ଭୁବନେଶ୍ୱର(ଶାସକ ପ୍ରଶାସକ) :ରାଜ୍ୟ ସରକାର ଆଜି ଆଇଏଏସ ସ୍ତରରେ ଅଦଳବଦଳ କରିଛନ୍ତି | ବଦଳିଛନ୍ତି କିଛି ଜିଲ୍ଲାପାଳ ଓ ଉପଜିଲ୍ଲାପାଳ | ନିଯୁକ୍ତି ମିଳିଛି ଫେଜ ୨ ତାଲିମରୁ ଫେରିଥିବା ୨୦୧୯ ବ୍ୟାଚର ଆଇଏଏସ ଅଫିସରଙ୍କୁ |
ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ , କୃଷି-କୃଷକ କଲ୍ୟାଣ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ କାର୍ଯ୍ୟରତ ସୁରେଶ ଚନ୍ଦ୍ର ବଶିଷ୍ଠଙ୍କୁ ସେହି ବିଭାଗର କମିଶନର ତଥା ଶାସନ ସଚିବ ଭାବେ ଅବସ୍ଥାପିତ କରାଯାଇଛି | ଓପେପା ପିଡି ଥିବା ଭୁପେନ୍ଦ୍ର ସିଂ ପୁନିଆଙ୍କୁ ଇପିକଲର ଏମଡି ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ ଗଜପତି ଜିଲ୍ଲାପାଳ ଥିବା ଅନୁପମ ଶାହାଙ୍କୁ ଓପେପା ପିଡି ଭାବେ ନିଯୁକ୍ତି ଦିଆଯାଇଛି ଏବଂ ଏହା ସହ ଶ୍ରୀ ଶାହା "ମୋ ସ୍କୁଲ" ସଦସ୍ୟ ସଚିବ ଭାବେ ଦାୟିତ୍ୱରେ ରହିବେ | ପ୍ରେମଚାନ୍ଦ ଚୌଧୁରୀଙ୍କୁ ପଶ୍ଚିମ ଓଡିଶା ବିକାଶ ପରିଷଦର ସିଇଓ ଭାବେ ଅବସ୍ଥାପିତ କରାଯାଇଥିବା ବେଳେ ସୋନପୁର ଜିଲ୍ଲାପାଳ ଥିବା ମନୀଷା ବାନାର୍ଜୀଙ୍କ ବରଗଡ଼ ଜିଲ୍ଲାପାଳ ଭାବେ ବଦଳି କରାଯାଇଛି | ମାଲକାନଗିରି ଜିଲ୍ଲାପାଳ ଏଦୁଲା ବିଜୟଙ୍କୁ ପଶୁସମ୍ପଦ ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଯାଇଥିବା ବେଳେ ଆଦର୍ଶ ବିଦ୍ୟାଳୟ ସଂଗଠନର ଏସପିଡି ଥିବା ଲିଙ୍ଗରାଜ ପଣ୍ଡାଙ୍କୁ ଗଜପତି ଜିଲ୍ଲାପାଳ ଭାବେ ଅବସ୍ଥାପିତ କରାଯାଇଛି | ରାଉରକେଲା ଏଡ଼ିଏମ ଥିବା ଆବୋଲି ସୁନୀଲ ନରବନେଙ୍କୁ ସୋନପୁର ଜିଲ୍ଲାପାଳ ନିଯୁକ୍ତ କରାଯାଇଥିବା ବେଳେ ରାଉରକେଲା ମୁନିସିପାଲ କମିଶନର ଥିବା ଦିବ୍ୟଜ୍ୟୋତି ପରିଡାଙ୍କୁ ରାଉରକେଲା ଏଡ଼ିଏମ ଭାବେ ଅତିରିକ୍ତ ଦାୟତ୍ୱ ଦିଆଯାଇଛି | ସେହିପରି ଯାଜପୁର ପିଡି ଡିଆର୍ଡିଏ ଥିବା ବିଶାଳ ସିଂହଙ୍କୁ ମାଲକାନଗିରି ଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଛି | ଟିଟିଲାଗଡ଼ ଉପଜିଲ୍ଲାପାଳ ଥିବା ସୋମେଶ ଉପାଧ୍ୟାୟଙ୍କୁ କଳାହାଣ୍ଡି ପିଡି ଡିଆର୍ଡିଏ ଭାବେ ନିଯୁକ୍ତି ଦିଆଯାଇଛି | ବାରିପଦା ଉପଜିଲ୍ଲାପାଳ ଥିବା ପି. ଅନ୍ଵେଷା ରେଡିଙ୍କୁ ମୟୁରଭଞ୍ଜ ପିଡି ଡିଆର୍ଡିଏ ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ ଧର୍ମଗଡ ଉପଜିଲ୍ଲାପାଳ ଥିବା ଟି ଏସ ଦିବାକରଙ୍କୁ ଓକାକର ଓଏସ୍ଡି ଭାବେ ନିଯୁକ୍ତି ମିଳିଛି |
ସେହିପରି ଫେଜ -2 ତାଲିମରୁ ଫେରିବା ପରେ ଅଗ୍ରୱାଲ ଅକ୍ଷୟ ସୁନୀଲଙ୍କୁ ନବରଂଗପୁର ଉପଜିଲ୍ଲାପାଳ ,ଅନୟା ଦାସଙ୍କୁ ବାରିପଦା ଉପଜିଲ୍ଲାପାଳ ,ଆଦିତ୍ୟ ଗୋଏଲଙ୍କୁ କୁଚିଣ୍ଡା ଉପଜିଲ୍ଲାପାଳ, ମହାଜନ ପ୍ରକାଶଙ୍କୁ ଧର୍ମଗଡ଼ ଉପଜିଲ୍ଲାପାଳ ଓ ଈଶ୍ୱର ଗୌରବ ଶିବାଜୀଙ୍କୁ ଖୋର୍ଦ୍ଧା ଉପଜିଲ୍ଲାପାଳ ଭାବେ ଅବସ୍ଥାପିତ କରାଯାଇଛି |