ହେଡଲାଇନସ୍:

ବରିଷ୍ଠ ସାମ୍ବାଦିକ ଜିମୁତ ମଙ୍ଗରାଜ ଆଉ ନାହାନ୍ତି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର :  ବରିଷ୍ଠ ସାମ୍ବାଦିକ ଜିମୁତ ମଙ୍ଗରାଜ ଆଉ ନାହାନ୍ତି  | ଆଜି ସନ୍ଧ୍ୟାରେ ଏକ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଛି । ଆଜି ସନ୍ଧ୍ୟା ପ୍ରାୟ ୭ଟା ସମୟରେ ଯାଆଁଳା  ନିକଟରେ  ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା ।  ତାଙ୍କର ପରଲୋକ ହୋଇଥିବା ଖବର ଜଣାପଡିବା ପରେ ଶୋକର ଛାୟା ଖେଳିଯାଇଛି | ସାମ୍ବାଦିକତା ସହ ସେ ଅନେକ ପୁସ୍ତକର ରଚୟିତା | କିଛିବର୍ଷ ତଳେ ସେ ତାଙ୍କ ପତ୍ନୀଙ୍କୁ ହରାଇଥିଲେ | ସ୍ୱତନ୍ତ୍ର ଶୈଳୀର ସାମ୍ବାଦିକତା ପାଇଁ ଶ୍ରୀ ମଙ୍ଗରାଜ ଜଣାଶୁଣା ଥିଲେ |  ସମ୍ବାଦ ଓ ପ୍ରଜାତଂତ୍ରରେ ଦୀର୍ଘଦିନ କାର୍ଯ୍ୟ କରିବା ପରେ  ନିଜ ସମ୍ପାଦନାରେ ଆରମ୍ଭ କରଥିଲେ ରାଜନୈତିକ ସାପ୍ତାହିକ  ‘ନେତା’ । ସାମ୍ବାଦିକତା ଓ ସମ୍ପାଦନା ବ୍ୟତୀତ ପୁସ୍ତକ ରଚନାରେ ସେ ନିଜ ସଫଳତା ପ୍ରମାଣିତ  କରିଥିଲେ । ବେଶ୍ ମଜାଳିଆ  ଓ ମେଳାପୀ ମଣିଷ ଭାବେ ଜଣାଶୁଣା ଶ୍ରୀ ଜୀମୂତ ମଙ୍ଗରାଜଙ୍କ ବିୟୋଗରେ ସାମ୍ବାଦିକତା ଜଗତରେ ଏକ ଅପୂରଣୀୟ କ୍ଷତି ଘଟିଛି |

0
0
0
s2sdefault