ହେଡଲାଇନସ୍:

 ସାହିତ୍ୟ ଏକାଡେମୀ ପ୍ରତିଷ୍ଠା  ଦିବସ ପାଇଁ ପ୍ରତିଯୋଗିତା 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

03-07-18-jaj.jpg - 57.05 kB

ଯାଜପୁର(ଜୟଶଙ୍କର ଦାଶ) :  ପ୍ରତ୍ୟେକଙ୍କ ମଧ୍ୟରେ କିଛି ନା କିଛି ପ୍ରତିଭା ରହିଚ୍ଥି ।  ତେବେ ଏହାର ଊନ୍ମେଷ ପାଇଁ ହେଊଥିବା ଊଦ୍ୟମରେ ସାମିଲ ହେଲେ ହିଁ  ତାହା ବିକଶିତ ହୋଇପାରିବ ବୋଲି ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି ଆହ୍ୱାନ ଦେଇଚ୍ଥନ୍ତି ।  ମଙ୍ଗଳବାର ପୂର୍ବାହ୍ନରେ ଯାଜପୁର ଜିଲ୍ଲା ସ୍କୁଲ ଠାରେ ଓଡିଶା ସାହିତ୍ୟ ଏକାଡେମୀ ପ୍ରତିଷ୍ଠା  ଦିବସ ଅବସରରେ ଯାଜପୁର ଜିଲ୍ଲା ସ୍ତରୀୟ ବିବିଧ ପ୍ରତିଯୋଗିତା ଅନୁଷ୍ଠିତ  ହୋଇଥିଲା ।  ଏଥିରେ ଯୋଗଦେଇ ଶ୍ରୀ ମହାନ୍ତି ଚ୍ଥାତ୍ରାବସ୍ଥାରୁ ଶିଶୁ ମାନଙ୍କୁ ଊପଯୁକ୍ତ ଭାବେ ଗଢିତୋଳିବା ସହ ଶୃଙ୍ଖଳିତ ଚରିତ୍ର ଗଠନ ପାଇଁ ପରିବେଶ ସୃଷ୍ଟି କରିବା ଏବଂ ତା ମଧ୍ୟରେ ଲୁକ୍କାୟିତ ପ୍ରତିଭାକୁ ପ୍ରଦର୍ଶିତ କରିବାକୁ ସୁଯୋଗ ଦେବାପାଇଁ ପିତା ମାତା ଊଦ୍ୟମ କରିବାକୁ ଅନୁରୋଧ କରିଥିଲେ ।  ରାଜ୍ୟ ସ୍ତର ପାଇଁ ଯୋଗ୍ୟତା ହାସଲ କରିଥିବା ପ୍ରତିଯୋଗୀ ମାନେ ଭଲ ପ୍ରଦର୍ଶନ କରି ଜିଲ୍ଲା ପାଇଁ ସମ୍ମାନ ଆଣିବେ ବୋଲି ସେ ଆହ୍ୱାନ ଦେଇଥିଲେ ।  ଊପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ ହାର ଜିତ୍କୁ ଗୁରୁତ୍ୱ ନ ଦେଇ ନିଜ ପ୍ରତିଭାର ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଯଦି ଜଣେ ଊଦ୍ୟମ କରିବ ତେବେ ସେ ସପଂଳ ହୋଇପାରିବ ବୋଲି ମତ ଦେଇ ଯୋଗ ଦେଇଥିବା ପ୍ରତ୍ୟେକ ପ୍ରତିଯୋଗୀ ଜଣେ ଜଣେ ବିଜେତା ବୋଲି ଶ୍ରୀ ଧଳ  କହିଥିଲେ ।  ଦୃଢ ଆତ୍ମବିଶ୍ୱାସ ଓ ପରିଶ୍ରମ ଦ୍ୱାରା ନିଜ ସଂକଳ୍ପକୁ ସିଦ୍ଧିରେ ପରିଣତ କରିବାକୁ ସେ ଆହ୍ୱାନ ଦେଇଥିଲେ । ଜିଲ୍ଲା ସଂସ୍କୃତି ଅଧିକାରୀ ସନ୍ତୋଷ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ  ଅନୁଷ୍ଠିତ  ଏହି ପ୍ରତିଯୋଗିତା ଓ ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ସାହିତ୍ୟ ଏକାଡେମୀର ଜିଲ୍ଲା ପ୍ରତିନିଧି ରମାକାନ୍ତ ଜେନା, ସଂଯୁକ୍ତା ମହାପାତ୍ର ପ୍ରମୁଖ ଯୋଗଦେଇ ପିଲା ମାନଙ୍କ ବୈାଦ୍ଧିକ ବିକାଶ, ଶୃଙ୍ଖଳା ସଂପର୍କରେ ଆଲୋକପାତ କରିବା ସହ ପ୍ରତିଯୋଗିତାର ବିଚାରକ ଭାବେ କାର୍ଯ୍ୟ ନିର୍ବାହ କରିଥିଲେ । କନିଷ୍ଠ  ବର୍ଗର ଓଡିଆ ବକ୍ତୃତା ପ୍ରତିଯୋଗିତାରେ ଗରିଆପୁର ୟୁ.ଜି.ଏମ୍.ଇ. ସ୍କୁଲର ଶୁଭଶ୍ରୀ ଗୋଚ୍ଚ୍ଥାୟତ ପ୍ରଥମ, ବୈଦ୍ୟରାଜପୁର ନୋଡାଲ ୟୁ.ପି. ସ୍କୁଲର ଦିପ୍ତିମୟୀ ସାହୁ ଦ୍ୱିତୀୟ ଓ  ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, କଲେଜ ଚ୍ଥକର ବିଦିଶା ପଣ୍ଡା ତୃତୀୟ, ପ୍ରବନ୍ଧ ପ୍ରତିଯୋଗିତାରେ ବୈଦ୍ୟରାଜପୁର ନୋଡାଲ ୟୁ.ପି. ସ୍କୁଲର ସୁପ୍ରିୟା ବେହେରା ପ୍ରଥମ,  ଯାଜପୁର ଜିଲ୍ଲା ସ୍କୁଲର ଅଙ୍କିତା ସାମଲ ଦି୍ୱତୀୟ, ବୈଦ୍ୟରାଜପୁର ନୋଡାଲ ଊଚ୍ଚ ପ୍ରାଥମିକ ବିଦ୍ୟାଳୟର ବର୍ଷାରାଣୀ ନାୟକ ତୃତୀୟ, କବିତା ଆବୃତ୍ତି ପ୍ରତିଯୋଗିତାରେ  ବୈଦ୍ୟରାଜପୁର ନୋଡାଲ ୟୁପି ସ୍କୁଲର ମହେଶ କୁମାର ସାହୁ ପ୍ରଥମ, କେନ୍ଦ୍ରୀୟ ବିଦ୍ୟାଳୟର ମିତାଶା ସାମଲ ଦ୍ୱିତୀୟ, ବୈଦ୍ୟରାଜପୁର ନୋଡାଲ ୟୁ.ପି. ସ୍କୁଲର ଊମାକାନ୍ତ ସାହୁ ତୃତୀୟ,  ସାଧାରଣ ଜ୍ଞାନ ଓ ଓଡିଆ ଅନୁବାଦ ପ୍ରତିଯୋଗିତାରେ ଶ୍ରୀ ଅରବିନ୍ଦ ଇଣ୍ଟ୍ରିଗ୍ରାଲ ଏଜୁକେସନର ଅଭିପ୍ଷା ପଣ୍ଡା ପ୍ରଥମ, ବୈଦ୍ୟରାଜପୁର ନୋଡାଲ ୟୁ.ପି. ସ୍କୁଲର ଆକାଶ ସାହୁ ଦ୍ୱିତୀୟ ଓ ଯାଜପୁର ଜିଲ୍ଲା ସ୍କୁର ଜିଜ୍ଞାସା ଦାଶ ତୃତୀୟ ସ୍ଥାନ ଅଧିକାର କରିଚ୍ଥନ୍ତି ।  ସେହିପରି ବରିଷ୍ଠ  ବର୍ଗରେ ଓଡିଆ ବକ୍ତୃତା ପ୍ରତିଯୋଗିତାରେ ଯାଜପୁର ଜିଲ୍ଲା ସ୍କୁଲର ଦେବଦତ୍ତା ଦାଶ ପ୍ରଥମ, ବୈଷ୍ଣବ ଦତ୍ତ  ଊଚ୍ଚ ବିଦ୍ୟାଳୟର ବିଶ୍ୱଜିତ୍ ସାମଲ ଦ୍ୱିତୀୟ, ବୈଦ୍ୟରାଜପୁର ନୋଡାଲ ଊଚ୍ଚ ପ୍ରାଥମିକ ବିଦ୍ୟାଳୟର ଯଶସ୍ୱିନୀ ସାହୁ ତୃତୀୟ, ପ୍ରବନ୍ଧ ପ୍ରତିଯୋଗିତାରେ ଯାଜପୁର ଜିଲ୍ଲା  ସ୍କୁଲର ରିତେଶ କୁମାର ମହାରଣା ପ୍ରଥମ, ମୁନିସିପାଲ ଊଚ୍ଚ ବିଦ୍ୟାଳୟର ସଂଜିବନୀ ସେଠୀ  ଦ୍ୱିତୀୟ ଓ ବିରଜା ଊଚ୍ଚ ବିଦ୍ୟାଳୟର ସଂଘମିତ୍ରା ପୃଷ୍ଟି ତୃତୀୟ, କବିତା ଆବୃତ୍ତି ପ୍ରତିଯୋଗିତାରେ ଅବଦଲପୁର ୟୁ.ପି. ସ୍କୁଲର ଏଲିଜା ପ୍ରିୟଦର୍ଶିନୀ ମହାପାତ୍ର ପ୍ରଥମ, ବିରଜା ଊଚ୍ଚ ବିଦ୍ୟାଳୟ, ଯାଜପୁରର ବିରଜା  ପ୍ରସାଦ ବାରିକ  ଦ୍ୱିତୀୟ, ବୈଦ୍ୟରାଜପୁର ନୋଡାଲ ଊଚ୍ଚ ପ୍ରାଥମିକ ବିଦ୍ୟାଳୟର ଖଗେଶ୍ୱର ବେହେରା ତୃତୀୟ, ସାଧାରଣ ଜ୍ଞାନ ଓ ଓଡିଆ ଅନୁବାଦ ପ୍ରତିଯୋଗିତାରେ ବିରଜା ଊଚ୍ଚ ବିଦ୍ୟାଳୟର ପ୍ରତ୍ୟୁଷ ଦାଶ ପ୍ରଥମ ଓ  ସୁପର୍ଣ୍ଣା ନାୟକ ଦ୍ୱିତୀୟ ଏବଂ ଗରିଆପୁର ୟୁ.ଜି.ଏମ୍.ଇ. ସ୍କୁଲର ଜ୍ୟୋତିପ୍ରିୟା ଜେନା ତୃତୀୟ ସ୍ଥାନ ଅଧିକାର କରିଚ୍ଥନ୍ତି ।  ଏଥିରେ ଶିକ୍ଷାବିତ୍ ଦାମୋଦର ବେହେରା, ଡଃ କାହ୍ନୁ ଚରଣ ମିଶ୍ର, ଡଃ ରୁଦ୍ର ନାରାୟଣ ପୃଷ୍ଟି, ରମାକାନ୍ତ ଜେନା, ପୂର୍ଣ୍ଣ ଚନ୍ଦ୍ର ସାମଲ, ମହେଶ୍ୱର ପାଢୀ, ଲକ୍ଷ୍ମୀପ୍ରିୟା ପୃଷ୍ଟି, ଜଳଧର ନନ୍ଦ, କୈଳାସ ଚନ୍ଦ୍ର ବେହେରା, ଡଃ ପ୍ରଗତି ସାମଲ,  ବିଚାରକ ଭାବେ ଯୋଗଦେଇ ପ୍ରତିଯୋଗିତାରେ ମ୍ଥଲ୍ୟାଙ୍କନ କରିଥିଲେ । ଜିଲ୍ଲା  ସ୍ତର କନିଷ୍ଠ  ବର୍ଗର ପ୍ରଥମ ପ୍ରତିଯୋଗୀ ଜୁଲାଇ ୮ ତାରିଖରେ ଓ ବରିଷ୍ଠ  ବର୍ଗର ପ୍ରଥମ ପ୍ରତିଯୋଗୀ ଜୁଲାଇ ୧୫ ତାରିଖରେ ଉତ୍କଳ  ସଂଗୀତ ମହାବିଦ୍ୟାଳୟ, ଭୁବନେଶ୍ୱର ଠାରେ ଅନୁଷ୍ଠିତ  ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ ।  ରାଜ୍ୟ ସ୍ତରର ପ୍ରଥମ, ଦ୍ୱିତୀୟ ଓ ତୃତୀୟ ପ୍ରତିଯୋଗୀଙ୍କୁ ଜୁଲାଇ ୨୫ ତାରିଖରେ ରବିନ୍ଦ୍ର ମଣ୍ଡପ ଠାରେ ପୁରସ୍କୃତ କରାଯିବ ।  

 

0
0
0
s2sdefault