘର ଖାଲି କରିବାକୁ କହୁଥିବା ବେଳେ ଗ୍ରାମର ଲୋକ କରୋନା ସମେତ ବର୍ଷା ଯୋଗୁଁ ଘର ଛାଡିବାକୁ ଅମଙ୍ଗ ହେଉଛନ୍ତି । ଯାହା ଫଳରେ ଆଜି ପ୍ରଶାସନ ପକ୍ଷରୁ ୭ ପ୍ଲାଟୁନ ପୋଲିସ ଲଗାଇ ଘର ଭଙ୍ଗା ପ୍ରକ୍ରିୟା ଆରମ୍ଭ ହୋଇଛି ।

ସୂଚନା ଥାଉକି ପ୍ରଥମ ପର୍ଯ୍ୟାୟରେ ଗ୍ରାମର କଇଁ ବାରିକ, ଶେଷଦେଵ ଗଡ଼ତ୍ୟା ଓ ସ୍ବର୍ଗତ ଦଶରଥ ଗଡ଼ତ୍ୟା ଙ୍କ ପରିବାର ଗାଁ ଛାଡିଥିବା ଜଣାଯାଇଛି । ବର୍ତ୍ତମାନ ଜେସିବି ମାଧ୍ୟମରେ ଘର ଭଙ୍ଗା ଚାଲିଥିବା ବେଳେ ଆଜି ୪ଟି ଘର ଭଂଗାଯିବ ବୋଲି ସୂଚନା ମିଳିଛି ।

0
0
0
s2sdefault