ହେଡଲାଇନସ୍:

ଇମ୍ଫା ଶିଳ୍ପ ଗୋଷ୍ଠୀ ପକ୍ଷରୁ  କୋଭିଡ ଟୀକାକରଣ କାର୍ଯ୍ୟକ୍ରମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଥେରୁବାଲି /ରାୟଗଡା (ସରୋଜ କୁମାର ସାହୁ)   କରୋନା ମହାମାରୀ ରୁ ସୁରକ୍ଷା ପାଇଁ ଥେରୁବାଲିରେ  ଇମ୍ଫା ଶିଳ୍ପ ଗୋଷ୍ଠୀ ତରଫରୁ ମାଗଣାରେ କୋଭିଡ ଟୀକାକରଣ କାର୍ଯ୍ୟକ୍ରମ ସମସ୍ତ ବର୍ଗର ଶ୍ରମିକ ଓ ତାଙ୍କର ପରିବାର ସଦସ୍ୟଙ୍କ ମନରେ ନୂତନ ଆଶାର ସଂଚାର କରିପାରିଛି।ଏହି ଟୀକାକରଣ ରେ ସ୍ୱତଃ ପ୍ରବୃତ୍ତ ଭାବେ ସାମିଲ ହୋଇଛନ୍ତି ସ୍ଥାନୀୟ ଅଞ୍ଚଳର ଲୋକ ପ୍ରତିନୁଧି , ଗାଁ ର ମୁଖିଆ , ଜାନୀ ,ଡିସାରୀ ଓ ସାଆନ୍ତା  ନାଗରିକ ମଂଚର ସମ୍ପାଦକ, ସ୍ବେଛାସେବୀ ଆଦିବାସୀ ଯୁବକଁ ଯୁବତୀ ।  ଇମ୍ଫାର ସମସ୍ତ ବିଭାଗୀୟ ମୁଖ୍ୟଙ୍କ ପ୍ରଚେଷ୍ଟାରେ ପ୍ରାୟ 1000 ରୁ ଉର୍ଦ୍ଧ ଶ୍ରମିକ ଓ ତାଙ୍କର ପରିବାର ଵର୍ଗ ଟୀକାକରଣ ପାଇଁ ପ୍ରଥମ ପର୍ଯ୍ୟାୟରେ ପଞ୍ଜିକୃତ ହୋଇଛନ୍ତି।

ଏହି ଟୀକାକରଣ କାର୍ଯ୍ୟକ୍ରମ ଇମ୍ଫା ଶିଳ୍ପ ଗୋଷ୍ଠୀ, ଫିକି ଓ ଆପୋଲୋ ହସିପିଟାଲର ମିଳିତ ସହଯୋଗରେ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଇମ୍ଫାର ଉପସଭାପତି ଶ୍ରୀ କେ.ଭି.ରାଓ, ଉପମହା ପ୍ରବନ୍ଧକ(ମାନବ ସମ୍ବଳ ଓ ପ୍ରଶାସନ) ଶ୍ରୀ କଲୋଲ କୁମାର ନାୟକ  ଓ ବିଭିନ୍ନ  ବିଭାଗର ଅଧିକାରୀମାନେ ସହଯୋଗ କରିଥିଲେ। ଇମ୍ଫା ହସ୍ପିଟାଲ ର ଡାକ୍ତର ଶ୍ରୀ ପଶାନ୍ତ କୁମାର କରଙ୍କ ତତ୍ୱବାଧାନରେ ,ତାଲିମପ୍ରାପ୍ତ ସ୍ୱାସ୍ଥ୍ୟକର୍ମୀଙ୍କ ଦ୍ଵାରା ଟୀକାକରଣ କରାଯାଇଛି।  

" ଇମ୍ଫା ଦ୍ୱାରା ମୁଁ ଓ ମୋର ପରିବାର ବର୍ତ୍ତମାନ ସୁରକ୍ଷିତ" ବୋଲି ନିଜର ମତ ପ୍ରକାଶ କରିଛନ୍ତି ଥେରୁବାଲି ନାଗରିକ ମଂଚର ସମ୍ପାଦକ ଶ୍ରୀ ଭାସ୍କର ଅମରସିଂ। ଶ୍ରମିକ ଓ ତାଙ୍କର ପରିବାର ଵର୍ଗ ପାଇଁ ମାଗଣାରେ ଓ ସୁବିଧାରେ ଟୀକାକରଣ କାର୍ଯ୍ୟକ୍ରମର ଆୟୋଜନ କରିଥିବାରୁ ଇମ୍ଫାର ସମସ୍ତ ଶ୍ରମିକ ସଂଗଠନ  କାରଖାନା କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି। 

0
0
0
s2sdefault